10 JULY 2026

Welcome!

Unlock your personalized experience.
Sign Up

Sourav Ganguly: ସୌରଭ ଗାଙ୍ଗୁଲିଙ୍କ ବାୟୋପିକ୍‌ 'ଦାଦା'ର ପୋଷ୍ଟର ଲୁକ୍ ଆଉଟ୍, ରାଜକୁମାର ରାଓଙ୍କୁ ଟ୍ରୋଲ୍

Jul 08, 2026 - 15:18
Sourav Ganguly: ସୌରଭ ଗାଙ୍ଗୁଲିଙ୍କ ବାୟୋପିକ୍‌ 'ଦାଦା'ର ପୋଷ୍ଟର ଲୁକ୍ ଆଉଟ୍, ରାଜକୁମାର ରାଓଙ୍କୁ ଟ୍ରୋଲ୍

ନୂଆଦିଲ୍ଲୀ,୦୮/୦୭; ପୂର୍ବତନ ଭାରତୀୟ କ୍ରିକେଟ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ବାୟୋପିକ୍ "ଦାଦା - ଦି ସୌରଭ ଗାଙ୍ଗୁଲି ଷ୍ଟୋରୀ" ରିଲିଜ୍ ପାଇଁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି । ଏହି ବହୁ ପ୍ରତୀକ୍ଷିତ ଫିଲ୍ମରେ ରାଜକୁମାର ରାଓ ସୌରଭ ଗାଙ୍ଗୁଲିଙ୍କ ଭୂମିକାରେ ଅଭିନୟ କରିବେ । ଆଜି ସୌରଭ ଗାଙ୍ଗୁଲିଙ୍କ ଜନ୍ମଦିନ ଅବସରରେ ବାୟୋପିକ୍ "ଦାଦା - ଦି ସୌରଭ ଗାଙ୍ଗୁଲି ଷ୍ଟୋରୀ"ର ପ୍ରଥମ ଲୁକ୍ ରିଲିଜ୍ ହୋଇଛି । ଫିଲ୍ମର ପ୍ରଥମ ଲୁକ୍ ପ୍ରଶଂସକଙ୍କ ଉତ୍ସାହକୁ ବଢ଼ାଇ ଦେଇଛି । ନିର୍ମାତା ଫିଲ୍ମର ମୁକ୍ତି ତାରିଖ ମଧ୍ୟ ଘୋଷଣା କରିଛନ୍ତି । ୨୦୨୭ ମେ' ୧୪ ତାରିଥରେ ଫିଲ୍ମ ରିଲିଜ୍ ହେବ ।

'ଦାଦା - ଦି ସୌରଭ ଗାଙ୍ଗୁଲି ଷ୍ଟୋରୀ'ର ପ୍ରଥମ ଲୁକ୍- ଫିଲ୍ମର ପ୍ରଥମ ଲୁକ୍ ପୋଷ୍ଟରରେ ରାଜକୁମାର ରାଓ ୨୦୦୨ ମସିହାରେ ଇଂଲଣ୍ଡ ବିପକ୍ଷରେ ନାଟୱେଷ୍ଟ ଟ୍ରଫି ଜିତିବା ପରେ ଲର୍ଡସ୍ ବାଲକୋନିରୁ ସୌରଭ ଗାଙ୍ଗୁଲିଙ୍କ ଜର୍ସି ହଲାଇବାର ଐତିହାସିକ ମୁହୂର୍ତ୍ତକୁ ଦେଖାଯାଇଛି । ଏହି ମୁହୂର୍ତ୍ତକୁ ଭାରତୀୟ କ୍ରିକେଟର ସବୁଠାରୁ ସ୍ମରଣୀୟ ମୁହୂର୍ତ୍ତ ମଧ୍ୟରୁ ଗୋଟିଏ ବୋଲି ବିବେଚନା କରାଯାଏ । ଏହା ଗାଙ୍ଗୁଲିଙ୍କ ଅଧିନାୟକତ୍ୱରେ ଭାରତୀୟ କ୍ରିକେଟ ପାଇଁ ଏକ ନୂଆ ଯୁଗର ଆରମ୍ଭର ପ୍ରତୀକ ଥିଲା । ଏବେ ବି ଏହାକୁ ଆତ୍ମବିଶ୍ୱାସ, ଉତ୍ସାହ ଉଦାହରଣ ବୋଲି କୁହାଯାଏ ।

ରାଜକୁମାର ରାଓଙ୍କୁ ତାଙ୍କ ଲୁକ୍ ପାଇଁ ଟ୍ରୋଲ୍- କିଛି ସପ୍ତାହ ପୂର୍ବରୁ, "ଦାଦା - ଦି ସୌରଭ ଗାଙ୍ଗୁଲି ଷ୍ଟୋରୀ" ସେଟ୍ ରୁ ରାଜକୁମାର ରାଓଙ୍କ ଫଟୋ ଲିକ୍ ହୋଇଥିଲା । ପ୍ରଶଂସକମାନେ କାଷ୍ଟିଂକୁ ପରିହାସ କରିଥିଲେ । ସୁଟିଂ ଫଟୋରେ ରାଜକୁମାର ରାଓଙ୍କ ଲୁକ୍ ସୌରଭ ଗାଙ୍ଗୁଲିଙ୍କ ଲୁକ୍ ସହିତ ମେଳ ଖାଉ ନଥିଲା। ତାଙ୍କର କେଶ ସଜ୍ଜା, ମୁହଁର ଭାବପ୍ରବଣତା ଏବଂ ଶାରୀରିକ ଗଠନକୁ ଅନେକ ଦର୍ଶକ ମୁନାଫ ପଟେଲଙ୍କ ସହିତ ଅଧିକ ସମାନ ବୋଲି କହିଥିଲେ ।

ଏହା ବି ପଢନ୍ତୁ...IND vs ENG: ସଞ୍ଜୁ ସାମସନଙ୍କୁ କାହିଁକି ବାଦ୍ ଦିଆଗଲା ? ବଡ଼ କଥା କହିଲେ ହେଡ୍ କୋଚ୍ ଗୌତମ ଗମ୍ଭୀର

'ଦାଦା - ସୌରଭ ଗାଙ୍ଗୁଲି ଷ୍ଟୋରୀ' ହେଉଛି ଜଣେ ବ୍ୟକ୍ତିଙ୍କ ପ୍ରେରଣାଦାୟକ କାହାଣୀ ଯିଏ କେବଳ କ୍ରିକେଟ୍ ଖେଳି ନଥିଲେ ବରଂ ଭାରତୀୟ କ୍ରିକେଟ୍ର ଚିତ୍ର ବଦଳାଇ ଦେଇଥିଲେ। ଏହି ଚଳଚ୍ଚିତ୍ରଟି ଜଣେ ପ୍ରତିଭାଶାଳୀ ଯୁବ କ୍ରିକେଟ୍ ଖେଳାଳିରୁ ଭାରତର ସବୁଠାରୁ ପ୍ରଭାବଶାଳୀ ଅଧିନାୟକ ହେବା ପର୍ଯ୍ୟନ୍ତ ଯାତ୍ରାକୁ ଦେଖିବେ ଦର୍ଶକ । ଯାହା ତାଙ୍କ ସଂଘର୍ଷ ଏବଂ ଦୃଢ଼ ନିଷ୍ପତ୍ତି ସାମ୍ନାକୁ ଆଣିବ ଏବଂ ସମ୍ପୂର୍ଣ୍ଣ ପିଢ଼ିକୁ ପ୍ରେରଣା ଦେଇଥିଲା ।ପୂର୍ବତନ ଟିମ୍ ଇଣ୍ଡିଆ ଅଧିନାୟକ ତଥା ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କ କ୍ରିକେଟ୍ କ୍ୟାରିୟର କଥା କହିବାକୁ ଗଲେ ସେ, ୪୨୪ ଇଣ୍ଟରନ୍ୟାସନାଲ ମ୍ୟାଚ୍ ଖେଳିଛନ୍ତି । ୧୮, ୫୭୫ ରନ୍ କରିଛନ୍ତି । ୩୮ଟି ଅନ୍ତର୍ଜାତୀୟ ଶତକ ହାସଲ କରିଛନ୍ତି । ତାଙ୍କୁ ଭାରତୀୟ କ୍ରିକେଟ୍ର 'ଦାଦା' ବୋଲି କୁହାଯାଏ ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।