Sinking Car Emergency: ପାଣିରେ କାର୍ ବୁଡ଼ିଲେ କଣ କରିବେ ? ଜାଣିନିଅନ୍ତୁ ମୃତ୍ୟୁମୁଖରୁ ମୁକୁଳିବାର ଉପାୟ
ଦୁର୍ଘଟଣା କେବେ ବି କହିକି ଆସେନି। କିନ୍ତୁ ସଠିକ୍ ସମୟରେ ସଠିକ୍ ପଦକ୍ଷେପ ନେଲେ ଜୀବନ ବଞ୍ଚିପାରେ। ବାହାଘରର ଖୁସି ମଝିରେ ଘଟିଥିବା ଢେଙ୍କାନାଳର ମର୍ମନ୍ତୁଦ ଦୁର୍ଘଟଣା ପୁଣି ଥରେ ଅନେକ ପ୍ରଶ୍ନ ଛିଡ଼ା କରିଛି। ଯଦି କୌଣସି କାର୍ ହଠାତ୍ ପୋଖରୀ କିମ୍ବା ନଦୀରେ ପଡ଼ିଯାଏ, ସେହି ସଙ୍କଟମୟ ମୁହୂର୍ତ୍ତରେ କଣ କରିବା ଉଚିତ୍? କେଉଁ ପଦକ୍ଷେପ ନେଲେ ବଞ୍ଚିପାରିବ ଜୀବନ, ଆଉ କେଉଁ ଭୁଲ ହୋଇପାରେ ମାରାତ୍ମକ? ଆସନ୍ତୁ ଜାଣିବା, ପାଣିରେ ବୁଡ଼ୁଥିବା କାର୍ ରୁ ସୁରକ୍ଷିତ ଭାବେ ବାହାରିବାର କିଛି ଜରୁରୀ ଉପାୟ।
ପ୍ରଥମ କିଛି ସେକେଣ୍ଡ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ
ସିଟ୍ ବେଲ୍ଟ ତୁରନ୍ତ ଖୋଲିଦିଅନ୍ତୁ
ପ୍ରଥମେ ପିଲା କିମ୍ବା ଅନ୍ୟ ଯାତ୍ରୀଙ୍କ ସିଟ୍ ବେଲ୍ଟ ଖୋଲନ୍ତୁ
ତୁରନ୍ତ କାରର ଓ୍ୱିନଡୋ ଖୋଲନ୍ତୁ
ପାଓ୍ୱାର୍ ୱିଣ୍ଡୋ କାମ କରୁଥିଲେ ତୁରନ୍ତ ଖୋଲନ୍ତୁ
ପାଣି ପୂରା ଭରିଯିବା ପୂର୍ବରୁ ବାହାରିବାର ଚେଷ୍ଟା କରନ୍ତୁ
ଡୋର୍ ବଦଳରେ ଓ୍ୱିଣ୍ଡୋ ବ୍ୟବହାର କରନ୍ତୁ
ଝରକା ନ ଖୋଲିଲେ କାଚ ଭାଙ୍ଗନ୍ତୁ
ଓ୍ୱିଣ୍ଡୋ ବ୍ରେକର୍ କିମ୍ବା ଏମର୍ଜେନ୍ସି ହାମର୍ ବ୍ୟବହାର କରନ୍ତୁ
ମୋବାଇଲ୍ କିମ୍ବା ସାମଗ୍ରୀ ବଞ୍ଚାଇବାକୁ ଯାଇ ଜୀବନ ବିପଦରେ ପକାନ୍ତୁନି
ପିଲା ଥିଲେ ପ୍ରଥମେ ସେମାନଙ୍କୁ ବାହାର କରନ୍ତୁ
ବିଶେଷଜ୍ଞମାନେ ଏମିତି ପରାମର୍ଶ ଦେଇଛନ୍ତି ।
ବାହାଘରର ଖୁସିକୁ ଗିଳିଦେଲା କଳାରାତି । ହସଖୁସିର ଯାତ୍ରା...ମୁହୂର୍ତ୍ତରେ ପାଲଟିଗଲା ଶେଷଯାତ୍ରା। ପୋଖରୀରେ ବରଯାତ୍ରୀ ଗାଡ଼ି ବୁଡ଼ି ଚାଲିଗଲା ୫ ଜଣଙ୍କ ଜୀବନ । ଢେଙ୍କାନାଳ ସଦର ଥାନା ଇନ୍ଦିପୁର-ଛାଟିଆ ଗାଁ ନିକଟରେ ବିଳମ୍ବିତ ରାତିରେ ଘଟିଛି ଛାତିଥରା ଦୁର୍ଘଟଣା । ବାହାଘରରୁ ଫେରିବା ବେଳେ ଏକ ବୁଲାଣିରେ ଭାରସାମ୍ୟ ହରାଇ କାରଟି ଏକ ପୋଖରୀରେ ପଶିଯାଇଥିଲା। ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨ ଜଣଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ମୃତକମାନେ ହେଲେ ବାଙ୍ଗୁରସିଂହ ଗାଁର ରାମ ସାହୁ, ଅବିନାଶ ସାହୁ, ରାକେଶ କୁମାର ସାହୁ, ଚନ୍ଦ୍ରକାନ୍ତ ସ୍ବାଇଁ ଓ ଅଭିଜିତ୍ ସାହୁ। ସମସ୍ତଙ୍କ ବୟସ ୨୫ ରୁ ୩୦ ବର୍ଷ ହେବ। ଦୁର୍ଘଟଣାଗ୍ରସ୍ତ କାରକୁ କ୍ରେନ ସାହାଯ୍ୟରେ ପୋଖରୀରୁ ବାହାର କରାଯାଇଛି। ସଦର ଥାନା ପୋଲିସ ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ଢେ଼ଙ୍କାନାଳ ଡାକ୍ତରଖାନାକୁ ପଠାଇଛି। ମର୍ମନ୍ତୁଦ ଘଟଣା ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।