Sikandar Alam: ୮୭ତମ ସିକନ୍ଦର ଆଲାମ୍‌ ଜୟନ୍ତୀ: ‘ସିକନ୍ଦର ଆଲାମ୍‌ ଓଡ଼ିଆ ଜାତିର ଅସ୍ମିତା ପୁରୁଷ’

Jul 28, 2026 - 06:15
Sikandar Alam: ୮୭ତମ ସିକନ୍ଦର ଆଲାମ୍‌ ଜୟନ୍ତୀ: ‘ସିକନ୍ଦର ଆଲାମ୍‌ ଓଡ଼ିଆ ଜାତିର ଅସ୍ମିତା ପୁରୁଷ’

"ଭୁବନେଶ୍ବର: ମହମ୍ମଦ ସିକନ୍ଦର ଆଲାମ୍‌ ଯେତେବେଳେ ଶ୍ରୀଜଗନ୍ନାଥଙ୍କ ଭଜନ ଗାଆନ୍ତି, କେହି ତାଙ୍କ ସମ୍ପ୍ରଦାୟର କଥା ଭାବିପାରନ୍ତି ନାହିଁ।

କାରଣ ତାଙ୍କ କଣ୍ଠର ଯାଦୁକରୀ ଶକ୍ତି ଶ୍ରୋତାଙ୍କୁ ଭାବରେ ଭିଜାଇ ଦେଉଥିଲା।

ସଙ୍ଗୀତ ପ୍ରତି ତାଙ୍କ ସମର୍ପଣ ଭାବ ତାଙ୍କୁ ଏମିତି ଏକ ସ୍ତରରେ ପହଞ୍ଚାଇଥିଲା ଯେଉଁଠି କେବଳ ସଙ୍ଗୀତ ହିଁ ସଙ୍ଗୀତ ହିଁ ଥିଲା, ନଥିଲା କୌଣସି ପ୍ରକାର ଭେଦଭାବର କଥା।

ଓଡ଼ିଆ ସଙ୍ଗୀତର ଜଗତର ସେ ଥିଲେ ଅସଲ ସିକନ୍ଦର।

ଆମ ଓଡ଼ିଆ ଜାତିର ଅସ୍ମିତା ପୁରୁଷ।

ଆଜି ରବୀନ୍ଦ୍ରମଣ୍ଡପରେ ଆୟୋଜିତ ୮୭ତମ ସିକନ୍ଦର ଆଲାମ୍‌ ଜୟନ୍ତୀ ଅବସରରେ ଅତିଥିମାନେ ଏଭଳି କହିଛନ୍ତି।

ଏହି ଅବସରରେ ଶାସ୍ତ୍ରୀୟ ସଙ୍ଗୀତଶିଳ୍ପୀ ପଣ୍ଡିତ ଦେବେନ୍ଦ୍ର ନାରାୟଣ ଶତପଥୀଙ୍କୁ "ସିକନ୍ଦର ଆଲାମ୍‌ ସ୍ମୃତି ସମ୍ମାନ" ପ୍ରଦାନ କରାଯାଇଥିଲା।

ଏଥିପାଇଁ ତାଙ୍କୁ ମାନପତ୍ର, ଉପଢୌକନ ଓ ୫୦ ହଜାର ଟଙ୍କା ପ୍ରଦାନ କରାଯାଇଥିଲା।

ଅନୁରୂପ ଭାବେ ପ୍ରଖ୍ୟାତ ବୀଣାବାଦକ କେ.

ରାମା‌ରାଓ ପାତ୍ରଙ୍କୁ "ସିକନ୍ଦର ଆଲାମ୍‌ ବାଦ୍ୟରତ୍ନ ସମ୍ମାନ" ବାବଦରେ ମାନପତ୍ର, ଉପଢୌକନ ଓ ୨୫ ହଜାର ଟଙ୍କା ପ୍ରଦାନ କରାଯାଇଥିଲା।Advertisment Niladri Bije 2026: ନୀଳକନ୍ଦରକୁ ବାହୁଡ଼ିବେ ମହାପ୍ରଭୁ; ଗୋଟି ପହଣ୍ଡି ଜାରି ପଣ୍ଡିତ ଦେବେନ୍ଦ୍ର ନାରାୟଣ ଶତପଥୀଙ୍କୁ "ସିକନ୍ଦର ଆଲାମ୍‌ ସ୍ମୃତି ସମ୍ମାନ" ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଓ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର ମିଳିତ ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମର ମୁଖ୍ୟଅତିଥି ଏକାମ୍ର ବିଧାୟକ ବାବୁ ସିଂ କହିଲେ ଯେ ଓଡ଼ିଆ ଜାତି ପାଇଁ ଯେଉଁ ବରପୁତ୍ରମାନେ ଅବଦାନ ରଖିଯାଇଛନ୍ତି, ସେମାନଙ୍କୁ ଉତ୍ତରପିଢ଼ି ସ୍ମରଣ କରିବା ଜରୁରି।

ମୁଖ୍ୟବକ୍ତା ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍‌ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଂଜନ ପଟ୍ଟନାୟକ କହିଲେ ଯେ ଓଡ଼ିଆମାନେ ସାମ୍ପ୍ରଦାୟିକ ସଦ୍‌ଭାବନାରେ ବିଶ୍ବାସ କରନ୍ତି।

ସିକନ୍ଦର ଆଲାମ୍‌ଙ୍କ ଭଳି ଅସ୍ମିତା ପୁରୁଷ ଓଡ଼ିଆ ଜାତିର ସାମ୍ପ୍ରଦାୟିକ ସଦ୍‌ଭାବ ପରମ୍ପରାର ଜ୍ବଳନ୍ତ ଉଦାହରଣ ହୋଇ ରହିଛନ୍ତି।

ସମ୍ମାନିତ ଅତିଥି ପ୍ରଖ୍ୟାତ ଔପନ୍ୟାସିକା ପ୍ରତିଭା ରାୟ କହିଲେ ଯେ ସଙ୍ଗୀତର ଯାଦୁକର ସିକନ୍ଦର ଆଲମ୍‌ଙ୍କ କଣ୍ଠରୁ ଭଜନ ଶୁଣିବା ବେଳେ ଈଶ୍ବରଙ୍କ ଉପସ୍ଥିତି ବା ସାନ୍ନିଧ୍ୟ ମିଳିବା ଭଳି ମନେହୁଏ।

ସମ୍ମାନିତ ଅତିଥି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପୂର୍ବତନ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ କହିଲେ ଯେ ସର୍ବଧର୍ମ ସମନ୍ବୟର ପ୍ରତୀକ ସିକନ୍ଦର ଆଲାମ୍‌ଙ୍କ ଭଜନ ଯେତିକି ଭାବ ବିହ୍ବଳିତ କରେ, ତାଙ୍କ ରୋମାଣ୍ଟିକ୍‌ ସଙ୍ଗୀତ ଶ୍ରୋତାମାନଙ୍କୁ ସେତିକି ଆମୋଦିତ କରେ।

Deep Sleep Hotel: କିମାଶ୍ଚର୍ଯ୍ୟମ୍‌: ଡିପ୍‌ ସ୍ଲିପ୍‌ ହୋଟେଲ୍‌ ଅନ୍ୟତମ ଅତିଥି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପନିର୍ଦ୍ଦେଶିକା ସୁଚିସ୍ମିତା ମନ୍ତ୍ରୀ ତାଙ୍କ ବକ୍ତବ୍ୟରେ ସିକନ୍ଦର ଆଲାମ୍‌ଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।

ସିକନ୍ଦର ଆଲାମ୍‌ ଫାଉଣ୍ଡେସନ୍‌ର ସଭାପତି ନଇମା ଆଲମ୍‌ ଓ ସମ୍ପାଦିକା ନାଜିଆ ଆଲାମ୍‌ଙ୍କ ଉପସ୍ଥିତିରେ ସୁକାନ୍ତ ରଥ ମଞ୍ଚ ପରିଚାଳନା କରିଥିଲେ।

ସାଂସ୍କୃତିକ କାର୍ଯ୍ୟକ୍ରମ ଅବସରରେ "ଆରତ ସୁରେ ବାରେ...", "ସପନର ପଥେପଥେ...", "ସାଗରେ ଅଧୀର...", "ବୃନ୍ଦାବନେ କେ ବଂଶୀ..." ଆଦି ସିକନ୍ଦର ଆଲାମ୍‌ଙ୍କ କାଳଜୟୀ ଗୀତଗୁଡ଼ିକୁ ଝିଅ ନାଜିଆଙ୍କ ନେତୃତ୍ବରେ କଣ୍ଠଶିଳ୍ପୀ ସୌରଭ, ଦେବାଶିଷ, ରଣଦୀପ, ବନ୍ଦୀଶ, ଆଦ୍ୟାଶା ଓ ଯଶ ପ୍ରମୁଖ ପରିବେଷଣ କରିଥିଲେ।

ଗୁରୁ ମନୋରଞ୍ଜନ ପ୍ରଧାନଙ୍କ ତତ୍ତ୍ବାବଧାନରେ ଶିଷ୍ୟମାନେ ଶାସ୍ତ୍ରୀୟ ନୃତ୍ୟ "ଶ୍ରଦ୍ଧାଞ୍ଜଳି" ପରିବେଷଣ କରିଥିଲେ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।