SIM cards: କଡ଼ାକଡ଼ି ହେଲା ନିୟମ: ବ୍ୟକ୍ତି ପିଛା ସର୍ବାଧିକ ୯ଟି ସିମ୍‌

Aug 20, 2026 - 17:40
SIM cards: କଡ଼ାକଡ଼ି ହେଲା ନିୟମ: ବ୍ୟକ୍ତି ପିଛା ସର୍ବାଧିକ ୯ଟି ସିମ୍‌

"ନୂଆଦିଲ୍ଲୀ: ବ୍ୟକ୍ତି ପିଛା ମୋବାଇଲ୍‌ ସଂଯୋଗ ଉପରେ କଟକଣା ଲଗାଯାଇଛି।

ଜଣେ ବ୍ୟକ୍ତିଙ୍କ ନାମରେ ସର୍ବାଧିକ ୯ଟି ସିମ୍‌ କାର୍ଡ ରହିପାରିବ।

ସେଭଳି ବ୍ୟକ୍ତିଙ୍କୁ ଅଧିକ ସିମ୍‌ କାର୍ଡ ନ ଦେବାକୁ ଟେଲିକମ୍‌ ଅପରେଟରମାନଙ୍କୁ ଟେଲିକମ୍‌ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

ଏହି କଟକଣା ଚଳିତ ମାସ ୨୪ରୁ ଲାଗୁ ହେବ।

ପ୍ରତି ଗ୍ରାହକଙ୍କ ପିଛା କେତୋଟି ସିମ୍‌ କାର୍ଡ ରହିଛି ତାହା ଜାଣିବା ପାଇଁ ବ୍ୟବସ୍ଥା କରିବାକୁ କମ୍ପାନିଗୁଡ଼ିକୁ କୁହାଯାଇଛି।ଆଗାମୀ ଦିନରେ ଯେଉଁ ବ୍ୟକ୍ତିଙ୍କ ନାମରେ ୯ରୁ ଅଧିକ ମୋବାଇଲ୍‌ ସଂଯୋଗ ରହିଛି, ସେ ଅତିରିକ୍ତ ସିମ୍‌ ପାଇଁ ଆବେଦନ କଲେ ତାଙ୍କୁ କମ୍ପାନି ପକ୍ଷରୁ ସେବିଷୟରେ ସୂଚିତ କରାଯିବ।

ତାଙ୍କ ନାମରେ ସର୍ବାଧିକ ସିମ୍‌ ନିଆଯାଇଛି, ତେଣୁ ଅଧିକ ସିମ୍‌ ଦିଆଯିବ ନାହିଁ ବୋଲି ସ୍ପଷ୍ଟ ଭାବେ କୁହାଯିବ।

ସେଥିପାଇଁ କମ୍ପାନିଗୁଡ଼ିକ ଉଭୟ ବୈଷୟିକ ଓ ସଂସ୍ଥାଗତ ବ୍ୟବସ୍ଥା ଗ୍ରହଣ କରିବେ।

ଗ୍ରାହକ ପିଛା କେତୋଟି ସିମ୍‌ କାର୍ଡ ରହିଛି ତାହା ଜାଣିବା ପାଇଁ କମ୍ପାନିଗୁଡ଼ିକୁ ଟେଲିକମ୍‌ ବିଭାଗର ଡିଜିଟାଲ ଗୁଇନ୍ଦା ପ୍ଲାଟଫର୍ମ ବ୍ୟବହାର କରିବାକୁ କୁହାଯାଇଛି।

ଯେଉଁ ବ୍ୟକ୍ତିମାନଙ୍କ ନାମରେ ୯ କିମ୍ବା ତାଠାରୁ ଅଧିକ ସିମ୍‌ କାର୍ଡ ରହିଛି, ସେମାନଙ୍କ ଏହି ପ୍ଲାଟଫର୍ମରେ ଉପଲବ୍ଧ ରହିଛି।

ଏହି ପ୍ଲାଟଫର୍ମରେ ସେଭଳି ବ୍ୟକ୍ତିଙ୍କ ଫଟୋ ମଧ୍ୟ ଉପଲବ୍ଧ ହେବ।

ଫଳରେ କମ୍ପାନିଗୁଡ଼ିକ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ ପରିଚୟ ମଧ୍ୟ ଜାଣିପାରିବେ।Advertisment ୨୦୧୨ ଅଗଷ୍ଟ ୯ରେ ଜାରି କରାଯାଇଥିବା ଏକ ନିର୍ଦ୍ଦେଶନାମାରେ ଟେଲିକମ୍‌ ଗ୍ରାହକ ପିଛା ମୋବାଇଲ୍‌ ସଂଯୋଗ ସଂଖ୍ୟା ୯ରେ ସୀମିତ ରଖାଯାଇଥିଲା।

କିନ୍ତୁ ଜମ୍ମୁ ଓ କାଶ୍ମୀର, ଆସାମ ଓ ଉତ୍ତର ପୂର୍ବାଞ୍ଚଳ ରାଜଗୁଡ଼ିକ ପାଇଁ ଗ୍ରାହକ ପିଛା ସର୍ବାଧିକ ୬ଟି ସିମ୍‌ ପାଇଁ ଅନୁମତି ଦିଆଯାଇଥିଲା।

ବର୍ତ୍ତମାନ ସେହି ନିୟମକୁ କଡ଼ାକଡ଼ି ଭାବେ ପାଳନ କରାଯିବ।

ଏହା ଜରିଆରେ ମୋବାଇଲ୍‌ କଲ୍‌, ଏସ୍‌ଏମ୍‌ଏସ୍‌ ଆଦି ଜରିଆରେ ହେଉଥିବା ଡିଜିଟାଲ ଠକେଇ ଉପରେ ନିୟନ୍ତ୍ରଣ ହାସଲ କରାଯାଇପାରିବ।

ବିଫଳ ହୋଇଥିବା ନୀତି ପୁଣିଥରେ ଲାଗୁ କରିବା ଆମେରିକା ପାଇଁ ପରାଜୟ ଆଣିବ: ତେହରାନ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media