Similipal National Park: ଶିମିଳିପାଳରୁ ଭଲ ଖବର: ୩ ଛୁଆଙ୍କ ସହ କଳାବାଘୁଣୀ, ବର୍ଷକରେ ୧୬ ବାଘଛୁଆ ଜନ୍ମ
ବାରିପଦା: ଶିମିଳିପାଳରୁ ଆଜି ପୁଣି ଏକ ଭଲଖବର ଆସିଛି। ଏକ କଳାବାଘୁଣୀକୁ ୩ ଛୁଆଙ୍କ ସହ ଦେଖିବାକୁ ମିଳିଛି। ଏହି ବିରଳ ଫଟୋ କ୍ୟାମେରାରେ କଏଦ ହୋଇଛି। ବର୍ଷକ ମଧ୍ୟରେ ଶିମିଳିପାଳରେ ୧୬ଟି ବାଘ ଶାବକ ଜନ୍ମ ହୋଇଛନ୍ତି। ଏହା ବାଘ ସଂରକ୍ଷଣରେ କରାଯାଇଥିବା ବ୍ୟାପକ ପ୍ରସ୍ତୁତି ଓ ପରିଶ୍ରମର ଫଳ ବୋଲି ଶିମିଳିପାଳ ଆର୍ସିସିଏଫ୍ ପ୍ରକାଶ ଚାନ୍ଦ ଗୋଗିନେନି କହିଛନ୍ତି।
Tiger Attacks: ମହାବଳ ବାଘ ଆକ୍ରମଣରେ ଯୁବକ ମୃତ
ମା’ ହୋଇଥିବା ଏହି ମେଲାନିଷ୍ଟିକ୍ ବାଘୁଣୀର ନାଁ ହେଉଛି ଟି-୨୦। ଟ୍ରାପ୍ କ୍ୟାମେରାରେ ପ୍ରଥମଥର ପାଇଁ ଏକସଙ୍ଗେ ଚାରିବାଘଙ୍କ ଦୁର୍ଲଭ ଫଟୋ କଏଦ ହୋଇଛି। ବାଘୁଣୀ ନିଜ ଛୁଆଙ୍କ ସହ ଖାଦ୍ୟ ଅନ୍ବେଷଣରେ ବାହାରିଥିବା ଏବଂ ଶାବକଙ୍କୁ ଶିକାର କରିବାର କଳା ଶିଖାଉଥିବା ଏହି ଫଟୋରୁ ଅନୁମାନ କରାଯାଉଛି। ଫଟୋରୁ ବାମପଟେ ୩ ଛୁଆ ଓ ଡାହାଣପଟେ ମା’ ରହିଛି। ସୂଚନାଯୋଗ୍ୟ ଯେ, ତିନିଦିନ ତଳେ ଶିମିଳିପାଳ ଅଭୟାରଣ୍ୟରେ ମହାରାଷ୍ଟ୍ରର ବାଘୁଣୀ ଜୀନତ୍ ଚାରିଛୁଆ ଜନ୍ମ କରିଥିବା ଜଣାପଡ଼ିଥିଲା।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।