Shehzad Poonawalla: ବିଜେପିରୁ ଇସ୍ତଫା ଦେଲେ ଶହଜାଦ ପୁନାୱାଲା

Jul 31, 2026 - 14:45
Shehzad Poonawalla: ବିଜେପିରୁ ଇସ୍ତଫା ଦେଲେ ଶହଜାଦ ପୁନାୱାଲା

"ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ପ୍ରବକ୍ତା ଶହଜାଦ ପୁନାୱାଲା ଦଳରୁ ଇସ୍ତଫା ଦେଇଛନ୍ତି।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଶହଜାଦ ବିଜେପିର ଶୀର୍ଷ ନେତୃତ୍ବକୁ ତାଙ୍କ ଇସ୍ତଫା ପ୍ରଦାନ କରିଛନ୍ତି।

ସେ ସାମାଜିକ ଗଣମାଧ୍ୟମ "ଏକ୍ସ"ରେ ନିଜ ବାୟୋ ବଦଳାଇଛନ୍ତି ଓ ସେଥିରୁ ବିଜେପି ହଟେଇ ଦେଇଛନ୍ତି।

ପୁନାୱାଲା ବ୍ୟକ୍ତିଗତ କାରଣରୁ ଇସ୍ତଫା ଦେଇଥିବା କହିଛନ୍ତି।

ତେବେ ଇନଷ୍ଟାଗ୍ରାମ ଆକାଉଣ୍ଟ ପ୍ରୋଫାଇଲରେ ଏବେବି ତାଙ୍କୁ ବିଜେପି ପ୍ରବକ୍ତା ଭାବେ ଦର୍ଶାଇଛନ୍ତି।

ଗୁରୁବାର ପୁନାୱାଲା ତାଙ୍କର ଅପଡେଟ୍ ହୋଇଥିବା "ଏକ୍ସ" ବାୟୋର ଏକ ସ୍କ୍ରିନସଟ୍ ସେୟାର କରିଛନ୍ତି ଯେଉଁଥିରେ ଲେଖାଯାଇଛି, ଧର୍ମ: ଇସଲାମ, ସଂସ୍କୃତି: ହିନ୍ଦୁ, ବିଚାରଧାରା: ଭାରତୀୟ।

ଲେଖକ: ଜିଏସ୍‌ଟିକି କି ଯାତ୍ରା; ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୀବନବ୍ୟାପୀ ଅନୁଗାମୀ।

କ୍ୟାପସନରେ କେବଳ ମୋର ଅପଡେଟ୍ ହୋଇଥିବା ବାୟୋ ଲେଖାଯାଇଛି।Advertisment ବ୍ରାହ୍ମଣୀ ଓ ଖରସ୍ରୋତାର ମଝିରେ ଥିବା ୧୪ ପଞ୍ଚାୟତର ଲୋକେ ଭୋଗୁଛନ୍ତି ଦୁର୍ଦଶା ଶହଜାଦ ପୁନାୱାଲା ୨୦୧୭ ମସିହାରେ କଂଗ୍ରେସ ଦଳ ଛାଡି ବିଜେପିରେ ଯୋଗ ଦେଇଥିଲେ।

କଂଗ୍ରେସ ଛାଡ଼ିବା ସମୟରେ ଦଳର ଅଧ୍ୟକ୍ଷ ପଦ ନିର୍ବାଚନ ପ୍ରକ୍ରିୟାକୁ ଲୋକଦେଖାଣିଆ ବୋଲି କହି ତୀବ୍ର ସମାଲୋଚନା କରିଥିଲେ।

ବିଜେପିରେ ସାମିଲ ହେବା ପରେ ପୁନାୱାଲାଙ୍କୁ ବଡ଼ ଦାୟିତ୍ବ ମିଳିଥିଲା।

ଦଳର ରାଷ୍ଟ୍ରୀୟ ପ୍ରବକ୍ତା ଭାବେ ସେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ।

ପୁନାୱାଲା ତାଙ୍କ ବାୟୋରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମ୍ପର୍କରେ ଉଲ୍ଲେଖ କରିଛନ୍ତି।

ସେ ନିଜକୁ ମୋଦୀଙ୍କ ଆଜୀବନ ଅନୁଗାମୀ ବୋଲି ଦର୍ଶାଇଛନ୍ତି।

ପୁନାୱାଲା ଏକ ପଡକାଷ୍ଟର କିଛି ଅଂଶ ନିଜ "ଏକ୍ସ" ଆକାଉଣ୍ଟରେ ଦେଇଛନ୍ତି।

ଯେଉଁଥିରେ ୨୦୨୪ ସାଧାରଣ ନିର୍ବାଚନ ପରଠାରୁ ସେ ରାଜନୀତି ଛାଡ଼ିବାକୁ ଚାହୁଁଥିବା କହିଥିବାର ଶୁଣିବାକୁ ମିଳିଛି।

ଶହଜାଦ ୨୦୦୬ରେ ଏନ୍‌ଏସ୍‌ୟୁଆଇରେ ଯୋଗ ଦେଇଥିଲେ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।