CBI Cleanchit To 'Kingpin': ନିଟ୍-ୟୁଜି ପ୍ରଶ୍ନପତ୍ର ଲିକ୍ ମାମଲାରେ ବଡ଼ ଟ୍ୱିଷ୍ଟ, କିଙ୍ଗପିନ୍ ନିର୍ଦ୍ଦୋଷ!

Jul 23, 2026 - 17:53
CBI Cleanchit To 'Kingpin': ନିଟ୍-ୟୁଜି ପ୍ରଶ୍ନପତ୍ର ଲିକ୍ ମାମଲାରେ ବଡ଼ ଟ୍ୱିଷ୍ଟ, କିଙ୍ଗପିନ୍ ନିର୍ଦ୍ଦୋଷ!

ନିଟ୍-ୟୁଜି ୨୦୨୪ ପ୍ରଶ୍ନପତ୍ର ଲିକ୍ ମାମଲାରେ ବଡ଼ ଅପଡେଟ୍। ଦୁଇ ବର୍ଷ ପରେ କଥିତ 'କିଙ୍ଗପିନ୍' ସଞ୍ଜୀବ କୁମାର ଓରଫ ସଞ୍ଜୀବ ମୁଖିଆଙ୍କୁ କ୍ଲିନ୍‌ଚିଟ୍ ଦେଇଛି ସିବିଆଇ। ସିବିଆଇ କହିଛି, ତଦନ୍ତ ସମୟରେ ସଞ୍ଜୀବ ମୁଖିଆଙ୍କ ସଂପୃକ୍ତିର କୌଣସି ପ୍ରମାଣ ମିଳିନାହିଁ। ପ୍ରଶ୍ନପତ୍ର ଚୋରି କିମ୍ବା ବଣ୍ଟନରେ ତାଙ୍କ ଭୂମିକା ସାବ୍ୟସ୍ତ କରିବାକୁ କୌଣସି ସାକ୍ଷ୍ୟ ମିଳିନଥିବା ଏଜେନ୍ସି ସ୍ପଷ୍ଟ କରିଛି। 

୨୦୨୪ରେ ବିହାର ପୋଲିସ ପ୍ରଥମେ ମାମଲା ରୁଜୁ କରି ସଞ୍ଜୀବ ମୁଖିଆଙ୍କୁ ସନ୍ଦେହଭାଜନ ଭାବେ ଏଫ୍‌ଆଇଆର୍‌ରେ ନାମ ଦେଇଥିଲା। ପରେ ମାମଲାର ତଦନ୍ତ ସିବିଆଇକୁ ହସ୍ତାନ୍ତର ହୋଇଥିଲା।

ସିବିଆଇ ତଦନ୍ତରେ ପ୍ରଶ୍ନପତ୍ର ଚୋରି ଓ ବଣ୍ଟନରେ ଜଡ଼ିତ ସମସ୍ତ ଅଭିଯୁକ୍ତଙ୍କୁ ଚିହ୍ନଟ କରିଥିବା ସହ ୪୫ ଜଣଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଛି। ସଞ୍ଜୀବ ମୁଖିଆଙ୍କ ବିରୋଧରେ ପ୍ରମାଣ ନ ମିଳିବାରୁ ସିବିଆଇ ତାଙ୍କ ବିରୋଧରେ କୌଣସି ଚାର୍ଜସିଟ୍ ଦାଖଲ କରିନାହିଁ। ଏହି ମାମଲାରେ ସେ ଜାମିନ୍ ପାଇଥିଲେ। ତେବେ ବିହାର ପୋପଲିସର ଅନ୍ୟ କିଛି ମାମଲାରେ ଅଭିଯୁକ୍ତ ଥିବାରୁ ସେ ବିଚାରାଧୀନ ହିରାସତରେ ରହିଥିଲେ।

ସିବିଆଇ କହିଛି, NEET-UG ୨୦୨୪ ପେପର୍ ଲିକ୍ ଷଡଯନ୍ତ୍ରରେ ଜଡ଼ିତ ସମସ୍ତଙ୍କୁ ଚିହ୍ନଟ କରାଯାଇଛି ଏବଂ କୌଣସି ଦୋଷୀ ଆଇନରୁ ବର୍ତ୍ତି ପାରିନାହାନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।