Shraddha Kapoor: ଚର୍ଚ୍ଚାରେ ବଲିଉଡ ନାୟିକା ଶ୍ରଦ୍ଧା କପୁରଙ୍କ ପାରିଶ୍ରମିକ

Jul 02, 2026 - 13:18
Shraddha Kapoor: ଚର୍ଚ୍ଚାରେ ବଲିଉଡ ନାୟିକା ଶ୍ରଦ୍ଧା କପୁରଙ୍କ ପାରିଶ୍ରମିକ

"ମୁମ୍ବାଇ: "ସ୍ତ୍ରୀ" ଏବଂ "ସ୍ତ୍ରୀ ୨" ଭଳି ଫିଲ୍ମର ସଫଳତା ପରେ, ଶ୍ରଦ୍ଧା କପୁର ତାଙ୍କର ପ୍ରାଇସ୍ ବୃଦ୍ଧି କରିଛନ୍ତି। "ଈଠା"ରେ ବିଠାବାଇ ନାରାୟଣଗାଓଁକର ଭୂମିକା ପାଇଁ ସେ କୋଟି କୋଟି ଟଙ୍କା ନେଇଥିବା ଚର୍ଚ୍ଚା ହେଉଛି।

ଶ୍ରଦ୍ଧା କପୁର ତାଙ୍କର ଆଗାମୀ ଫିଲ୍ମ "ଈଠା" ପାଇଁ ତାଙ୍କର ଫିସ୍ ୧୫ କୋଟିକୁ ବୃଦ୍ଧି କରିଛନ୍ତି।

ପୂର୍ବରୁ, ସେ "ସ୍ତ୍ରୀ ୨" ପାଇଁ ୫ କୋଟି ଏବଂ "ତୁ ଝୁଠି ମୈଁ ମକ୍କର" ପାଇଁ ୭ କୋଟି ପାଇଥିଲେ।

ଫିଲ୍ମର ପ୍ରଯୋଜକ ଦିନେଶ ବିଜନ ବି ଏକଥାକୁ ସ୍ବୀକାର କରିବା ସହ କହିଛନ୍ତି ଯେ ଏହି ଫିଲ୍ମ ଶ୍ରଦ୍ଧାଙ୍କ କ୍ୟାରିଅର ପାଇଁ  ଗୁରୁତ୍ୱପୂର୍ଣ୍ଣ।"ଈଠା" ଆସନ୍ତା ଅଗଷ୍ଟ ୨୮ ତାରିଖରେ ମୁକ୍ତିଲାଭ କରିବ।

ଏଥିରେ ଶ୍ରଦ୍ଧାଙ୍କ ସମେତ ରଣଦୀପ ହୁଡ଼ା ଓ ମହମ୍ମଦ ଜୀଶାନ ଆୟୁବ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଦେଖାଦେବେ।

Advertisment "ଈଠା"କୁ ନେଇ ଚାରିଆଡ଼େ ଚର୍ଚ୍ଚା ଶ୍ରଦ୍ଧା କପୁରଙ୍କ ପରବର୍ତ୍ତୀ ଚଳଚ୍ଚିତ୍ର "ଈଠା"କୁ ନେଇ ଚାରିଆଡ଼େ ଚର୍ଚ୍ଚା ଚାଲିଛି।

ନିକଟରେ ଏହାର ଟିଜର୍‌ ଆସିଥିଲା, ଯେଉଁଥିରେ ଶ୍ରଦ୍ଧାଙ୍କ ଅବତାର ଓ ଅଭିନୟକୁ ଦର୍ଶକମାନେ ଖୁବ୍ ପ୍ରଶଂସା କରୁଛନ୍ତି।

ତେବେ ଚଳଚ୍ଚିତ୍ରଟି ମୁକ୍ତିଲାଭ କରିବା ପୂର୍ବରୁ ବିବାଦୀୟ ହୋଇଯାଇଛି।

ମହାରାଷ୍ଟ୍ରର ପ୍ରସିଦ୍ଧ ନୃତ୍ୟଶିଳ୍ପୀ ବିଠାବାଈ ନାରାୟଣଗାଓଁକରଙ୍କ ପରିବାର ଲୋକଙ୍କ ସମେତ ଏନ୍‌ସିପି ଦଳର ନେତାମାନେ ଏହି ଚଳଚ୍ଚିତ୍ରର ଶୀର୍ଷକକୁ ନେଇ ଆପତ୍ତି ପ୍ରକାଶ କରିଛନ୍ତି।

ସେମାନଙ୍କର ଅଭିଯୋଗ ହେଲା ଏହି ଚଳଚ୍ଚିତ୍ରଟିକୁ  ବିଠାବାଈଙ୍କ ବାୟୋପିକ୍‌ ଭାବେ ନିର୍ମାଣ କରାଯାଇଥିବା ବେଳେ ଏହାର ଶୀର୍ଷକ "ବିଠା" ଅଥବା "ବିଠାବାଈ" ରଖିବା ଉଚିତ।

ଉଲ୍ଲେଖଯୋଗ୍ୟ ଯେ, ବିଠାବାଈ ଥିଲେ ଲାବଣୀ ନାମକ ମରାଠୀ ଲୋକନୃତ୍ୟର କିଂବଦନ୍ତୀୟ ନର୍ତ୍ତକୀ।

ଲାବଣୀ ସମେତ ତମାସା ଲୋକକଳାକୁ ତାଙ୍କର ଯଥେଷ୍ଟ ଅବଦାନ ରହିଛି।

ତେଣୁ ତାଙ୍କୁ ଉପଯୁକ୍ତ ସମ୍ମାନ ମିଳିବା ଉଚିତ ବୋଲି ତାଙ୍କ ଦୁଇ ପୁଅ ଓ ନାତି ଦାବି କରିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ୧ ଲକ୍ଷ ୧ ହଜାର କୋଟି ଟଙ୍କାର ପୁଞ୍ଜନିବେଶ ଲାଗି ବୁଝାମଣାପତ୍ର ସ୍ବାକ୍ଷରିତ "