Siwan AK-47 Firing Incident: ଭାଇରାଲ ହେଲା AK-47 ଫାୟାରିଂ ଭିଡିଓ, ଛାତ୍ରଙ୍କ ଉପରେ ଗୁଳି ଚଳାଇଥିବା ପୋଲିସ କର୍ମୀ ସସପେଣ୍ଡ

Jul 27, 2026 - 13:39
Siwan AK-47 Firing Incident: ଭାଇରାଲ ହେଲା AK-47 ଫାୟାରିଂ ଭିଡିଓ, ଛାତ୍ରଙ୍କ ଉପରେ ଗୁଳି ଚଳାଇଥିବା ପୋଲିସ କର୍ମୀ ସସପେଣ୍ଡ

ଛାତ୍ରଙ୍କ ଉପରକୁ AK-47 ବନ୍ଧୁକରୁ ଗୁଳି କରିଥିବା ପୋଲିସ କର୍ମଚାରୀ ସସପେଣ୍ଡ୍। ବିହାର ସିଓ୍ୱାନ୍ ପୋଲିସ ପକ୍ଷରୁ ଗୁଳି ଚଳାଇଥିବା କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଥିବା ଜଣାପଡିଛି। କ୍ୟାମେରାରେ କଏଦ ହୋଇଥିଲା AK-47 ବନ୍ଧୁକରୁ ଗୁଳି କରାଯାଇଥିବାର ଦୃଶ୍ୟ । ଭିଡିଓରେ ପୋଲିସ କର୍ମୀ ଛାତ୍ରଙ୍କ ଉପରକୁ AK-47 ଧରି ଗୁଳି ଚଳାଉଥିବାର ଦେଖାଯାଇଛି ।

ଗତ ୨୫ ତାରିଖରେ ବିହାର ସିୱାନ ଜିଲ୍ଲାରେ ବିହାର ବନ୍ଦ ପ୍ରତିବାଦରେ ଛାତ୍ରମାନଙ୍କ ଉପରକୁ ପୋଲିସ କର୍ମଚାରୀ ଜଣକ AK-47 ବନ୍ଧୁକରୁ ଗୁଳି ଚଳାଇଥିଲେ। ଏହି ଭିଡିଓ ଭାଇରାଲ ହେବା ପରେ ତାଙ୍କୁ ନିଲମ୍ବିତ କରାଯାଇଛି। 

ରାଜ୍ୟବ୍ୟାପୀ ବନ୍ଦ ପାଳନ ସମୟରେ ବିଭିନ୍ନ ଜିଲ୍ଲାରେ ଛାତ୍ର ସଂଗଠନଗୁଡ଼ିକ ପକ୍ଷରୁ ବଡ଼ ଧରଣର ପ୍ରଦର୍ଶନ କରାଯାଇଥିଲା। ବିଭିନ୍ନ ସ୍ଥାନରେ ବିକ୍ଷୋଭକାରୀ ଏବଂ ପୋଲିସ ମଧ୍ୟରେ ସଂଘର୍ଷ ହୋଇଥିଲା। ପାଟନାର ଜୟପ୍ରଭା ମେଦାନ୍ତ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ତିନି ପ୍ରଦର୍ଶନକାରୀଙ୍କ ଅବସ୍ଥା ସ୍ଥିର ଥିବା ଜଣାପଡ଼ିଛି। ବିହାରର ବିରୋଧୀ ଦଳ ନେତା ତେଜସ୍ୱୀ ଯାଦବ ଦୋଷୀ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି।....

ବିହାରରେ ଛାତ୍ରଙ୍କ ଉପରକୁ ଗୁଳିଚାଳନା କରିଥିବା ପୋଲିସ ସସପେଣ୍ଡ୍ 
AK-47 ରାଇଫଲରୁ ଫାୟାରିଂ ଭିଡିଓ ପଦାକୁ ଆସିବା ପରେ କାର୍ଯ୍ୟାନୁଷ୍ଠାନ
ବିହାର ବନ୍ଦ ଡାକରା ବେଳେ ସିୱାନ ଜିଲ୍ଲାରେ ପୋଲିସ ଫାୟାରିଂ କରିଥିଲା
୩ ଜଣ ଛାତ୍ର ଓ ଜଣେ ସ୍ଥାନୀୟ ବ୍ୟବସାୟୀ ଗୁରୁତର ହୋଇଥିଲେ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।