Singapore: ସିଙ୍ଗାପୁରର ‘ବହି ପଢ଼ି ଟଙ୍କା ନିଅ’ ଅଭିଯାନ

Sep 18, 2026 - 05:34
Singapore: ସିଙ୍ଗାପୁରର ‘ବହି ପଢ଼ି ଟଙ୍କା ନିଅ’ ଅଭିଯାନ

"ଆଜିକାଲି ମୋବାଇଲ୍‌ ଫୋନ୍‌ରେ ଘଣ୍ଟା ଘଣ୍ଟା ସ୍କ୍ରୋଲ୍ କରିବା ଆମର ନିତିଦିନିଆ ଅଭ୍ୟାସରେ ପରିଣତ ହେଲାଣି।

ଛୋଟ ଭିଡିଓ ବା ସର୍ଟସ୍‌, ସୋସିଆଲ୍ ମିଡିଆ ଓ ନୋଟିଫିକେସନ୍ ଆମ ଧ୍ୟାନକୁ ସବୁବେଳେ ଟାଣି ନେଉଛି।

ଏହା ଭିତରେ ଲମ୍ବା ସମୟ ଧରି ବହି ପଢ଼ିବା ଅନେକଙ୍କ ପାଇଁ କଷ୍ଟକର ହୋଇପଡ଼ିଛି।

ସାମାଜିକ ଗଣମାଧ୍ୟମ ଓ ସ୍ମାର୍ଟଫୋନ୍‌ ନିଶାରୁ ନିଜର ନାଗରିକଙ୍କୁ ମୁକ୍ତ କରିବା ପାଇଁ ସିଙ୍ଗାପୁର ସରକାର ଏକ ନୂଆ ପଦକ୍ଷେପ ନେଇଛନ୍ତି।

ସିଙ୍ଗାପୁରର ଜାତୀୟ ପାଠାଗାର ବୋର୍ଡ "ରିଡ୍‌ଏସ୍‌ଜି" ନାମରେ ଏକ ପାଞ୍ଚବର୍ଷିଆ ଅଭିଯାନ ଆରମ୍ଭ କରିଛି।

ଏଥିରେ ପ୍ରତିଦିନ ଅତି କମ୍‌ରେ ୧୫ ମିନିଟ୍ ପଢ଼ିଲେ ୨୦ଟି ଭର୍ଚୁଆଲ୍ କଏନ୍ ମିଳିବ।

୧,୦୦୦ କଏନ୍ ସଂଗ୍ରହ କଲା ପରେ ସେଗୁଡ଼ିକୁ ୧ ସିଙ୍ଗାପୁର ଡଲାରରେ ବଦଳାଇ ହେବ।Advertisment Rahul Gandhi : ୟୁପିଆଇ ଟିକସ ପ୍ରତ୍ୟାହାର ପାଇଁ ରାହୁଲ ଗାନ୍ଧୀଙ୍କ ଦାବି: ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସମାଲୋଚନା ଏହି ଅଭିଯାନର ଅନ୍ୟତମ ଉଦ୍ଦେଶ୍ୟ ହେଉଛି ଲୋକଙ୍କ ଭିତରେ ପଢ଼ିବାର ଅଭ୍ୟାସ ବିକଶିତ କରିବା।

ଏଭଳି ଛୋଟ ପୁରସ୍କାର ହୁଏତ ଆରମ୍ଭରେ ଲୋକଙ୍କୁ ବହି ଖଣ୍ଡେ ଧରିବା ପାଇଁ ଉତ୍ସାହିତ କରିପାରେ।

ତେବେ ଏହାର ପ୍ରକୃତ ସଫଳତା ସେତେବେଳେ ଜଣାପଡ଼ିବ, ଯେତେବେଳେ ପୁରସ୍କାର ନଥିଲେ ମଧ୍ୟ ଲୋକମାନେ ପଢ଼ିବା ଜାରି ରଖିବେ।

୧୫ ମିନିଟ୍‌ରୁ ଆରମ୍ଭ ହୋଇଥିବା ଏହି ଛୋଟ ଅଭ୍ୟାସ ଯଦି ଧୀରେ ଧୀରେ ଅଧ ଘଣ୍ଟା କିମ୍ବା ତା"ଠାରୁ ଅଧିକ ହୋଇଯାଏ, ତେବେ ଏହା ଲୋକଙ୍କୁ ପଢ଼ିବା ଲାଗି ଏକ ସ୍ଥାୟୀ ତଥା ଦୀର୍ଘମିଆଦି ପଢ଼ା ଅଭ୍ୟାସ‌ରେ ପକାଇଦେଇପାରେ।

Asgar Bora: ପ୍ରଧାନମନ୍ତ୍ରୀଙ୍କ ସହଯୋଗ ପରେ ବିବାଦୀୟ ଜମି ଫେରିପାଇଲେ ଅସଗର୍‌ ବୋରା"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)