Silver Medal: ରାଜ୍ୟଗୋଷ୍ଠୀ ରେକର୍ଡ ଲିଫ୍ଟ ସହ ଅଜୟଙ୍କୁ ରୌପ୍ୟ
"ଗ୍ଲାସ୍ଗୋ: ଭାରତୀୟ ଭାରୋତ୍ତଳକ ଭାଲୁରି ଅଜୟ ବାବୁ ଚଳତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଚମତ୍କାର ପ୍ରଦର୍ଶନ କରି ରୌପ୍ୟ ପଦକ ଜିତିଛନ୍ତି।
ପୁରୁଷ ୭୯ କେଜି ବର୍ଗରେ ଅଳ୍ପକେ ସ୍ବର୍ଣ୍ଣ ପଦକରୁ ବଞ୍ଚିତ ହୋଇଥିବା ଅଜୟ ନୂଆ ଗେମ୍ ରେକର୍ଡ ମଧ୍ୟ କରିଥିଲେ।
୨୧ ବର୍ଷୀୟ ଅଜୟ ୧୪୯ କେଜି ସ୍ନାଚ୍ ଉଠାଇ ଗେମ୍ ରେକର୍ଡ କରିଥିଲେ।Advertisment କ୍ରିସ୍ ମୁରେ କାଂସ୍ୟ ଏହାପରେ ସେ ୧୮୧ କେଜି କ୍ଲନ୍ ଓ ଜର୍କ ଉଠାଇ ମୋଟ ୩୩୦ କେଜି ସହ ଦ୍ବିତୀୟ ସ୍ଥାନରେ ରହିଥିଲେ।
ସ୍ନାଚ୍ରେ ୧୪୭ କେଜି ଉଠାଇ ଅଜୟଙ୍କ ପଛରେ ଥିବା ମାଲେସିଆର ଇରି ହିଦାୟାତ ମହମ୍ମଦ କ୍ଲିନ୍ ଓ ଜର୍କରେ ୧୮୪ କେଜି ଉଠାଇବା ସହ ମୋଟ ୩୩୧ କେଜି ଉଠାଇ ଗେମ୍ ରେକର୍ଡ ସହ ସ୍ବର୍ଣ୍ଣ ପଦକ ଜିତିଥିଲେ।
ଇଂଲଣ୍ଡର କ୍ରିସ୍ ମୁରେ (୩୨୫) କାଂସ୍ୟ ପାଇଥିଲେ।
ଅଜୟଙ୍କ ବାପା ଶ୍ରୀନିବାସ ରାଓ ୨୦୧୦ ନୂଆଦିଲ୍ଲୀ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ କାଂସ୍ୟ ଜିତିଥିଲେ।
୫୬ କେଜି ଭାରୋତ୍ତୋଳନରେ ସେ ଏହି ପଦକ ଜିତିଥିଲେ।
Gold Medal: ରାଜ୍ୟଗୋଷ୍ଠୀ କ୍ରୀଡ଼ା: ସ୍ବର୍ଣ୍ଣ ଜିତିବାରେ ପ୍ରଥମ ଭାରତୀୟ ପାରା ଖେଳାଳି ଶର୍ମିଳା "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।