Shri Ram Temple Hundi Theft Case: ଶ୍ରୀରାମ ମନ୍ଦିର ହୁଣ୍ଡିରୁ ଟଙ୍କା ଓ ଅଳଙ୍କାର ଚୋରି ମାମଲା, ଚମ୍ପତ ରାୟଙ୍କୁ ଜେରା

Jun 30, 2026 - 13:56
Shri Ram Temple Hundi Theft Case: ଶ୍ରୀରାମ ମନ୍ଦିର ହୁଣ୍ଡିରୁ ଟଙ୍କା ଓ ଅଳଙ୍କାର ଚୋରି ମାମଲା, ଚମ୍ପତ ରାୟଙ୍କୁ ଜେରା

ଚମ୍ପତ ରାୟଙ୍କୁ ଘନ ଘନ ଜେରା। ଶ୍ରୀରାମ ମନ୍ଦିର ହୁଣ୍ଡିରୁ ଟଙ୍କା, ଅଳଙ୍କାର ଚୋରି ମାମଲାରେ ଆଉ ପାଦେ ଆଗକୁ ବଢ଼ିଛି ସ୍ବତନ୍ତ୍ର ତଦନ୍ତକାରୀ ଟିମ୍-ଏସଆଇଟି। ୟୁପି SITରେ ଆଜି ଚମ୍ପତ ରାୟଙ୍କୁ ପଚରାଉଚରା କରାଯାଇଛି । ୩ ଘଣ୍ଟାରୁ ଅଧିକ ସମୟ ଧରି ତାଙ୍କୁ ଜେରା କରାଯିବା ସହ ଘାଣ୍ଟିଛି ତଦନ୍ତକାରୀ ଟିମ୍। 

ଟଙ୍କା ଗଣିବାରେ କାହାକୁ ନିଯୁକ୍ତ କରାଯାଇଥିଲା?କେଉଁ ଆଧାରରେ ଗଣତି ହେଉଥିଲା? ଚମ୍ପତଙ୍କ ଭୂମିକା ଏସବୁରେ ରହିଛି କି? ଗିରଫ ୮ ଜଣଙ୍କ ସମ୍ପର୍କରେ କ’ଣ ଜାଣିଛନ୍ତି ଚମ୍ପତ ଏବଂ ସବୁଠୁ ବଡ଼ ପ୍ରଶ୍ନ ହେଉଛି କି, ପୂର୍ବରୁ ସବୁ ଜାଣି ଚୁପ୍ ଥିଲେ କି ଚମ୍ପତ,  ତାକୁ ନେଇ ପଚରାଉଚରା ହେଉଛି।...

ଚାନ୍ଦା ଚୋରି ମାମଲାରେ ୮ ଜଣଙ୍କୁ ଗିରଫ କରାଯିବା ସହ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ମହାସଚିବ ଚମ୍ପତ ରାୟ ଓ ଟ୍ରଷ୍ଟି ପଦରୁ ଅନୀଲ ମିଶ୍ରା ଇସ୍ତଫା ଦେଇଛନ୍ତି।