Siya Goyal: ସିୟା ଗୋୟଲ ମାମଲାରେ ୧୦ କୋଟି ଟଙ୍କାର ମାନହାନି ମକଦ୍ଦମା
ନୂଆଦିଲ୍ଲୀ: କେତନ ଅଗ୍ରୱାଲ ହତ୍ୟା ମାମଲାରେ ଅଭିଯୁକ୍ତ ସିୟା ଗୋୟଲଙ୍କୁ ପ୍ରକୃତରେ କିଏ ପ୍ରତିନିଧିତ୍ବ କରୁଛନ୍ତି ଆଶୁତୋଷ ଶ୍ରୀବାସ୍ତବ ତା’ ବିପୁଲ ଦୁଶିଙ୍ଗ। ଏହି ଗୋଟିଏ ପ୍ରଶ୍ନ ଏବେ ପୁଣେ ଦୁର୍ଗ ହତ୍ୟା ମାମଲାରେ ଏକ ନୂଆ ନ୍ୟାୟିକ ଲଢ଼େଇ ଆରମ୍ଭ କରିଛି। ଆଇନଜୀବୀ ଆଶୁତୋଷ ଶ୍ରୀବାସ୍ତବ ସିୟାଙ୍କ ଭାଇ ସାହିଲଙ୍କୁ ୧୦ କୋଟି ଟଙ୍କାର ଏକ ମାନହାନି ନୋଟିସ୍ ପଠାଇଛନ୍ତି।
ପୁଣେର ଏହି ଆଇନଜୀବୀ ଶ୍ରୀବାସ୍ତବ ଦାବି କରିଛନ୍ତି ଯେ ସିୟା ତାଙ୍କୁ କେତନ ଅଗ୍ରୱାଲ ହତ୍ୟା ମାମଲାରେ ଆଇନଜୀବୀ ନିଯୁକ୍ତ କରିଥିଲେ। କିନ୍ତୁ ସିୟାଙ୍କ ଭାଇ ସାହିଲ ଏହି ଦାବିକୁ ଖଣ୍ଡନ କରିଥିଲେ ଏବଂ କହିଥିଲେ ଯେ ଗୋୟଲ ପରିବାର ସିୟାଙ୍କ ପକ୍ଷ ଲଢ଼ିବାପାଇଁ ବିପୁଲ ଦୁଶିଙ୍ଗଙ୍କୁ ନିଯୁକ୍ତ କରିଛି। ଏହି ବିବାଦ ମଧ୍ୟରେ ଉଭୟ ଆଇନଜୀବୀ ନିଜକୁ ସିୟାଙ୍କ ନ୍ୟାୟିକ ପ୍ରତିନିଧି ବୋଲି ଦାବି କରିଛନ୍ତି। ତେବେ ସିୟା ଏକ ଶୁଣାଣି ସମୟରେ ଆଶୁତୋଷ ଶ୍ରୀବାସ୍ତବ ତାଙ୍କ ଆଇନଜୀବୀ କଥାକୁ ଖଣ୍ଡନ କରିବାରୁ ବିବାଦ ବଢ଼ିଛି। ଏକ ଶୁଣାଣି ସମୟରେ ସିୟା କହିଛନ୍ତି, ଆଶୁତୋଷ ମୋ ଆଇନଜୀବୀ ନୁହନ୍ତି। ବିପୁଲ ଦୁଶିଙ୍ଗ ମତେ ପ୍ରତିନିଧିତ୍ବ କରୁଛନ୍ତି।
ତେବେ ଏହି ଘଟଣା ପରେ ଶ୍ରୀବାସ୍ତବ ସାହିଲ ଗୋୟଲଙ୍କୁ ୧୦ କୋଟି ଟଙ୍କାର ମାନହାନି ନୋଟିସ୍ ପଠାଇଛନ୍ତି। ତାଙ୍କ ବିରୋଧରେ ଗଣମାଧ୍ୟମରେ ଯେଉଁ ମିଥ୍ୟା, ଅପମାନଜନକ ଟିପ୍ପଣୀ ଦିଆଯାଇଛି ତାହା ପ୍ରତ୍ୟାହାର କରିବା ସହ ସର୍ବସାଧାରଣରେ କ୍ଷମା ମାଗିବାପାଇଁ ସେ ଦାବି କରିଛନ୍ତି। ୧୦ ପୃଷ୍ଠାର ନୋଟିସ୍ରେ ଶ୍ରୀବାସ୍ତବ କହିଛନ୍ତି, ବିନା ନିଯୁକ୍ତିରେ ସେ କୌଣସି ମାମଲା ଲଢ଼ୁଛନ୍ତି ବୋଲି ମିଛରେ ସର୍ବସାଧାରଣରେ ଟିପ୍ପଣୀ ଦେବା ଅପମାନଜନକ ଏବଂ ଏହା ସିଧାସଳଖ ବୃତ୍ତିକୁ ଆଘାତ ଦେଉଛି।
Ketan Agarwal Murder: ସିୟାର ଭାଇ ସାହିଲକୁ ୧୦ ଘଣ୍ଟା ଜେରା, କ୍ରିକେଟ ଯୋଡ଼ିଥିଲା ସିୟା-ଚେତନଙ୍କ ସମ୍ପର୍କ
ଆଇନଜୀବୀ ଶ୍ରୀବାସ୍ତବ ଦାବି କରିଛନ୍ତି ଯେ ଜଣେ ସାବାଳକ ଭାବେ ସିୟା ଗୋୟଲ ତାଙ୍କର ପକ୍ଷ ଲଢ଼ିବାପାଇଁ ତାଙ୍କୁ ଆଇନଜୀବୀ ନିଯୁକ୍ତ କରିଥିଲେ। ସିୟାଙ୍କ ଭାଇ ସାହିଲ ତାଙ୍କୁ ନେଇ ସର୍ବସାଧାରଣରେ ଦେଇଥିବା ଏହି ଅପମାନଜନକ ଭିଡିଓ ବାଇଟ୍କୁ ୟୁଟୁବ୍ ଏବଂ ସୋସିଆଲ ମିଡିଆ ପ୍ଲାଟଫର୍ମ ହ୍ବାଟ୍ସଆପ ଗ୍ରୁପ୍ ଏବଂ ନ୍ୟୁଜ୍ ପୋର୍ଟାଲ୍ରୁ ହଟାଇ ଦେବାକୁ କହିଛନ୍ତି। ଶ୍ରୀବାସ୍ତବ ମଧ୍ୟ ୭ ଦିନ ମଧ୍ୟରେ ୧୦ କୋଟି ଟଙ୍କାର କ୍ଷତିପୂରଣ ଦେବାକୁ ସାହିଲଙ୍କୁ କହିଛନ୍ତି ଏବଂ ୪୮ ଘଣ୍ଟା ମଧ୍ୟରେ ସର୍ବସାଧାରଣରେ ଏକ ନିଃସର୍ତ୍ତ ଲିଖିତ କ୍ଷମା ଜାରି କରିବାପାଇଁ କହିଛନ୍ତି।