El Nino: ସେପ୍ଟେମ୍ବର ଶେଷଆଡ଼କୁ ଶକ୍ତିଶାଳୀ ହେବ ‘ଏଲ୍ ନିନୋ’: ମୃତ୍ୟୁଞ୍ଜୟ
ପୁରୀ: ‘ଏଲ୍ ନିନୋ’ ପ୍ରଭାବରେ ସାଧାରଣ ବର୍ଷାଠୁ କମ୍ ବର୍ଷାର ସମ୍ଭାବନା ରହିଛି। ଏହାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ବ୍ରିକ୍ସ ସମ୍ମିଳନୀରେ ଯୋଗଦେବା ଅବସରରେ ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ଡ. ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ବର୍ତ୍ତମାନ ପ୍ରଶାନ୍ତ ମହାସାଗରରେ ତାପମାତ୍ରା ନିରପେକ୍ଷ ଅବସ୍ଥାରେ ରହିଛି। ଏହା ଧୀରେ ଧୀରେ ଦୁର୍ବଳ ଅବସ୍ଥାକୁ ଆସିବ। ଜୁଲାଇରୁ ଅଗଷ୍ଟ ମଧ୍ୟରେ ଏହା ମଧ୍ୟମ ଅବସ୍ଥାକୁ ଆସିବ। ସେପ୍ଟେମ୍ବର ଶେଷ ଆଡ଼କୁ ‘ଏଲ୍ ନିନୋ’ ଶକ୍ତିଶାଳୀ ହେବାର ସମ୍ଭାବନା ରହିଛି ବୋଲି ସେ କହିଛନ୍ତି।
Mou: ୯୦୦୦ ଠିକା କର୍ମଚାରୀଙ୍କ କଲ୍ୟାଣ ପାଇଁ ଏସ୍ବିଆଇ ସହ ନାଲ୍କୋର ଏମ୍ଓୟୁ
ସାଧାରଣଠାରୁ କମ୍ ବୃଷ୍ଟିପାତ ସମ୍ଭାବନା
ବ୍ରିକ୍ସ ସମ୍ମିଳନୀରେ ବିଭିନ୍ନ ଦେଶର ଶ୍ରେଷ୍ଠ ମଡେଲ୍ ଆଲୋଚନା
ଡ. ମହାପାତ୍ରଙ୍କ କହିବା ମୁତାବକ, ଏଲ୍ ନିନୋ ସୃଷ୍ଟି ହେବା ସମୟରେ ୬୦-୭୦ ପ୍ରତିଶତ ସମୟରେ ଭାରତରେ ମୌସୁମୀ ବାୟୁ ଜନିତ ବୃଷ୍ଟିପାତ ତଥା ବର୍ଷା ସାଧାରଣ ବର୍ଷାଠୁ କମ୍ ହୋଇଥାଏ। ଜୁନରୁ ସେପ୍ଟେମ୍ବର ମଧ୍ୟରେ ମଧ୍ୟମ ଅବସ୍ଥାକୁ ଆସିବାକୁ ଥିବାରୁ ସାଧାରଣ ଦୃଷ୍ଟିପାତର ୯୦% ହେବାର ସମ୍ଭାବନା ରହିଛି। ଭାରତବର୍ଷରେ ମୁଖ୍ୟତଃ ସାଧାରଣ ବର୍ଷାର ୮୬%ରୁ ୯୪% ବର୍ଷା ହେବାର ସମ୍ଭାବନା ରହିଛି। ପୂର୍ବାନୁମାନ ଅନୁଯାୟୀ ଦକ୍ଷିଣ ଓ କେନ୍ଦ୍ରୀୟ ଓଡ଼ିଶାରେ ସାଧାରଣ ବର୍ଷା କିମ୍ବା ଏହାଠୁ ଅଧିକ ବର୍ଷା ସମ୍ଭାବନା ରହିଛି। ମାତ୍ର ଉତ୍ତର ଓଡ଼ିଶାରେ ବୃଷ୍ଟିପାତ ସାଧାରଣଠାରୁ କମ୍ ହେବାର ସମ୍ଭାବନା ରହିଛି। ଓଡ଼ିଶାରେ ପାଖାପାଖି ୧୧୫ ସେଣ୍ଟିମିଟର ସାଧାରଣ ବର୍ଷା ହୋଇଥାଏ। ଉତ୍ତର ଓଡ଼ିଶାରେ ଏହାଠୁ କମ୍ ହେବାର ସମ୍ଭାବନା ରହିଥିବା କହିଛନ୍ତି। ସେହିଭଳି ମୌସୁମୀ ବାୟୁ ଅଗ୍ରସର ହେଉଥିବାରୁ ବାୟୁମଣ୍ଡରେ ଆର୍ଦ୍ରତା ବୃଦ୍ଧି ପାଇବ। ତେଣୁ ଏହା ପ୍ରଭାବରେ ଗରମ ସହ ଗୁଳୁଗୁଳି ହେବ। ଏଥିପାଇଁ ଆମକୁ ପ୍ରସ୍ତୁତ ରହିବାକୁ ପଡ଼ିବ ବୋଲି ସେ କହିଛନ୍ତି।
Horoscope 2026 June 05: ଜାଣନ୍ତୁ ଆଜିର ରାଶିଫଳ...
ଏଣେ ବିପର୍ଯ୍ୟୟ ସଂକ୍ରାନ୍ତରେ ଚାଲିଥିବା ବ୍ରିକ୍ସ ସମ୍ମିଳନୀ ସମ୍ପର୍କରେ ସେ ମତ ରଖି କହିଛନ୍ତି, ପାଣିପାଗ କ୍ଷେତ୍ରରେ ବୈଷୟିକ ଜ୍ଞାନକୌଶଳର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ମୁଖ୍ୟତଃ ସତର୍କ ସୂଚନା, ପ୍ରସ୍ତୁତି ଓ ଦୂରୀକରଣ ପାଇଁ ଏହି ସମ୍ମିଳନୀରେ ବିଶେଷ ଆଲୋଚନା କରାଯାଉଛି ବୋଲି ସେ କହିଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।