Death: ଗଛରେ ପିଟିହୋଇ ଦୁଇ ବାଇକ୍ ଆରୋହୀ ମୃତ
"ଖଣ୍ଡଗିରି: ଗତକାଲି ବିଳମ୍ବିତ ରାତିରେ ଖଣ୍ଡଗିରି ଥାନା ଅନ୍ତର୍ଗତ ଗଣ୍ଡମୁଣ୍ଡା ବୁଲାଣି ନିକଟରେ ଗଛରେ ପିଟି ହୋଇ ଦୁଇଜଣ ଯୁବକଙ୍କର ମୃତ୍ୟୁ ଘଟିଛି।
ମୃତକ ପୁରୀ ଜିଲ୍ଲା ନିମାପଡ଼ା ଚାରିଛକ ଅଞ୍ଚଳର ଦେବାଂଶୁ ପ୍ରଧାନ(୨୨) ଓ ଅନୁଗୁଳ ଜିଲ୍ଲାର ସିପୁନ ସାହୁ(୨୧)।
ସିପୁନ ଭୁବନେଶ୍ବରରେ ରହି ରାଜଧାନୀ କଲେଜରେ ବିସିଏ ପଢ଼ୁଥିବା ବେଳେ ଦେବାଂଶୁ ୧୦୮ ଆମ୍ବୁଲାନ୍ସ କଣ୍ଟ୍ରୋଲରୁମ୍ରେ କାମ କରୁଥିଲେ।
ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଏମ୍ସ ପଠାଇଥିଲା।Advertisment ଶୋକାକୁଳ ପରିବେଶ ସୃଷ୍ଟି ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ ରାତି ପ୍ରାୟ ୨ଟା ସମୟରେ ଏକ କେଟିଏମ୍ ବାଇକ୍ରେ ଦେବାଂଶୁ ଓ ସିପୁନ ପୋଖରୀପୁଟରୁ ଖଣ୍ଡଗିରି ଅଭିମୁଖେ ଆସୁଥିଲେ।
ଗଣ୍ଡମୁଣ୍ଡା ବୁଲାଣି ହମ୍ପ୍ସ୍ରେ ଗାଡ଼ି ଉପରୁ ଭାରସାମ୍ୟ ହରାଇ ସେମାନେ ଏକ ଗଛରେ ପିଟି ହୋଇଯାଇଥିଲେ।
ବାଇକ୍ଟି ଦ୍ରୁତଗତିରେ ଥିବାରୁ ଗଛରେ ଧକ୍କା ହେବା ପରେ ସେମାନେ ପ୍ରାୟ ୨୦ମିଟର ଦୂରକୁ ଫୋପାଡ଼ି ହୋଇ ରାସ୍ତା ପାର୍ଶ୍ବରେ ଥିବା ଏକ ଘରେ ମାଡ଼ ହୋଇଥିଲେ।
ଉଭୟଙ୍କ ମୁଣ୍ଡରେ ଗୁରୁତର ଆଘାତ ଲାଗିଥିଲା।
ପ୍ରଚଣ୍ଡ ଶବ୍ଦ ହେବାରୁ ଆଖପାଖରେ ରହୁଥିବା ଲୋକେ ଘର ବାହାରକୁ ଆସି ଦେଖିବା ବେଳକୁ ସିପୁନଙ୍କର ମୃତ୍ୟୁ ହୋଇସାରିଥିଲା।
ଦେବାଂଶୁଙ୍କୁ ମୁମୂର୍ଷୁ ଅବସ୍ଥାରେ ଦେଖି ସ୍ଥାନୀୟ ଲୋକେ ତୁରନ୍ତ ପିସିଆର୍ ଓ ଆମ୍ବୁଲାନ୍ସକୁ ଖବର ଦେଇଥିଲେ।
ଆମ୍ବୁଲାନ୍ସ ପହଞ୍ଚି ଦେବାଂଶୁଙ୍କୁ ଏମ୍ସ ନେବା ବେଳକୁ ଅଧା ବାଟରେ ତାଙ୍କର ଜୀବନ ଚାଲିଯାଇଥିଲା।
ଆଜି ଏମ୍ସରେ ବ୍ୟବଚ୍ଛେଦ ପରେ ପୁଲିସ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରିଥିଲା।
ଦୁଇ ଭେଣ୍ଡିଆ ପୁଅଙ୍କ ମୃତ୍ୟୁରେ ପରିବାର ଲୋକ ଭାଙ୍ଗିପଡ଼ିଥିବା ବେଳେ ଏମ୍ସ ପରିସରରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା।
ଗଣ୍ଡମୁଣ୍ଡା ଅଞ୍ଚଳରେ ରାତି ସମୟରେ ଅନ୍ଧକାର ରହୁଥିବାରୁ ହମ୍ପ୍ସ୍କୁ ଠିକ୍ ଭାବେ ଠଉରାଇ ନପାରି ଚାଳକମାନେ ଅକଳରେ ପଡ଼ୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।
BJD Visits Nuapada: ଚାଷୀ ଆତ୍ମହତ୍ୟା ଘଟଣା: ପରିବାରକୁ ଭେଟିଲେ ବିଜେଡି ପ୍ରତିନିଧି ଦଳ "