Similipal Tiger Count ଶିମିଳିପାଳରେ ବାଘ ସଂଖ୍ୟା ୩୫କୁ ବୃଦ୍ଧି, କ୍ୟାମେରା ଟ୍ରାପ୍ ସର୍ବେକ୍ଷଣରେ ୧୬ ଶାବକ ଚିହ୍ନଟ
"ବାରିପଦା (ବଟକୃଷ୍ଣ ବିହାରୀ): ଶିମିଳିପାଳ ଜାତୀୟ ଅଭୟାରଣ୍ୟରେ ବାଘସଂଖ୍ୟା ୩୫କୁ ବୃଦ୍ଧିପାଇଛି।
ଏଥିମଧ୍ୟରେ ୧୬ ଶାବକ ଅଛନ୍ତି।
ବନବିଭାଗର ସର୍ବଶେଷ କ୍ୟାମେରା ଟ୍ରାପ୍ ସର୍ବେକ୍ଷଣରେ ଏହା ଜଣାପଡ଼ିଛି ବୋଲି ପିସିସିଏଫ୍(ୱାଇଲ୍ଡଲାଇଫ୍) ଓ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ପ୍ରେମକୁମାର ଝା କହିଛନ୍ତି।
୨୦୨୨ ସର୍ବଭାରତୀୟ ବାଘ ଗଣନା(ଏଆଇଟିଇ)ରେ ଶିମିଳିପାଳରେ ମାତ୍ର ୧୬ଟି ବାଘ ଥିଲ।
୨୦୨୩-୨୪ର ଓଡ଼ିଶା ସରକାରୀ ସର୍ବେକ୍ଷଣରେ ଏହା ୨୭କୁ ବୃଦ୍ଧି ପାଇଥିଲା।
ଡିସେମ୍ବର ୨୦୨୪ରୁ ଜାନୁୟାରି ୨୦୨୫ ମଧ୍ୟରେ ହୋଇଥିବା ସର୍ବେକ୍ଷଣରେ ୩୨ଟି ବାଘ ଚିହ୍ନଟ ହୋଇଥିଲେ।
ଏବେ ଏହି ସଂଖ୍ୟା ୩୫ରେ ପହଞ୍ଚିଛି।Advertisment Similipal National Park: ଶିମିଳିପାଳରୁ ଭଲ ଖବର: ୩ ଛୁଆଙ୍କ ସହ କଳାବାଘୁଣୀ, ବର୍ଷକରେ ୧୬ ବାଘଛୁଆ ଜନ୍ମ ସୂଚନା ଅନୁସାରେ, ମହାରାଷ୍ଟ୍ରର ତଡ଼ବା-ଆନ୍ଧାରୀ ଟାଇଗର ରିଜର୍ଭରୁ ୨୦୨୪ରେ ଅଣାଯାଇଥିବା ଯମୁନା ଓ ଜୀନତ୍ ବାଘୁଣୀକୁ ମିଶାଇ ମୋଟ ୩୫ଟି ବାଘ ଅଛନ୍ତି।
ସେଥିମଧ୍ୟରୁ ୧୭ଟି ପୁରୁଷ ଓ ୧୮ଟି ମାଈ ଅଛନ୍ତି।
ତନ୍ମଧ୍ୟରୁ ୧୯ଟି ବାଘ ମ୍ୟୁଡୋ-ମେଲାନିଷ୍ଟିକ୍(କଳାଡୋରା ବାଘ) ଅଛନ୍ତି।
ସେହିପରି ଜୀନତର ୪ଟି ଶାବକକୁ ମିଶାଇ ଶିମିଳିପାଳରେ ବାଘଶାବକ ସଂଖ୍ୟା ମଧ୍ୟ ୧୨ରୁ ବଢ଼ି ୧୬ ହୋଇଛି।
NGT on Similipal reserve ଶିମିଳିପାଳରେ ପ୍ରସ୍ତାବିତ ରିସୋର୍ଟ ପ୍ରକଳ୍ପ ଉପରେ ଏନ୍ଜିଟି ଛାଟ ବନ୍ୟଜନ୍ତୁ ସଂରକ୍ଷଣ କାର୍ଯ୍ୟକ୍ରମ, ଆବାସ ଉନ୍ନତି ଓ ଶିକାରଜୀବଙ୍କ ସଂଖ୍ୟା ବଢ଼ାଇବା ଯୋଗୁ ବାଘବଂଶ ବୃଦ୍ଧି ସମ୍ଭବ ହୋଇଛି ବୋଲି ଶ୍ରୀ ଝା କହିଛନ୍ତି।
ଏଥିସହିତ, ଟାଇଗର ସପ୍ଲିମେଣ୍ଟେସନ୍ ପ୍ରୋଗ୍ରାମ ସୁଫଳଦେବା ଆରମ୍ଭ କରିଛି।
ବନ୍ୟପ୍ରାଣୀ ବିଭାଗ ଶିମିଳିପାଳର ଜେନେଟିକ୍ ବିବିଧତା ଆହୁରି ମଜଭୁତ୍ କରିବା ପାଇଁ ମଧ୍ୟ ଭାରତୀୟ ଲ୍ୟାଣ୍ଡସ୍କେପ୍ରୁ ଏକ ପୁରୁଷ ଓ ଏକ ମାଈବାଘ ଆଣିବା ପାଇଁ ପ୍ରସ୍ତାବ ରହିଛି।
ଏହି ପ୍ରସ୍ତାବ ରାଜ୍ୟ ସରକାର ଓ କେନ୍ଦ୍ର ପରିବେଶ, ବନ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟଙ୍କ ଅନୁମୋଦନ ପାଇଁ ପଠାଯିବ ବୋଲି ଶ୍ରୀ ଝା କହିଛନ୍ତି।
ଶିମିଳିପାଳର ଏହି ସଫଳତା ଓଡ଼ିଶାର ବନ୍ୟଜନ୍ତୁ ସଂରକ୍ଷଣ କାର୍ଯ୍ୟର ଏକ ଉଜ୍ଜ୍ବଳ ଉଦାହରଣ ପାଲଟିଛି।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।