26 AUGUST 2026

Welcome!

Unlock your personalized experience.
Sign Up

Shwetaganga wall: ଶ୍ବେତଗଙ୍ଗା ପାଚେରିରେ ପୁଣି ବଡ଼ ଫାଟ: ଭୁଶୁଡ଼ିବ ସଂଲଗ୍ନ ପାଚେରି

Aug 26, 2026 - 04:00
Shwetaganga wall: ଶ୍ବେତଗଙ୍ଗା ପାଚେରିରେ ପୁଣି ବଡ଼ ଫାଟ: ଭୁଶୁଡ଼ିବ ସଂଲଗ୍ନ ପାଚେରି

ପୁରୀ: ଶ୍ବେତଗଙ୍ଗା ପାଚେରିରେ ପୁଣି ମେଲିଲାଣି ଫାଟ। ଗଛ ଚେର କାନ୍ଥ ଫଟେଇ ପ୍ରାୟ ୮ରୁ୧୦ ଇଞ୍ଚର ଫାଟ ସୃଷ୍ଟି ହୋଇଛି। ରଥଯାତ୍ରା ଦିନ ଭୁଶୁଡ଼ି ଯାଇଥିବା ପାଚେରି ଏଯାଏଁ ମରାମତି ହୋଇନାହିଁ, ଏଣେ ପୁଣି ଫାଟ ସୃଷ୍ଟି ହୋଇ ଧସିଯିବା ଆଶଙ୍କା ସୃଷ୍ଟି ହେଲାଣି। ଏସବୁ ଖାଲି ଆଖିକୁ ଜଳଜଳ ଦିଶୁଛି, ଅଥଚ ଶ୍ବେତଗଙ୍ଗା ଭଳି ଐତିହ୍ୟ ତୀର୍ଥ ପୁଷ୍କରିଣୀ ପ୍ରତି ଆଖି ବୁଜିଦେଇଛି ଶ୍ରୀମନ୍ଦିର ପ୍ରଶାସନ। ପାଚେରି ଧସିଯାଇଥିବାରୁ ତାକୁ ଲାଗି ନିର୍ମିତ ହୋଇଥିବା ପିଲାର ମଧ୍ୟ ଧସି ଯାଇଛି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଶ୍ବେତଗଙ୍ଗାର ପଶ୍ଚିମପାର୍ଶ୍ବ ପାଚେରି ଧସିବା ପରେ ଉକ୍ତ ପାଚେରି ସଂଲଗ୍ନ କୋଠା ପ୍ରତି ବିପଦ ସୃଷ୍ଟି ହୋଇଛି। ପିଲାର ଭାଙ୍ଗିଯିବା ପରେ ପାଚେରିକୁ ଲାଗି ରହିଥିବା ଶ୍ବେତଗଙ୍ଗା ଉଚ୍ଚପ୍ରାଥମିକ ବିଦ୍ୟାଳୟ କୋଠାରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ଅଭିଭାବକ ଆଶଙ୍କାରେ ରହିଛନ୍ତି। ବର୍ଷା ଲାଗି ରହିଥିବାରୁ ପାଚେରି ଧସିଥିବା ସ୍ଥାନରୁ ମାଟି ପୁଷ୍କରିଣୀ ଭିତରକୁ ଖସି ଚାଲିଛି। ଫଳରେ ସଂଲଗ୍ନ ପାଚେରିରେ ମଧ୍ୟ ଫାଟ ସୃଷ୍ଟି ହେଲାଣି। ସ୍ଥାନୀୟ ବାସିନ୍ଦାଙ୍କ କହିବା ଅନୁଯାୟୀ, ପାଚେରି ଭୁଶୁଡ଼ିବା ପରେ ଫାଟ ଧୀରେ ଧୀରେ ମେଲିବାରେ ଲାଗିଛି। ପାଚେରି ଧସିଥିବା ସ୍ଥାନରେ ତ୍ବରିତ ମରାମତି କାର୍ଯ୍ୟ ଆରମ୍ଭ ନ କଲେ ପଶ୍ଚିମ ପାର୍ଶ୍ବ ପାଚେରି ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିବାର ଆଶଙ୍କା ରହିଛି।

Business Opinion: ବଣିଜ ବିଚାର: ଗୋଖାଦ୍ୟ ଉଦ୍ୟୋଗରେ ବି ଆମେ ପଛୁଆ

ଶ୍ବେତଗଙ୍ଗାର ଉତ୍ତରପାର୍ଶ୍ବ କାନ୍ଥକୁ ବାଦ୍‌ ଦେଲେ ଅନ୍ୟ ତିନି ପାର୍ଶ୍ବ କାନ୍ଥରେ ବରଗଛ ଶାଖା ମେଲାଇଛି। ଚାର କାନ୍ଥ ଭିତରକୁ ପଶି ଫାଟ ସୃଷ୍ଟି କରିଛି। ଶ୍ବେତଗଙ୍ଗା ପୁଷ୍କରିଣୀଠାରୁ ପ୍ରାୟ ୩୦ ଫୁଟ ଉଚ୍ଚରେ ଘର ଓ କିଛି ମଠ ରହିଥିବାରୁ ସମୟ ସମୟରେ ଏହାର ଯାଞ୍ଚ କରିବାର ଆବଶ୍ୟକତା ରହିଛି। ମାତ୍ର ପ୍ରଶାସନ ଏହାକୁ କେବେ ବି ଗୁରୁତ୍ବ ଦେଇନାହିଁ। ଫଳରେ ଗଛଗୁଡ଼ିକର ଚେର ବର୍ଷ ବର୍ଷ ଧରି କାନ୍ଥକୁ ହାନି ପହଞ୍ଚାଇଚାଲିଛି। ଏଣେ ଗୋଟେ ପାର୍ଶ୍ବ କାନ୍ଥ ଭୁଶୁଡ଼ିବା ପରେ ଅନ୍ୟ ପାର୍ଶ୍ବରେ ଥିବା ଘର ଓ ମଠ ସଦସ୍ୟମାନେ ପ୍ରମାଦ ଗଣିଲେଣି। ଅନ୍ତତଃ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କିଛି ମାସ ଅନ୍ତରରେ ଏହାର ସ୍ଥିତି ଅନୁଧ୍ୟାନ କରି ବିଲ୍‌ଡିଂ ପ୍ରତି ବିପଦ ସୃଷ୍ଟି କରୁଥିବା ଚେରଗୁଡ଼ିକୁ କାଟିବାର ଆବଶ୍ୟକତା ରହିଛି। ତଥାପି ପ୍ରଶାସନ ପକ୍ଷରୁ ଏହାକୁ ବାରମ୍ବାର ଅଣଦେଖା କରାଯାଉଛି। 

Allegations: ସରକାରୀ ବାସଭବନକୁ ନେଇ ପ୍ରଧାନଶିକ୍ଷକଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ

ଖାଲି ପାଚେରି ନୁହେଁ, ରାଷ୍ଟ୍ରପତିଙ୍କ ପୁରୀ ଗସ୍ତ ସମୟରେ ନିର୍ମିତ ହୋଇଥିବା ପୁଷ୍କରିଣୀର ପାହାଚ ଏବେ କାଳ ସାଜିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶ୍ବେତଗଙ୍ଗାରେ ଶ୍ରାଦ୍ଧତର୍ପଣ ପାଇଁ ଆସିଥିବାରୁ ତାଙ୍କର ସୁଗମ ଯାତାୟାତ ପାଇଁ ପାହାଚ ଉପରେ ପଟା ବାଡ଼ିଆ ଯାଇଥିଲା। ମାତ୍ର ଇତିମଧ୍ୟରେ ୮ ମାସ ବିତିବାକୁ ବସିଲାଣି, ଏଯାଏଁ କାଠପାହାଚ ଖୋଲାଗଲା ନାହିଁ। କାଠପଟାଗୁଡ଼ିକ ଭାଙ୍ଗି ଯାଇଥିବାରୁ ଭକ୍ତ ଓ ପର୍ଯ୍ୟଟକମାନେ ଉକ୍ତ କାଠ ପାହାଚରେ ପାଦ ଦେବା ମାତ୍ରେ ଝୁଣ୍ଟୁଛନ୍ତି। କିଛି ଭକ୍ତ ପଡ଼ିଯିବାବେଳେ ଅଳ୍ପକେ ବର୍ତ୍ତି ଯାଉଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Master Data Analytics

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)