Shocking School Incident: ନିର୍ଦ୍ଦୟ ସ୍କୁଲ ଶିକ୍ଷୟିତ୍ରୀ, ପ୍ୟାଣ୍ଟରେ ପରିସ୍ରା କରିଦେବାରୁ ୫ ବର୍ଷର ପିଲାକୁ ଦେଲେ କଡ଼ା ଦଣ୍ଡ
ନିର୍ଦ୍ଦୟ ହେଲେ ସ୍କୁଲର ଶିକ୍ଷୟିତ୍ରୀ। ଭୁଲିଗଲେ ମାନବିକତା। ୫ ବର୍ଷର ଜଣେ ପିଲାକୁ ଏମିତି ଦଣ୍ଡ ଦେଲେ ସେ ଯିଏ ଶୁଣୁଛି ଛି ଛି କରୁଛି । ପ୍ୟାଣ୍ଟରେ ପରିସ୍ରା କରିଦେବାରୁ ତାକୁ ଯେଉଁ ସଜା ମିଳିଲା, ସେ ବିଷୟରେ ଜାଣିଲେ ଆପଣଙ୍କ ଆଖିରୁ ଲୁହ ଗଡ଼ିପଡ଼ିବ। ୫ ବର୍ଷର କୋମଳମତି ପିଲାର ଗୁପ୍ତାଙ୍ଗରେ ଚେଙ୍କ ଦେଲେ ଶିକ୍ଷୟିତ୍ରୀ।
ଘଟଣାଟି ଘଟିଛି ଉତ୍ତର ପ୍ରଦେଶ ବାରାଣସୀର ଏକ ଘରୋଇ ସ୍କୁଲରେ। ଗତ ଜୁଲାଇ ୨୪ ତାରିଖର ଘଟଣା। ଜଣେ ଓକିଲଙ୍କ ୫ ବର୍ଷର ପୁଅ କ୍ଲାସରୁମରେ ଥିବା ସମୟରେ ପରିସ୍ରା ଯିବାକୁ ଶିକ୍ଷୟିତ୍ରୀଙ୍କୁ ଅନୁମତି ମାଗିଥିଲା। ହେଲେ ନିର୍ଦ୍ଦୟ ଶିକ୍ଷୟିତ୍ରୀ ଜଣକ ତାକୁ ଛାଡ଼ିନଥିଲେ। ଶେଷରେ ଛୋଟ ଛୁଆଟି ନିଜ ପ୍ୟାଣ୍ଟରେ ପରିସ୍ରା କରିଦେଲା। ଏତିକିରେ ଦିଦିଙ୍କ ରାଗ ବଢ଼ି ଯାଇଥିଲା।
ପିଲାଟିକୁ ଅନ୍ୟ ଏକ ରୁମକୁ ନେଇଥିଲେ ଶିକ୍ଷୟିତ୍ରୀ । ଗ୍ୟାସ୍ ଷ୍ଟୋଭରେ ଗୋଟିଏ ଛୁରୀକୁ ଗରମ କରିଥିଲେ ସଂପୃକ୍ତ ଶିକ୍ଷୟିତ୍ରୀ। ସେହି ତତଲା ଛୁରୀରେ ଶିଶୁର ଗୁପ୍ତାଙ୍ଗକୁ ଚେଙ୍କ ଦେଇଥିଲେ। ଏପରିକି ପିଲାଟିକୁ ମାରପିଟ ବି କରିଥିବା ଅଭିଯୋଗ ହୋଇଛି। ସେ ଘରକୁ ଫେରିବା ପରେ କାନ୍ଦି କାନ୍ଦି ସବୁ କଥା ବାପା ମାଆଙ୍କ ଆଗରେ କହିଥିଲା । ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ କରି ତଦନ୍ତ କରୁଛି ବାରାଣସୀ ପୋଲିସ।
ଏଠି ପ୍ରଶ୍ନ ଉଠଛି, ଜଣେ ଶିକ୍ଷୟିତ୍ରୀ ଏତେ ନିର୍ଦ୍ଦୟ ହେଲେ କେମିତି ? ପ୍ୟାଣ୍ଟରେ ପରିସ୍ରା କରିବାରୁ ଏମିତି ଦଣ୍ଡ ଦେବାକୁ ତାଙ୍କ ହାତ ଗଲା କେମିତି ? ଏହି ଘଟଣାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି। ଗୁରୁ-ଶିଷ୍ୟର ପବିତ୍ର ସମ୍ପର୍କରେ ପୁଣି ଲାଗିଲା ଦାଗ।...
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।