Southern Europe: ଭୟଙ୍କର ନିଆଁକୁ ଆୟତ୍ତ କରିବାରେ ଅଗ୍ନିଶମ ବାହିନୀ ସଫଳ

Jul 30, 2026 - 18:15
Southern Europe: ଭୟଙ୍କର ନିଆଁକୁ ଆୟତ୍ତ କରିବାରେ ଅଗ୍ନିଶମ ବାହିନୀ ସଫଳ

"ପ୍ୟାରିସ୍: ଦକ୍ଷିଣ-ପଶ୍ଚିମ ଫ୍ରାନ୍ସର ଜଙ୍ଗଲରେ ଲାଗିଥିବା ଭୟଙ୍କର ନିଆଁକୁ ଆୟତ୍ତ କରିବାରେ ଅଗ୍ନିଶମ ବାହିନୀ ସଫଳତା ହାସଲ କରିବା ପରେ ପ୍ରଶାସନ ପକ୍ଷରୁ ସ୍ଥାନାନ୍ତରିତ ହୋଇଥିବା ୮୪,୦୦୦ ନାଗରିକଙ୍କୁ ନିଜ ନିଜ ଘରକୁ ଫେରିବା ପାଇଁ ଅନୁମତି ଦିଆଯାଇଛି।

ଏହି ଅଗ୍ନିକାଣ୍ଡ ଯୋଗୁଁ ପ୍ୟାରିସ୍ ସହରର ଚାରିଗୁଣା ଅର୍ଥାତ୍ ପ୍ରାୟ ୪୨,୦୦୦ ହେକ୍ଟର ଅଞ୍ଚଳ ଜଳିପୋଡ଼ି ଛାରଖାର ହୋଇଯାଇଛି।Advertisment ଇ-୨୦ ଇନ୍ଧନ ଅଧିକାଂଶ ଯାନବାହନକୁ କୌଣସି ବଡ଼ କ୍ଷତି ପହଞ୍ଚାଇବ ନାହିଁ: ନୀତିନ ଗଡକରୀ ବାୟୁମଣ୍ଡଳରେ ଆଦ୍ରତା ବୃଦ୍ଧି, ତାପମାତ୍ରା ହ୍ରାସ ଏବଂ ସାମାନ୍ୟ ବର୍ଷା ଯୋଗୁଁ ନିଆଁ ଆଉ ଆଗକୁ ନବଢ଼ି ଶାନ୍ତ ପଡ଼ିଥିବା ବେଳେ ୨,୨୦୦ ରୁ ଊର୍ଦ୍ଧ୍ୱ ଅଗ୍ନିଶମ କର୍ମଚାରୀ ଓ ୨୦ରୁ ଅଧିକ ବିମାନ ଏବେ ବି ସମ୍ପୂର୍ଣ୍ଣ ଆଲର୍ଟରେ ନିୟୋଜିତ ଅଛନ୍ତି।

ଅପରପକ୍ଷରେ, ଫ୍ରାନ୍ସ ସମେତ ସ୍ପେନ୍, ଗ୍ରୀସ୍ ଏବଂ ତୁର୍କୀୟେ ଭଳି ଦକ୍ଷିଣ ଇଉରୋପୀୟ ଦେଶଗୁଡ଼ିକରେ ମଧ୍ୟ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଜଙ୍ଗଲ ନିଆଁ ବ୍ୟାପିବାରେ ଲାଗିଛି, ଯାହା ଫଳରେ ଗ୍ରୀସର କ୍ରେଟ୍ ଦ୍ୱୀପରେ ୩ ଜଣ ଅଗ୍ନିଶମ କର୍ମଚାରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଲକ୍ଷାଧିକ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।