Sheikh Hasina: ନୂଆ ପାସପୋର୍ଟ ଏବଂ ଏନଆଇଡି କାର୍ଡ ପାଇଁ ଦୂତାବାସକୁ ଅନୁରୋଧ କଲେ ଶେଖ ହସିନା
ନୂଆଦିଲ୍ଲୀ: ପୂର୍ବତନ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ତାଙ୍କ ଦେଶକୁ ଫେରିବାକୁ ପ୍ରସ୍ତୁତ ହେଉଛନ୍ତି।
ଡିସେମ୍ବରରେ ବାଂଲାଦେଶ ଫେରିବା ପାଇଁ ଯୋଜନା କରି ସେ ନୂଆଦିଲ୍ଲୀସ୍ଥିତ ବାଂଲାଦେଶ ଦୂତାବାସକୁ ତାଙ୍କୁ ଏକ ନୂତନ ପାସପୋର୍ଟ ଏବଂ ଜାତୀୟ ପରିଚୟ ପତ୍ର (ଏନଆଇଡି) ପ୍ରଦାନ କରିବାକୁ ଅନୁରୋଧ କରିଛନ୍ତି।
ଅଗଷ୍ଟ ୨୦୨୪ରେ କ୍ଷମତାଚ୍ୟୁତ ହୋଇ ଭାରତ ପଳାଇ ଆସିବା ପରେ ଏହା ତାଙ୍କର ପ୍ରଥମ ସରକାରୀ ଯୋଗାଯୋଗ।
Advertisment ଶେଖ ହସିନାଙ୍କ ଢାକା ଫେରିବା ପ୍ରୟାସ ପ୍ରଧାନମନ୍ତ୍ରୀ ତାରିକ ରହମାନଙ୍କୁ ଅସୁବିଧାରେ ପକାଇପାରେ।
ରିପୋର୍ଟ ଅନୁଯାୟୀ, ଲଣ୍ଡନର ମାଟ୍ରିକ୍ସ ଚାମ୍ବରରେ ଶେଖ ହସିନାଙ୍କ ଆଇନଜୀବୀ ସୋମବାର ନୂଆଦିଲ୍ଲୀସ୍ଥିତ ବାଂଲାଦେଶ ଦୂତାବାସର କାର୍ଯ୍ୟକାରୀ ଉଚ୍ଚାୟୁକ୍ତ ପ୍ରୀତି ରହମାନଙ୍କୁ ଏକ ପତ୍ର ପ୍ରଦାନ କରିଛନ୍ତି, ଯେଉଁଥିରେ ତାଙ୍କୁ ବାଂଲାଦେଶ ଫେରିବା ପାଇଁ ଆବଶ୍ୟକୀୟ ଯାତ୍ରା ଏବଂ ପରିଚୟ ପତ୍ର ପ୍ରଦାନ କରିବାକୁ ଅନୁରୋଧ କରାଯାଇଛି।
ଜାତୀୟ ପରିଚୟପତ୍ର ବାତିଲ୍ ଚିଠିରେ ଶେଖ ହସିନାଙ୍କ ପୁରୁଣା ପାସପୋର୍ଟ ଏବଂ ପରିଚୟପତ୍ର ବାତିଲ୍ ହୋଇଥିବା ଉଲ୍ଲେଖ କରାଯାଇଛି।
ଆଇନଜୀବୀ କହିଛନ୍ତି, ମଧ୍ୟବର୍ତ୍ତୀକାଳୀନ ସରକାର ଏବଂ ଅନ୍ୟାନ୍ୟ ପ୍ରାସଙ୍ଗିକ କର୍ତ୍ତୃପକ୍ଷ ତାଙ୍କ ପୁରୁଣା ବାଂଲାଦେଶୀ ପାସପୋର୍ଟ ଏବଂ ଜାତୀୟ ପରିଚୟପତ୍ର ବାତିଲ୍ କରିଥିବା ରିପୋର୍ଟ ରହିଛି।
ତେଣୁ, ତାଙ୍କ ମହକିଲଙ୍କ ପାଇଁ ନୂତନ ଡକ୍ୟୁମେଣ୍ଟ ଜାରି କରିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ନିଆଯିବା ଉଚିତ୍।
ଏହି ପ୍ରକ୍ରିୟାକୁ ଶୀଘ୍ର ସମାପ୍ତ କରିବାକୁ କର୍ତ୍ତୃପକ୍ଷଙ୍କୁ ମଧ୍ୟ ସେ ନିବେଦନ କରିଛନ୍ତି।
ସେ ଯୁକ୍ତି ଦେଇଛନ୍ତି, ଶେଖ ହସିନା ବାଂଲାଦେଶର ନାଗରିକ ଏବଂ ଅନ୍ତର୍ଜାତୀୟ ମାନବାଧିକାର ଚୁକ୍ତିନାମା ଅନୁଯାୟୀ ତାଙ୍କର ନିଜ ଦେଶକୁ ଫେରିବାର ଅଧିକାର ଅଛି।
ରିପୋର୍ଟ ଅନୁଯାୟୀ, ଶେଖ ହସିନା ବାଂଲାଦେଶ ଫେରିବା ପରେ କୋର୍ଟରେ ଆତ୍ମସମର୍ପଣ କରିବାକୁ ଚାହୁଁଛନ୍ତି।
ତାଙ୍କର ସହଯୋଗୀମାନେ କହିଛନ୍ତି ଯେ, ଆବଶ୍ୟକୀୟ ଔପଚାରିକତା ସମାପ୍ତ ହେବା ପରେ ପ୍ରତ୍ୟାବର୍ତ୍ତନ ତାରିଖ ଘୋଷଣା କରାଯିବ।
ତେବେ ତାଙ୍କର ପ୍ରତ୍ୟାବର୍ତ୍ତନ ବାଂଲାଦେଶରେ ନୂତନ ରାଜନୈତିକ ଏବଂ ଆଇନଗତ ବିବାଦ ସୃଷ୍ଟି କରିପାରେ ଏବଂ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ତାରିକ ରହମାନଙ୍କ ଅସୁବିଧା ବଢ଼ାଇପାରେ।
Donald Trump: ଇସ୍ରାଏଲ ଯୋଗୁଁ ରିପବ୍ଲିକାନ ପାର୍ଟି ଆମେରିକା ନିର୍ବାଚନରେ ହାରିଲା: ସ୍ୱୀକାର କଲେ ଟ୍ରମ୍ପ ଏହି ଅନୁରୋଧ ଉପରେ ଦୂତାବାସର ନିଷ୍ପତ୍ତି ଏବଂ ଡିସେମ୍ବରରେ ତାଙ୍କର ଯୋଜନାବଦ୍ଧ ପ୍ରତ୍ୟାବର୍ତ୍ତନର ଅଗ୍ରଗତି ସମ୍ପର୍କରେ ଆନୁଷ୍ଠାନିକ ନିଶ୍ଚିତକରଣ ଏପର୍ଯ୍ୟନ୍ତ ପ୍ରକାଶିତ ହୋଇନାହିଁ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
