Sheetal: ଏହି ବରିଷ୍ଠ ନିର୍ଦ୍ଦେଶକଙ୍କ ସହ କାମ କରିବାର ସୁଯୋଗ ପାଇନାହାନ୍ତି ଓଲିଉଡ୍ ନାୟିକା ଶୀତଲ୍
ଭୁବନେଶ୍ବର: ' ଯିଏ ଯାହା କହୁ ମୋ ' ର ଢ଼ୋ ' ପରେ ସେ ' ଭଲ ପାଏ ତତେ ୧୦୦ରୁ ୧୦୦ ' ,' ଦିଲ୍ ଦିୱାନା ହେଇଗଲା ' , ' ସୁନା ପିଲା - ଟିକେ ସ୍କୃ ଢିଲା ' , ' ତୁ ଯେ ସେଇ ' , ' ତୋ ' ର ଦିନେକୁ ମୋ ' ର ଦିନେ ' , ' ପ୍ରେମରେ ପ୍ରେମରେ ' ଓ ' ମିଷ୍ଟର୍ ମଜ୍ ନୁ ' , ତୋର ମୋର କଟି , ପ୍ରଥା ଓ ' ଛକିଶୂନ ' ଆଦି ଫିଲ୍ମରେ ନଜର ଆସିଛନ୍ତି।
ସେ ଇତିମଧ୍ୟରେ କେତେଜଣ ଆଗଧାଡ଼ିର ନିର୍ଦ୍ଦେଶକ ଙ୍କ ସହ କାମ କରିଛନ୍ତି।
ଏଇ ଯେମିତି ସୁଧାଂଶୁ ମୋହନ ସାହୁ , ମୃତ୍ୟୁଞ୍ଜୟ ସାହୁ , ଅଶୋକ ପତି , ମାନସ ପଢ଼ିଆରୀ ଓ ସୁଧାକର ବସନ୍ତ ଆଦି।
ହେଲେ ଆଉ କେତେକଙ୍କ ସହ ଏଯାଏ କାମ କରିନାହାନ୍ତି।
ଏମାନଙ୍କ ଭିତରୁ ଜଣେ ହେଲେ ବସନ୍ତ ସାହୁ।
Advertisment basant sahu କେବେ ପଡ଼ୁଛି ଶୀତଲଙ୍କ ପାଳି!
ବସନ୍ତ ସାହୁଙ୍କ ନିର୍ଦ୍ଦେଶିତ ଓଡ଼ିଆ ଛବି ମଧ୍ୟରେ ରହିଛି, କି ହେବ ଶୁଆ ପୋଷିଲେ, ଗଢ଼ି ଜାଣିଲେ ଘର ସୁନ୍ଦର, ସୌଭାଗ୍ୟବତୀ, କଳାମାଣିକ, ଲାଟ୍ ସାହେବ, ମୁଁ କ'ଣ ଏତେ ଖରାପ, ଟୋପାଏ ସିନ୍ଦୂର ଦି ଟୋପା ଲୁହ', ରକତ ଚିହ୍ନିଛି ନିଜର କିଏ, ଶାଶୁ ଘର ଚାଲିଯିବି, ସତ୍ୟମେବ ଜୟତେ, ଚାନ୍ଦିନୀ ଆଇ ମିସ୍ ୟୁ, ପିଲାଟା ବିଗିଡ଼ିଗଲା, ମୁଁ ତାର କିଏ, ବାଏବାଏ ଦୁବାଇ ଓ ସେଲଫିସ୍ ଦିଲ୍ ଆଦି।
ଏହାଛଡ଼ା ସେ ଏବେ ସୌଭାଗ୍ୟବତୀ ୨ ଟାଇଟଲରେ ଆଉ ଏକ ଓଡ଼ିଆ ଛବିର ନିର୍ଦ୍ଦେଶନା ଦେଉଛନ୍ତି, ଯେଉଁଥିରେ ପିଆଲି ଅଛନ୍ତି ନାୟିକା ଭୂମିକାରେ।
ଦେଖାଯାଉ କେବେ ପଡ଼ୁଛି ଶୀତଲଙ୍କ ପାଳି!
Pankaj Dheer Birth Anniversary: ୩୦୦ ଟଙ୍କା ଦରମାରୁ ଆରମ୍ଭ, 'ମହାଭାରତ'ର କର୍ଣ୍ଣ ହୋଇ ବଦଳାଇଥିଲେ ଭାଗ୍ୟ; ଜାଣନ୍ତୁ ପଙ୍କଜ ଧୀରଙ୍କ ସଂଘର୍ଷର କାହାଣୀ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
