SIT Formed to Probe Textbook Printing Mistakes: ପାଠ୍ୟପୁସ୍ତକ ତ୍ରୁଟି ମାମଲା, କ୍ରାଇମବ୍ରାଞ୍ଚ ହାତକୁ ଗଲା ତଦନ୍ତ ଭାର
ପାଠ୍ୟପୁସ୍ତକ ତ୍ରୁଟି ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ। କ୍ରାଇମବ୍ରାଞ୍ଚ ହାତକୁ ଗଲା ତଦନ୍ତ ଭାର। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ କ୍ରାଇମବ୍ରାଞ୍ଚରେ ଏଫ୍ଆଇଆର୍ ଦାୟର କଲେ SCERT ନିର୍ଦ୍ଦେଶିକା। ଏହି ସମ୍ବେଦନଶୀଳ ମାମଲାର ଯାଞ୍ଚ ପାଇଁ ଗଠନ ହେଲା ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ (SIT)।
ପାଠ୍ୟପୁସ୍ତକରେ ମାରାତ୍ମକ ତ୍ରୁଟି ବିବାଦକୁ ନେଇ ଆଜି ଲୋକସେବା ଭବନରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଗଣଶିକ୍ଷା ମନ୍ତ୍ରୀ ଏବଂ ସଚିବଙ୍କ ଚାମ୍ବରରେ ବସିଥିବା ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ଗଣଶିକ୍ଷା ସଚିବ, SCERT ନିର୍ଦ୍ଦେଶିକା ଏବଂ ଓସେପା (OSEPA) ନିର୍ଦ୍ଦେଶିକା ଉପସ୍ଥିତ ଥିଲେ। ପାଠ୍ୟପୁସ୍ତକରେ ହୋଇଥିବା ଗଡ଼ବଡ଼ିକୁ ସରକାର ଅତ୍ୟନ୍ତ ଗମ୍ଭୀରତାର ସହ ନେଇଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।