prison Inmate: ଦେଶାତ୍ମବୋଧ ଚଳଚ୍ଚିତ୍ର ଦେଖିବେ ଜେଲ୍ ଅନ୍ତେବାସୀ , କାରାଗାର ଅଧୀକ୍ଷକଙ୍କୁ ଜେଲ୍ ନିର୍ଦ୍ଦେଶାଳୟର ଚିଠି
"ଜଗତସିଂହପୁର : ସାଧାରଣତନ୍ତ୍ର ଦିବସ, ସ୍ବାଧୀନତା ଦିବସ ଓ ଗାନ୍ଧି ଜୟନ୍ତୀରେ ସମସ୍ତ ଜେଲ୍ ଅନ୍ତେବାସୀଙ୍କୁ ଦେଶାତ୍ମବୋଧ ଚଳଚ୍ଚିତ୍ର ଏବଂ ଡକୁମେଣ୍ଟାରି ପ୍ରଦର୍ଶିତ ହେବ।
ଏହି ସବୁ ଜାତୀୟ ଦିବସରେ ଦେଶାତ୍ମବୋଧ ଚଳଚ୍ଚିତ୍ର ପ୍ରଦର୍ଶିତ କରିବାକୁ ଜେଲ୍ ନିର୍ଦ୍ଦେଶାଳୟ ପକ୍ଷରୁ ସମସ୍ତ ରେଞ୍ଜ ଡିଆଇଜି ଓ ମଣ୍ଡଳ କାରାଗାର ଅଧୀକ୍ଷକଙ୍କୁ ଚିଠି ଲେଖାଯାଇଛି।
ଜଗତସିଂହପୁର ଜିଲ୍ଲାର ସାବରମତୀ ଆଶ୍ରମ କୁହା ଯାଉଥିବା ଅଳକାଶ୍ରମର ଦାବିକୁ ବିଧାୟକ ଅମରେନ୍ଦ୍ର ଦାସ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଉପସ୍ଥାପନ କରିବା ପରେ ଏହା ସମ୍ଭବ ହୋଇପାରିଛି।Advertisment ଅଧିକ ପଢନ୍ତୁ: AI: ଏଆଇ ନଜରରେ ରହିବେ କଏଦୀ: ଜେଲ୍ ବିକାଶ ବୋର୍ଡ ବୈଠକରେ ନିଷ୍ପତ୍ତି ରେଞ୍ଜ ଡିଆଇଜିମାନେ ଜେଲ ସୁପରିଣ୍ଟେଣ୍ଡେଣ୍ଟଙ୍କ ସହ ଆଲୋଚନା କରିବେ ବୋଲି ଜଣାପଡ଼ିଛି।
ଏ ସଂକ୍ରାନ୍ତରେ ତିନୋଟି ସର୍ତ୍ତ ରଖାଯାଇଛି।
କେଉଁ ଚଳଚ୍ଚିତ୍ର ବା ଡକ୍ୟୁମେଣ୍ଟାରି ପ୍ରଦର୍ଶିତ ହେବ ତାହାକୁ ଜେଲ୍ ଅଧୀକ୍ଷକ ମୋହର ମାରିବେ।
ସେହିପରି କୌଣସି ଆପରାଧିକ, ଯୌନ ଉତ୍ପୀଡ଼କ, ହିଂସା, ସସପେନ୍ସ ଓ ସାମାଜିକ କ୍ଷତି କରୁଥିବା ଭଳି ଚଳଚ୍ଚିତ୍ର ଚାଲିପାରିବ ନାହିଁ ଏବଂ ତୃତୀୟରେ ଆଇନସମ୍ମତ, ସରକାରଙ୍କ ଦ୍ବାରା ସ୍ବୀକୃତିଲାଭ କରିଥିବା ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇପାରିବ ବୋଲି କୁହାଯାଇଛି।
ମିଳିଥିବା ସୂଚନା ଅନୁସାରେ, ଅଳକାଶ୍ରମ କାର୍ଯ୍ୟକାରୀ ସଭାପତି ଗୌରାଙ୍ଗ ହୋତା ବିଧାୟକଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ୨୦୨୫ ଅଗଷ୍ଟ ୨ ତାରିଖରେ ଚିଠି ଲେଖିଥିଲେ।
ସେ ଉଲ୍ଲେଖ କରିଥିଲେ, ଯେଉଁମାନେ ସ୍ବାଧୀନତା ପାଇଁ ତ୍ୟାଗ, ବଳିଦାନ ଦେଇଥିଲେ ସେମାନଙ୍କ ପାଇଁ ସ୍ବାଧୀନତା ଦିବସ, ସାଧାରଣତନ୍ତ୍ର ଦିବସରେ ଭାରତ ପ୍ରସ୍ତୁତ ହେଉଛି।
କିନ୍ତୁ ଯେଉଁମାନେ ଜେଲରେ ରହୁଛନ୍ତି ସେମାନେ ଏ ସମ୍ପର୍କରେ ଜାଣିପାରୁ ନାହାନ୍ତି।
ଜିଲ୍ଲାର ପତାକା ଉତ୍ତୋଳନ କରିବାକୁ ଆସୁଥିବା ମନ୍ତ୍ରୀ, ଅତିଥିମାନେ କେବଳ ଜେଲ ପରିଦର୍ଶନରେ ଆସି ଅନ୍ତେବାସୀଙ୍କୁ ଆସି ଫଳ ବଣ୍ଟନ କରି ଫେରିଯାଆନ୍ତି।
ଫଳ ବଣ୍ଟନ କରାଯିବା ସହିତ ମନୋରଞ୍ଜନ ପାଇଁ ସ୍ବତନ୍ତ୍ର କାର୍ଯ୍ୟକ୍ରମ କରାଯାଇ ପାରିଲେ ଜେଲ ଅନ୍ତେବାସୀଙ୍କ ମନରେ ଆହୁରି ସୁଧାର ଆସିପାରିବ।
ଏହି ମର୍ମରେ ଅଳକାଶ୍ରମ ପକ୍ଷରୁ କାର୍ଯ୍ୟକାରୀ ସଭାପତି ଗୌରାଙ୍ଗ ହୋତା ବିଧାୟକ ଅମରେନ୍ଦ୍ର ଦାସଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ।
ଏ ସମ୍ପର୍କରେ ଚଳିତମାସ ୧୩ ତାରିଖରେ ବିଧାୟକ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଅବଗତ କରାଇଥିଲେ।
ଏ ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଜେଲ ଡିଜିଙ୍କୁ ଏ ସଂକ୍ରାନ୍ତରେ ପଦକ୍ଷେପ ନେବାକୁ କୁହା ଯାଇଥିଲା।
ଗତ ୨୪ ତାରିଖରେ ଜେଲ ନିର୍ଦ୍ଦେଶାଳୟ ପକ୍ଷରୁ ଏ ନେଇ ଚିଠି ଲେଖାଯାଇଛି।
୨୦୨୬ ଅଗଷ୍ଟ ୧୫ରେ ତାହା ସାକାର ହେବାକୁ ଯାଉଥିବା ସୂଚନା ମିଳିଛି ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।