Silver statue: ସବୁଠୁ ଭାରି ରୁପା ମୂର୍ତ୍ତି
"ପ୍ରସିଦ୍ଧ ଇଟାଲୀୟ ମୂର୍ତ୍ତିକାର ମାଇକେଲାଞ୍ଜେଲୋଙ୍କ ଏକ ଅନବଦ୍ୟ ମାର୍ବଲ୍ କୃତି ହେଉଛି "ଡେଭିଡ୍"।
ନିକଟରେ ଏହି ମୂର୍ତ୍ତିର ଏକ ନକଲ ନିର୍ମାଣ କରାଯାଇଛି, ଯାହାକୁ ପୃଥିବୀର ସବୁଠୁ ଭାରି ରୁପା ମୂର୍ତ୍ତିର ମାନ୍ୟତା ମିଳିଛି।
ଏହି ମୂର୍ତ୍ତିର ନାମ ରଖାଯାଇଛି- ମ୍ୟୁଜିଓ ମାଇକେଲାଞ୍ଜେଲୋ।
ଏହାର ଓଜନ ୧,୩୧୫ କିଲୋଗ୍ରାମ୍, ଉଚ୍ଚତା ୧୯.୯୬ ଫୁଟ୍ ଏବଂ ଓସାର ୬.୫ ଫୁଟ୍।
ଏହାକୁ ବୃହତ୍ତମ ଅଧିଷ୍ଠିତ ମୂର୍ତ୍ତି ଭାବେ ମଧ୍ୟ ଗିନିସ୍ ବୁକ୍ ଅଫ୍ ଵାର୍ଲଡ୍ ରେକର୍ଡରେ ସ୍ଥାନିତ କରାଯାଇଛି।Advertisment MoU: ଆଇଏମ୍ବି-ଏନ୍ଆଇଏସ୍ଏମ୍ ଏଲ୍ଓୟୁ ସ୍ବାକ୍ଷର ଏହି ରୁପା ମୂର୍ତ୍ତିକୁ ଯୁକ୍ତରାଷ୍ଟ୍ର ଆମେରିକାର ଵାସିଂଟନ୍ ସ୍ଥିତ "ଟ୍ରେଜର୍ ଇନ୍ଭେଷ୍ଟମେଣ୍ଟ କର୍ପୋରେସନ୍" ନାମକ କଳାକୃତି କମ୍ପାନି ଦ୍ବାରା ନିର୍ମାଣ କରାଯାଇଛି।
୧୫୦୪ରେ ନିର୍ମିତ ଡେଭିଡ୍ ମୂର୍ତ୍ତିର ଅବିକଳ ରୁପା ନକଲ ନିର୍ମାଣ କରିବା ପାଇଁ ୧୯୨୮ରେ ପ୍ରସ୍ତୁତ ତାହାର ଏକ ଛାଞ୍ଚକୁ ବ୍ୟବହାର କରାଯାଇଥିଲା।
ଏହି ଦୁଇ ମହଲା ଉଚ୍ଚତା ବିଶିଷ୍ଟ ମୂର୍ତ୍ତିଟିକୁ ପ୍ରସ୍ତୁତ କରିବାକୁ ସ୍ଥପତି ଦଳକୁ ଚାରି ବର୍ଷ ଲାଗିଥିଲା।
ସଂଯୋଗକୁ ଅସଲି "ଡେଭିଡ୍" ପ୍ରତିମୂର୍ତ୍ତି ନିର୍ମାଣ କରିବାକୁ ମାଇକେଲାଞ୍ଜେଲୋ ମଧ୍ୟ ପାଖାପାଖି ଏତିକି ସମୟ ନେଇଥିଲେ।
Agriculture: ଆଧୁନିକତାରେ ହଜିଯାଉଛି ହଳ-ଲଙ୍ଗଳ"