Snakebite: ବର୍ଷାରେ ବଢ଼ୁଛି ସର୍ପାଘାତ: ୫ବର୍ଷରେ ୧୧୭ ମୃତ, ଜିଲ୍ଲାରେ ଅଛନ୍ତି ୫୦ ପ୍ରଜାତିର ସାପ

Sep 21, 2026 - 08:24
Snakebite: ବର୍ଷାରେ ବଢ଼ୁଛି ସର୍ପାଘାତ: ୫ବର୍ଷରେ ୧୧୭ ମୃତ, ଜିଲ୍ଲାରେ ଅଛନ୍ତି ୫୦ ପ୍ରଜାତିର ସାପ

"ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାରେ ସାପ କାମୁଡ଼ାଜନିତ ମୃତ୍ୟୁ ବଢ଼ିବାରେ ଲାଗିଛି।

ମୃତକଙ୍କ ମଧ୍ୟରେ ଅଧିକାଂଶ ଗ୍ରାମାଞ୍ଚଳ ବାସିନ୍ଦା।

ବିଶେଷ କରି ବର୍ଷାଦିନରେ ସର୍ପାଘାତ ସମସ୍ୟା ବଢ଼ୁଥିବା ବେଳେ ତ୍ବରିତ ଚିକିତ୍ସା ସୁବିଧା ମିଳୁନଥିବାରୁ ଅକାଳରେ ଅନେକ ଜୀବନ ଚାଲିଯାଉଛି।

ଜିଲ୍ଲାରେ ୫୦ ପ୍ରଜାତିର ସାପ ଥିବା ନେଇ ବନ ବିଭାଗ ସ୍ପଷ୍ଟ କରିଛି।

ସୂଚନା ମୁତାବକ, ଗତ ୫ବର୍ଷରେ ନବରଙ୍ଗପୁର ଜିଲ୍ଲାରେ ସାପ କାମୁଡ଼ାରେ ୧୧୭ଜଣଙ୍କର ମୃତ୍ୟୁ ହୋଇଛି।

୨୦୨୨ରେ ୩୦ ଜଣ, ୨୦୨୩ରେ ୨୩ ଜଣ, ୨୦୨୪ରେ ୩୩ ଜଣ,  ୨୦୨୫ରେ ୨୫ ଜଣ ଓ ୨୦୨୬ରେ ଆଜି ଯାଏଁ ୬ ଜଣଙ୍କର ମୃତ୍ୟୁ ହୋଇଛି।

ଏହା ବାଦ୍‌ ଶୁକ୍ରବାର ଉମରକୋଟ ଓ ଶନିବାର ପାପଡ଼ାହାଣ୍ଡି ଅଞ୍ଚଳରେ ଦୁଇ ଜଣଙ୍କର ସାପ କାମୁଡ଼ାରେ ମୃତ୍ୟୁ ହୋଇଛି।Advertisment S Jaishankar: ୟୁଏନ୍‌ଜିଏରେ ଭାରତୀୟ ଦଳର ନେତୃତ୍ୱ ନେବେ ଜୟଶଙ୍କର ସେଥିରୁ ୧୧୫ ମୃତକଙ୍କ ପରିବାରକୁ ସରକାରଙ୍କ ଅନୁକମ୍ପା ମୂଳକ ସହାୟତା ବାବଦରେ ୪ ଲକ୍ଷ ଲେଖାଏଁ ପ୍ରଦାନ କରାଯାଇଛି।

ସହରାଞ୍ଚଳ ବିକାଶ ସାଙ୍ଗକୁ କ୍ରମାଗତ ଜଙ୍ଗଲ କ୍ଷୟ ଯୋଗୁଁ ସାପ ଜନବସତିରେ ପଶୁଛନ୍ତି।

ଜିଲ୍ଲାର ଅଧିକାଂଶ ବ୍ଲକର ଗ୍ରାମାଞ୍ଚଳ ଅନୁନ୍ନତ ହୋଇଥିବା ବେଳେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଆବଶ୍ୟକ ଡାକ୍ତର ନଥିବାରୁ ଚିକିତ୍ସା ନପାଇ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି।

ନବରଙ୍ଗପୁର ଜିଲ୍ଲାରେ ପୂର୍ବରୁ ଅଜଗର, ଅହିରାଜ, ଚନ୍ଦନବୋଡ଼ା, ଚିତି, ଡାଳୁଅବୋଡ଼ା, ଢମଣା, ଧଳିଆବୋଡ଼ା, ନାଗ, ଧଣ୍ଡ, ପାଣି ଧଣ୍ଡ, ରଣା ସାପ, ବୋଡ଼ା, ଡଙ୍ଗରଚିତି, ବ୍ରାହ୍ମଣୀ ନାଗ,  ଲାଉଡଙ୍କିଆ ଭଳି ସାପ ଦେଖିବାକୁ ମିଳୁଥିଲା।

ଜଙ୍ଗଲ କ୍ଷୟ, ପୋଡ଼ୁ ଚାଷ, ବେଣ୍ଟ ଶିକାର ଯୋଗୁଁ ସମୟକ୍ରମେ ସରୀସୃପଙ୍କ ପ୍ରଜାତି ଓ ସଂଖ୍ୟା କମିବାରେ ଲାଗିଛି।

ଯାହାର ପ୍ରଭାବ ଜୈବବିବିଧତା ଉପରେ ପଡ଼ିବା ନେଇ ପରିବେଶବିତ୍ ଆଶଙ୍କା କରିଛନ୍ତି।

ପରିବେଶ ସନ୍ତୁଳନ ବଜାୟ ରଖିବାରେ ସାପଙ୍କର ପ୍ରମୁଖ ଭୂମିକା ରହିଛି।

ନବରଙ୍ଗପୁର ଏସିଏଫ୍‌ ସୁବାସ ଚନ୍ଦ୍ର ଖୁଣ୍ଟିଆ କହିଛନ୍ତି, ଲୋପ ପାଉଥିବା ସରୀସୃପଙ୍କ ପ୍ରଜାତିକୁ ବଞ୍ଚାଇ ରଖିବା ପାଇଁ ବନ ବିଭାଗ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ଜାରି ରହିଛି।

ସାପକୁ ନ ମାରିବା ଲାଗି ଗ୍ରାମସ୍ତରରେ କମିଟି ଗଠନ କରାଯାଇଛି।

Appreciation letter: ମୋଦୀଙ୍କ ପ୍ରଶଂସା ପତ୍ର ପାଇଲେ ମୂର୍ତ୍ତୀ ଶିଳ୍ପୀ ଅନମୋଲ ପଦାର"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)