Smriti Mandhana: ସ୍ମୃତି ମନ୍ଧାନା କ୍ୟାଣ୍ଡିୟର୍‌ର ବ୍ରାଣ୍ଡ୍‌ ଆମ୍ବାସଡର୍‌

Jun 29, 2026 - 14:11
Smriti Mandhana: ସ୍ମୃତି ମନ୍ଧାନା କ୍ୟାଣ୍ଡିୟର୍‌ର ବ୍ରାଣ୍ଡ୍‌ ଆମ୍ବାସଡର୍‌

"ଭୁବନେଶ୍ବର: କଲ୍ୟାଣ ଜୁଏଲର୍ସର ଲାଇଫ୍‌ଷ୍ଟାଇଲ୍‌ ଗହଣା ବ୍ରାଣ୍ଡ୍‌ କ୍ୟାରିୟର୍‌ ପକ୍ଷରୁ ମହିଳା କ୍ରିକେଟ୍‌ ତାରକାସ୍ମୃତି ମନ୍ଧାନାଙ୍କୁ ବ୍ରାଣ୍ଡ୍‌ ଆମ୍ବାସଡର୍‌ ଭାବେ ନିଯୁକ୍ତ କରାଯାଇଛି।

ବଲିଉଡ୍‌ ତାରକା ଶାହରୁଖ ଖାନଙ୍କ ସହ ସେ କମ୍ପାନିର ଚେହେରା ତାଲିକାରେ ଯୋଗଦେଇଛନ୍ତି।Advertisment ଶାହରୁଖ ଖାନଙ୍କ ସହ ସ୍ମୃତି କମ୍ପାନିର ଚେହେରା ତାଲିକାରେ ଯୋଗଦେଇଛନ୍ତି ସ୍ମୃତିଙ୍କ ସହ ସହଯୋଗିତା କମ୍ପାନିକୁ ଯୁବ ଓ ଆଧୁନିକ ଭାରତୀୟଙ୍କ ସହ ‌ଯୋଡ଼ି ହେବାରେ ସହାୟକ ହେବ।

ଏହି ଅବସରରେ କ୍ୟାଣ୍ଡିୟର୍‌ର ନିର୍ଦ୍ଦେଶକ ରମେଶ କଲ୍ୟାଣରମଣ କହିଛନ୍ତି ଯେ ସ୍ମୃତି ମନ୍ଧାନା ଏଭଳି ଏକ ପିଢ଼ିର ପରିଚୟ ଯେଉଁମାନେ ଅଭିଳାଷ, ଅସଲିପଣ ଓ ବିଶ୍ବର ମୂଲ୍ୟ ବୁଝିଛନ୍ତି।

ନିଜ ସଫଳତା ଓ ଆଚରଣ ବଳରେ ସେ କୋଟି କୋଟି ଲୋକଙ୍କ ପ୍ରେରଣା ପାଲଟିଛନ୍ତି।

ଶାହରୁଖଙ୍କ ସମେତ ତାଙ୍କୁ କ୍ୟାଣ୍ଡିୟରର ଚେହେରା ଭାବେ ସ୍ବାଗତ କରି ଆମେ ବେଶ ଉଲ୍ଲସିତ।

ଏକ ଲାଇଫଷ୍ଟାଇଲ୍‌ ଅଳଙ୍କାର ବ୍ରାଣ୍ଡ୍‌ ଭାବେ କ୍ୟାଣ୍ଡିୟର ଆଗକୁ ବଢ଼ୁଥିବା ବେଳେ ସ୍ମୃତିଙ୍କ ସହ ସହଯୋଗିତା ସାରା ଦେଶର ଦର୍ଶକମାନଙ୍କ ସହ ସମ୍ପର୍କକୁ ଗଭୀର କରିବାରେ ବ୍ରାଣ୍ଡ୍‌ ପାଇଁ ସହାୟକ ହେବ ବୋଲି ସେ କହିଛନ୍ତି।

ଏହି ସହଯୋଗିତା ସମ୍ପର୍କରେ ସ୍ମୃତି କହିଛନ୍ତି ଯେ ଆଜିର ଗ୍ରାହକମାନଙ୍କ ଷ୍ଟାଇଲ ସମ୍ବେଦନଶୀଳତାକୁ ବୁଝୁଥିବା ଏକ ବ୍ରାଣ୍ଡ୍‌ କ୍ୟାଣ୍ଡିୟର ସହ ଯୋଡ଼ି ହୋଇ ମୁଁ ବହୁତ ଖୁସି।

ମୋ ପାଇଁ ଗହଣା କେବଳ ସ୍ବତନ୍ତ୍ର ଅବସରରେ ପିନ୍ଧିବା ନୁହେଁ, ବରଂ ସବୁ ଦିନି ପିନ୍ଧି ହେଉଥିବା ଏକ ଜିନିଷ।

ଏହା ମୋ ବ୍ୟକ୍ତିଗତ ଷ୍ଟାଇଲ୍‌ର ଏକ ଅଂଶ।

କ୍ୟାଣ୍ଡିୟର୍‌ର ସମସାମୟିକ ଡିଜାଇନ ମୋ ମାନସିକତା ସହ ଖାପଖାଉଛି।

ଏହି ଯାତ୍ରାର ଏକ ଅଂଶ ହୋଇଥିବାରୁ ମୁଁ ଅତ୍ୟନ୍ତ ଉତ୍ସାହିତ ବୋଲି ସ୍ମୃତି କହିଛନ୍ତି। https://sambad.in/sports/west-indies-defeated-sri-lanka-winning-by-217-runs-12116315 "