Soro: ଜଳଖିଆ ଦୋକାନର ଟଙ୍କାରେ ମରାମତି ହେବ ଆଲୁଅବତୀ: କାଉନସିଲରମାନଙ୍କ ଅଭିନବ ପ୍ରତିବାଦକୁ ନେଇ ଜୋରଦାର ଚର୍ଚ୍ଚା
"ସୋର: ବାଲେଶ୍ୱର ଜିଲ୍ଲା ସୋର ପୌରପାଳିକାର ଦୁର୍ଦଶା କହିଲେ ନସରେ।
ଦୀର୍ଘ ୨ବର୍ଷରୁ ଅଧିକ ଦିନ ଧରି ଏକାଧିକ ଅଂଚଳରେ ଆଲୁଅ ଅଚଳାବସ୍ଥା କାରଣରୁ ସହରର ବିଭିନ୍ନ ୱାର୍ଡ ଏବେ ଅନ୍ଧାରରେ ଅଛି।
ଏନେଇ ବାରମ୍ବାର ଅଭିଯୋଗ କରିବା ପରେ ମଧ୍ୟ ଆଲୁଅ କାମ ନେଇଥିବା ଏଜେନ୍ସି କୌଣସି ପଦକ୍ଷେପ ନନେବାରୁ ଓ ଉକ୍ତ ଏଜେନ୍ସି ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନହେବାରୁ କାଉନସିଲରମାନେ ଏକତ୍ରିତ ହୋଇ ପୌରପାଳିକା ଗେଟ ସମ୍ମୁଖରେ ଏକ ଜଳଖିଆ ଦୋକାନ କରିଛନ୍ତି।
ଏଥିରୁ ଅର୍ଜିତ ଅର୍ଥରେ ଆଲୁଅ ମରାମତି କରିବେ ବୋଲି ପ୍ରକାଶ କରିଛନ୍ତି।
୧୨ ନମ୍ବର ୱାର୍ଡର କାଉନସିଲର ରାଜେନ୍ଦ୍ର ମହାନ୍ତିଙ୍କ କହିବା ଅନୁସାରେ ନିମ୍ନମାନର ଲାଇଟ ଲାଗିଥିବାରୁ ମାତ୍ର କିଛିଦିନର ବ୍ୟବଧାନରେ ଲାଇଟଗୁଡିକ ଖରାପ ହୋଇଯାଇଥିଲା।Advertisment ଆହୁରି ପଢନ୍ତୁ: Spy Link: ପାକିସ୍ତାନ ଗୁପ୍ତଚର ଲିଙ୍କ୍ ଅଭିଯୋଗରେ ଦମ୍ପତି ଗିରଫ: ୨୦୨୪ରୁ ଯୋଗାଯୋଗରେ ଥିଲେ ପରବର୍ତ୍ତୀ ସମୟରେ ଲାଇଟ ମରାମତି ନହେବାରୁ ବିଭିନ୍ନ ୱାର୍ଡ ଏବେବି ଅନ୍ଧାରରେ ଅଛି।
ଏନେଇ ସେ ବାରମ୍ବାର ଅଭିଯୋଗ, ପ୍ରତିବାଦ ଓ ଧାରଣା ଦେବା ପରେ ଦୀର୍ଘ ୨ବର୍ଷ ଧରି ମରାମତି ହେବାର ପ୍ରତିଶୃତି ମିଳୁଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ମରାମତି କରାଯାଇନାହିଁ କିମ୍ବା ଉକ୍ତ ଠିକା ସଂସ୍ଥା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ।
ଫଳରେ ଅଧା ସହର ଏବେ ଅନ୍ଧାରମୟ ଅବସ୍ଥାରେ ରହୁଥିବାରୁ ଲୋକେ ବିଭିନ୍ନ ଅସୁବିଧାକୁ ସମ୍ମୁଖିନ ହେଉଛନ୍ତି।
ତେଣୁ ଶ୍ରୀ ମହାନ୍ତିଙ୍କ ସହ ଅନ୍ୟ କିଛି ୱାର୍ଡର କାଉନସିଲରମାନେ ମିଶି ପୌରପାଳିକା ଗେଟ ସମ୍ମୁଖରେ ପ୍ରତିବାଦ ସ୍ୱରୁପ ଏହି ଜଳଖିଆ ଦୋକାନ କରିଛନ୍ତି।
ଜଳଖିଆ ଦୋକାନରେ ଦୋସା ଗୋଟିକୁ ୩୦ ଟଙ୍କାରେ ବିକ୍ରି କରାଯାଇଥିଲା।
ଏଥିରେ ସହରର ବିଭିନ୍ନ ଲୋକ ଉପସ୍ଥିତ ରହି ଏହାକୁ ସମର୍ଥନ ଜଣାଇଛନ୍ତି।
ଆହୁରି ପଢନ୍ତୁ: Eating Together: ଏକାଠି ଖାଇଲେ ମନ ଓ ମସ୍ତିଷ୍କ ରହିବ ସୁସ୍ଥ!
ଏକାକୀ ଭୋଜନ ଅଭ୍ୟାସ ବଢ଼ାଇପାରେ ମାନସିକ ଚାପ ପ୍ରକାଶ ଥାଉକି ଗତ କିଛିଦିନ ପୂର୍ବରୁ ଏକ ଭିଡିଓ ମାଧ୍ୟମରେ କାଉନସିଲର ଶ୍ରୀ ମହାନ୍ତି ସମସ୍ତଙ୍କୁ ନିବେଦନ କରିଥିଲେ ଏହି ଜଳଖିଆ ଦୋକାନରୁ କିଣନ୍ତୁ ଯାହାଦ୍ୱାରା ସେଥିରୁ ଯେଉଁ ଅର୍ଥ ଉପାର୍ଜନ ହେବ ସେଥିରେ ଖରାପ ଥିବା ଲାଇଟକୁ ମରାମତି କରାଯିବ।
ପ୍ରଶାସନର ପାରିବାପଣିଆକୁ ସେ ସିଧାସଳଖ ପ୍ରଶ୍ନ କରିବା ସହିତ ସରକାରଙ୍କ ବିଫଳତାକୁ ନେଇ ସେ ଏହି ପଦକ୍ଷେପ ନେଇଥିବା ପ୍ରକାଶ କରିଛନ୍ତି।
ଅନ୍ୟପଟେ ବାଲେଶ୍ୱର ଜିଲ୍ଲାପାଳ ଏବେ ସୋର ପୌରାଧ୍ୟକ୍ଷ ଦାୟିତ୍ୱରେ ଥିବାବେଳେ ଗତ କିଛି ଦିନ ତଳେ ଜୁନ ୧୫ ତାରିଖ ସୁଦ୍ଧା ଲାଇଟ ମରାମତି ଓ ନୂତନ ଲାଇଟ ଲାଗିବ ବୋଲି ପ୍ରତିଶୃତି ଦେଇଥିଲେ ମଧ୍ୟ ପ୍ରତିଶୃତି ପାଣିର ଗାର ପାଲଟିଥିବା କାଉନସିଲର ଶ୍ରୀ ମହାନ୍ତି ପ୍ରକାଶ କରିଛନ୍ତି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
