SIR: ଏସ୍‌ଆଇଆର୍‌: ଓଡ଼ିଶା ସମେତ ୪ ରାଜ୍ୟରେ ଚିଠା ଭୋଟର ତାଲିକାରୁ ବାଦ୍‌ ପଡ଼ିଲା ୨୨ ଲକ୍ଷ ଭୋଟରଙ୍କ ନାଁ

Jul 05, 2026 - 20:03
SIR: ଏସ୍‌ଆଇଆର୍‌: ଓଡ଼ିଶା ସମେତ ୪ ରାଜ୍ୟରେ ଚିଠା ଭୋଟର ତାଲିକାରୁ ବାଦ୍‌ ପଡ଼ିଲା ୨୨ ଲକ୍ଷ ଭୋଟରଙ୍କ ନାଁ

"ନୂଆଦିଲ୍ଲୀ: ଭାରତୀୟ ନିର୍ବାଚନ କମିସନ ରବିବାର ଓଡ଼ିଶା ଓ ମଣିପୁର ସମେତ ଚାରିଟି ରାଜ୍ୟରେ ଚିଠା ଭୋଟର ତାଲିକା ପ୍ରକାଶ କରିଥିବାବେଳେ ଭୋଟର ତାଲିକାରୁ ପ୍ରାୟ ୨୨ ଲକ୍ଷ ୫୫ ହଜାର ଭୋଟରଙ୍କ ନାମ ବାଦ୍‌ ପଡ଼ିଛି।

ଏଥିରେ ସର୍ବାଧିକ ପାଖାପାଖି ୨୦ ଲକ୍ଷ ୧୪ ହଜାର ଭୋଟର ଓଡ଼ିଶାରୁ ଅଛନ୍ତି।

ଓଡ଼ିଶାରେ ଏସ୍‌ଆଇଆର୍‌ ପୂର୍ବରୁ ମୋଟ ୩ କୋଟି ୩୩ ଲକ୍ଷ ଭୋଟର ଥିବାବେଳେ ସଂଶୋଧନ ପରେ ବର୍ତ୍ତମାନ ୩ କୋଟି ୧୩ ଲକ୍ଷ ଭୋଟର ଅଛନ୍ତି।

ଏମାନଙ୍କ ମଧ୍ୟରେ ୧ କୋଟି ୬୦ ଲକ୍ଷ ପୁରୁଷ ଭୋଟର ଓ ୧ କୋଟି ୫୩ ଲକ୍ଷ ମହିଳା ଭୋଟର ଅଛନ୍ତି।

ଭୋଟର ତାଲିକାରୁ ବାଦ୍‌ ପଡ଼ିଥିବା ୮ ଲକ୍ଷ ୩୨ ହଜାର ଭୋଟରଙ୍କର ମୃତ୍ୟୁ ହୋଇସାରିଥିବାବେଳେ ୧୦ ଲକ୍ଷ ୭ ହଜାର ଭୋଟର ଅନ୍ୟ ଆଡ଼େ ଚାଲି ଯାଇଥିବା କିମ୍ବା ଏସ୍‌ଆଇଆର୍‌ ବେଳେ ଅନୁପସ୍ଥିତ ଥିବା ଯୋଗୁ ବାଦ୍‌ ପଡ଼ିଛନ୍ତି।

ଅନ୍ୟପକ୍ଷରେ ୧ ଲକ୍ଷ ୫୮ ହଜାର ଭୋଟରଙ୍କ ନାଁ ଏକାଧିକ ସ୍ଥାନରେ ଥିବାରୁ ବାଦ୍‌ ପଡ଼ିଛି।Advertisment ଆହୁରି ପଢନ୍ତୁ: MonsoonSession: ମୌସୁମୀ ଅଧିବେଶନରେ ନିଟ୍ ବିବାଦ ଓ ଦରବୃଦ୍ଧି ପ୍ରସଙ୍ଗରେ ସରକାରଙ୍କୁ ଘେରିବେ ବିରୋଧୀ ଅନ୍ୟପକ୍ଷରେ ଓଡ଼ିଶା ବାଦ୍‌ ମଣିପୁର, ମିଜୋରାମ ଓ ସିକ୍କିମରେ ମଧ୍ୟ ଚିଠା ଭୋଟର ତାଲିକା ପ୍ରକାଶ କରାଯାଇଛି।

ଏହି ୪ ରାଜ୍ୟ‌ରେ ମୋଟ ୩.୬୮ କୋଟି ଭୋଟରଙ୍କ ମଧ୍ୟରୁ ୬.୧୨% ଭୋଟରଙ୍କୁ ବାଦ ଦିଆଯାଇଛି।

ଓଡ଼ିଶାରେ ବାଦ୍‌ ପଡ଼ିଥିବା ଭୋଟରଙ୍କ ପ୍ରତିଶତ ୬.୦୨ ରହିଛି।

ମଣିପୁରରେ ୭.୫% ଭୋଟର ବାଦ୍‌ ପଡ଼ିଛନ୍ତି।

ମଣିପୁରରେ ମୋଟ ୨୦ ଲକ୍ଷ ୯୩ ହଜାର ଭୋଟରଙ୍କ ମଧ୍ୟରୁ ୧ ଲକ୍ଷ ୫୮ ହଜାର ଭୋଟର ବାଦ୍‌ ପଡ଼ିବାବେଳେ ବର୍ତ୍ତମାନ ମଣିପୁରରେ ମୋଟ ୧୯ ଲକ୍ଷ ୩୪ ହଜାର ଭୋଟର ଅଛନ୍ତି।

୪୩ ହଜାର ଭୋଟର ମୃତ, ୧ ଲକ୍ଷ ୦୮ ହଜାର ଭୋଟର ସ୍ଥାୟୀ ଭାବେ ଅନ୍ୟ ଆଡ଼େ ଚାଲି ଯାଇଥିବାରୁ ବାଦ୍‌ ପଡ଼ିଛନ୍ତି ଓ ୭,୩୯୪ ଭୋଟରଙ୍କର ନାଁ ଏକାଧିକ ସ୍ଥାନରେ ଭୋଟର ତାଲିକାରେ ଥିବାରୁ ବାଦ୍‌ ପଡ଼ିଛି।

ମିଜୋରାମରେ ସବୁଠୁ କମ୍‌ ୫.୨ % ଭୋଟରଙ୍କ ନାମ ଚିଠା ଭୋଟର ତାଲିକାରୁ ବାଦ୍‌ ପଡ଼ିଛି।

ଏହି ଉତ୍ତର-ପୂର୍ବ ରାଜ୍ୟରେ ମୋଟ ୪୬ ହଜାର ୧୬୨ ଭୋଟରଙ୍କ ନାଁ ଚିଠା ତାଲିକାରୁ ବାଦ୍‌ ପଡ଼ିଛି। ‌ଏସ୍‌ଆଇଆର୍‌ ପୂର୍ବରୁ ରାଜ୍ୟରେ ଭୋଟରଙ୍କ ସଂଖ୍ୟା ୮ ଲକ୍ଷ ୭୫ ହଜାର ଥିବାବେଳେ ବର୍ତ୍ତମାନ ଏହା ୮ ଲକ୍ଷ ୨୮ ଲକ୍ଷକୁ ଖସି ଆସିଛି।ସିକ୍କିମରେ ସର୍ବାଧିକ ୮% ଭୋଟର ଚିଠା ତାଲିକାରୁ ବାଦ୍‌ ପଡ଼ିଛନ୍ତି।

ରାଜ୍ୟରେ ମୋଟ ଭୋଟର ସଂଖ୍ୟା ପୂର୍ବରୁ ୪ ଲକ୍ଷ ୭୧ ହଜାର ଥିବାବେଳେ ୩୭ ହଜାର ୭୨୪ ଜଣଙ୍କ ନାଁ ବାଦ୍‌ ପଡ଼ିବା ପରେ ବର୍ତ୍ତମାନ ୪ ଲକ୍ଷ ୩୩ ହଜାର ଭୋଟର ଅଛନ୍ତି।

ଆହୁରି ପଢନ୍ତୁ: BayofBengal: ବଙ୍ଗୋପସାଗରରେ ୬ ନିଖୋଜ ମତ୍ସ୍ୟଜୀବୀଙ୍କୁ ଖୋଜୁଛି ନୌସେନା ଏହି ଚାରି ରାଜ୍ୟର ଚୂଡ଼ାନ୍ତ ଭୋଟର ତାଲିକା ଆସନ୍ତା ସେପ୍ଟେମ୍ବର ୬ ତାରିଖରେ ପ୍ରକାଶ ପାଇବ।

ଆଗାମୀ ଗୋଟିଏ ମାସ ମଧ୍ୟରେ ଲୋକମାନେ ତାଲିକାରୁ ଭୋଟରଙ୍କୁ ଯୋଡିବା କିମ୍ବା ବାଦ୍‌ ଦେବା ପାଇଁ ସେମାନଙ୍କର ଦାବି ଓ ଆପତ୍ତି ଦାଖଲ କରିପାରିବେ।

ନୂତନ ଭୋଟରମାନେ ମଧ୍ୟ ସେମାନଙ୍କର ଅନ୍ତର୍ଭୁକ୍ତି ପାଇଁ ଆବେଦନ ଦାଖଲ କରିପାରିବେ।"