Sheikh Hasina Interview: ‘ହସିନାଙ୍କ ଗଣମାଧ୍ୟମ ସାକ୍ଷାତ୍‌କାର ସହ ଭାରତ ସରକାରଙ୍କ କୌଣସି ସମ୍ପର୍କ ନାହିଁ’

Aug 04, 2026 - 20:21
Sheikh Hasina Interview: ‘ହସିନାଙ୍କ ଗଣମାଧ୍ୟମ ସାକ୍ଷାତ୍‌କାର ସହ ଭାରତ ସରକାରଙ୍କ କୌଣସି ସମ୍ପର୍କ ନାହିଁ’

"ନୂଆଦିଲ୍ଲୀ: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍‌ ହସିନାଙ୍କ ପ୍ରସ୍ତାବିତ ଗଣମାଧ୍ୟମ ସାକ୍ଷାତ୍‌କାରକୁ ନେଇ ଉଠିଥିବା ଚର୍ଚ୍ଚା ମଧ୍ୟରେ ଭାରତ ସରକାର ନିଜର ସ୍ଥିତି ସ୍ପଷ୍ଟ କରିଛନ୍ତି।

ମଙ୍ଗଳବାର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ (ଏମ୍‌ଇଏ) କହିଛି ଯେ, ଶେଖ୍‌ ହସିନାଙ୍କ କୌଣସି ଗଣମାଧ୍ୟମ କାର୍ଯ୍ୟକ୍ରମ କିମ୍ବା ସାକ୍ଷାତ୍‌କାର ସହ ଭାରତ ସରକାରଙ୍କ କୌଣସି ସମ୍ପର୍କ ନାହିଁ।

ବୁଧବାର ନୂଆଦିଲ୍ଲୀରେ ଫରେନ କନ୍‌ଫରେନ୍ସ କ୍ଲବ୍‌ (ଏଫ୍‌ସିସି) ଅଫ୍ ସାଉଥ୍‌ ଏସିଆ ଦ୍ବାରା ଏହି ସାକ୍ଷାତ୍‌କାର ଆୟୋଜିତ ହେବ ବୋଲି ପ୍ରକାଶିତ ଖବରରେ କୁହାଯାଇଛି।

ବାଂଲାଦେଶ ଏହି ସାକ୍ଷାତ୍‌କାରକୁ ରୋକିବା ପାଇଁ ଭାରତ ସରକାରଙ୍କୁ ଅନୁରୋଧ କରିଥିବା ବେଳେ ଭାରତ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛି।Advertisment ସାପ୍ତାହିକ ସାମ୍ବାଦିକ ସମ୍ମିଳନୀରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ ଏହି ପ୍ରସଙ୍ଗରେ ପଚରାଯାଇଥିବା ପ୍ରଶ୍ନର ଉତ୍ତରରେ କହିଥିଲେ, ଶେଖ୍‌ ହସିନାଙ୍କ ଗଣମାଧ୍ୟମ ସାକ୍ଷାତ୍‌କାର ଯୋଜନା ସମ୍ପୂର୍ଣ୍ଣ ଭାବେ ତାଙ୍କର ବ୍ୟକ୍ତିଗତ ବିଷୟ ଏବଂ ଭାରତ ସରକାର ଏଥିରେ କୌଣସି ଭୂମିକା ନେଇନାହାନ୍ତି।

ଏଥିରେ ହସିନା ଯେଉଁ ବିଚାର ବ୍ୟକ୍ତ କରିବେ ତାହା ବି ତାଙ୍କର ନିଜସ୍ବ, ଯାହା ପ୍ରତି ଭାରତର କୌଣସି ସମର୍ଥନ ନାହିଁ।

ସତ କି ଟ୍ରମ୍ପ୍‌ଙ୍କ କଥା?

ରୁଷଠାରୁ ସତରେ ତୈଳ କିଣିବନି କି ଭାରତ?

ଆସିଲା ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ପ୍ରତିକ୍ରିୟା ସମ୍ପ୍ରତି ଶେଖ୍‌ ହସିନା ଭାରତରେ ଅବସ୍ଥାନ କରୁଥିବା ବେଳେ ସେ ଗଣମାଧ୍ୟମରେ ଆସିପାରନ୍ତି ବୋଲି ଖବର ପ୍ରକାଶ ପାଇଥିଲା।

ଏହାକୁ ନେଇ ବାଂଲାଦେଶରେ ବିଭିନ୍ନ ପ୍ରକାର ଚର୍ଚ୍ଚା ଆରମ୍ଭ ହୋଇଥିଲା।

ଏହାଦ୍ବାରା ଭାରତ-ବାଂଲାଦେଶ ସମ୍ପର୍କ ପ୍ରଭାବିତ ହୋଇପାରେ ବୋଲି ବାଂଲାଦେଶ ଚିନ୍ତା ବ୍ୟକ୍ତ କରିଥିଲା।

ଏହି ପରିପ୍ରେକ୍ଷୀରେ ଭାରତ ସରକାରଙ୍କ ଭୂମିକା ନେଇ ପ୍ରଶ୍ନ ଉଠିବା ପରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସ୍ପଷ୍ଟୀକରଣ ଦେଇଛି।

ରଣଧୀର ଜୟସ୍ବାଲ ପୁଣି କହିଥିଲେ, ଭାରତ ସବୁବେଳେ ବାଂଲାଦେଶ ସହ ଗଠନମୂଳକ ଓ ସକାରାତ୍ମକ ସମ୍ପର୍କକୁ ଗୁରୁତ୍ବ ଦେଇଆସିଛି।

ଉଭୟ ଦେଶ ମଧ୍ୟରେ ସହଯୋଗ ଓ ପାରସ୍ପରିକ ସମ୍ମାନ ଆଧାରରେ ସମ୍ପର୍କକୁ ଆଗକୁ ବଢ଼ାଇବା ଭାରତର ନୀତି।

ଏହି କାରଣରୁ କୌଣସି ବ୍ୟକ୍ତିଗତ ଗଣମାଧ୍ୟମ କାର୍ଯ୍ୟକ୍ରମକୁ ସରକାରୀ ପଦକ୍ଷେପ ସହ ଯୋଡ଼ି ଦେଖିବା ଠିକ୍‌ ନୁହେଁ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।