Shardiya Navratri: ନବରାତ୍ରୀର ୪ର୍ଥ ଦିବସ: ମା'ଙ୍କର କୁଷ୍ମାଣ୍ଡା ବେଶ

Oct 14, 2026 - 06:02
Shardiya Navratri: ନବରାତ୍ରୀର ୪ର୍ଥ ଦିବସ: ମା'ଙ୍କର କୁଷ୍ମାଣ୍ଡା ବେଶ

"ଓଡ଼ିଶା ସମେତ ସାରାଦେଶରେ ଆରମ୍ଭ ହୋଇଛି ନବରାତ୍ର ବା ନବଦିନାତ୍ମକ ଶକ୍ତି ପୂଜା।

ନବରାତ୍ରର ନଦଦିନରେ ମାଦଙ୍କର ନଅଟି ସ୍ୱରୂପର ଆରାଧନା କରାଯାଏ।

୪ର୍ଥ ଦିନରେ ଭଗବତୀ ଆଦ୍ୟାଶକ୍ତିଙ୍କୁ ଆବାହନ କରାଯାଏ ମା କୁଷ୍ମାଣ୍ଡା ରୂପରେ।

ଧାର୍ମିକ ମାନ୍ୟତା ଅନୁଯାୟୀ, ମା" କୁଷ୍ମାଣ୍ଡା ନିଜର ଦିବ୍ୟ ହସ ଦ୍ୱାରା ସମଗ୍ର ବ୍ରହ୍ମାଣ୍ଡର ସୃଷ୍ଟି କରିଥିଲେ।

ତେଣୁ ତାଙ୍କୁ ସୃଷ୍ଟିର ଆଦିଶକ୍ତି ଭାବେ ପୂଜା କରାଯାଏ।

ମା"ଙ୍କ ଆରାଧନା ଦ୍ୱାରା ଜୀବନରେ ସକାରାତ୍ମକତା, ଶକ୍ତି, ଶାନ୍ତି ଓ ସମୃଦ୍ଧି ଆସେ ବୋଲି ବିଶ୍ୱାସ ରହିଛି।Advertisment ନବରାତ୍ରର ଚତୁର୍ଥ ଦିନରେ ସୁଖ,ସୌଭାଗ୍ୟ, ଐଶ୍ୱର୍ଯ୍ୟ, ଧନସଂପଦ ପ୍ରାପ୍ତି ପାଇଁ ମାତା କୁଷ୍ମାଣ୍ଡାଙ୍କ ଉପାସନା କରାଯାଏ।

ଏହି ସାଧନାର ଅଦ୍ଭୁତ ଶକ୍ତିବଳରେ ଗୃହସ୍ତକୁ ସମସ୍ତ ସୌଭାଗ୍ୟ ପ୍ରାପ୍ତ ହୋଇଥାଏ।

ସିଂହ ବାହନା ଭଗବତୀ କୁଷ୍ମାଣ୍ଡା ସମଗ୍ର ସୃଷ୍ଟିର ସୃଷ୍ଟିକର୍ତ୍ତି ।

ସେ ଅଷ୍ଟଭୂଜା, ନିଜର ବିଭିନ୍ନ ହସ୍ତରେ କମଣ୍ଡଳୁ,ଧନୁ,ତୀର,ପଦ୍ମ, ମଦ୍ୟପାତ୍ର, ଚକ୍ର ଓ ଗଦା।

ଅଷ୍ଟମହସ୍ତରେ ସେ ଜପମାଳା ଧରିଥାନ୍ତି।

ମନ୍ଦ ହାସ୍ୟରୁ ବିଶ୍ୱ ବ୍ରହ୍ମାଣ୍ଡ ସୃଷ୍ଟି ଏହି ଜପମାଳା ମାଧ୍ୟମରେ ସେ ଭକ୍ତମାନଙ୍କୁ ଅଷ୍ଟସିଦ୍ଧି ଓ ନବନିଧି ପ୍ରଦାନ କରିଥାନ୍ତି।

ସହସ୍ର ସୂର୍ଯ୍ୟସମ ତେଜପ୍ରକାଶ କରୁଥିବା ମା କୁଷ୍ମାଣ୍ଡା ଆଦିତ୍ୟନାରାୟଣଙ୍କ ମୂଳ ଶକ୍ତି ସ୍ୱରୂପା ଓ ତାଙ୍କରି ତେଜରେ ହିଁ ସମଗ୍ର ବିଶ୍ୱ ଆଲୋକିତ ହେଉଛି ।

ସେ ସୂର୍ଯ୍ୟମଣ୍ଡଳର କେନ୍ଦ୍ରସ୍ଥଳରେ ବାସ କରନ୍ତି ।

ଏଣୁ ସେ ସୂର୍ଯ୍ୟ ଭଗବାନଙ୍କ ପରମାରାଧ୍ୟା ଇଷ୍ଟଦେବୀ।

ମାତା କୁଷ୍ମାଣ୍ଡାଙ୍କ ମନ୍ଦ ହାସ୍ୟରୁ ହିଁ ସମଗ୍ର ବିଶ୍ୱ ବ୍ରହ୍ମାଣ୍ଡ ସୃଷ୍ଟି ହୋଇଥିବାରୁ ତାହା ବ୍ରହ୍ମାଣ୍ଡ ନାମରେ ପରିଚିତ।

କୁଷ୍ମାଣ୍ଡା ତିନୋଟି ଶବ୍ଦର ମିଶ୍ରଣ କୁଷ୍ମାଣ୍ଡା ତିନୋଟି ଶବ୍ଦର ମିଶ୍ରଣ-କୁ(କ୍ଷୁଦ୍ର),ଉଷ୍ମ ଓ ଅଣ୍ଡା।

ଏହାର ସାମଗ୍ରିକ ଅର୍ଥ ହେଉଛି ଯିଏ ନିଜର ଶକ୍ତି ବଳରେ ଅଣ୍ଡା ସଦୃଶ ବିଶ୍ୱକୁ ସୃଷ୍ଟି କରିଛନ୍ତି।

ଅନ୍ୟପକ୍ଷରେ ପାଣିକଖାରୁ ବା କୁଷ୍ମାଣ୍ଡ ତାଙ୍କର ଅତିପ୍ରିୟ, ସେଥିପାଇଁ ସେ କୁଷ୍ମାଣ୍ଡା ନାମରେ ପରିଚିତ।

Shardiya Navratri: ନବରାତ୍ରୀର ୨ୟ ଦିବସ: ଆଜି ମା"ଙ୍କର ବ୍ରହ୍ମଚାରିଣୀ ବେଶ ମା" କୁଷ୍ମାଣ୍ଡାଙ୍କ ମନ୍ତ୍ରଓଁ ଦେବୀ କୁଷ୍ମାଣ୍ଡାୟୈ ନମଃ।

ଧ୍ୟାନ-ସୂରାସମ୍ପୂର୍ଣ୍ଣ କଲସଂ ରୂଧୀରାପ୍ଳୁତମେବ ଚ ।

ଦଧାନା ହସ୍ତପଦ୍ମାଭ୍ୟାଂ କୁଷ୍ମାଣ୍ଡେତି ନମୋ ନମଃ ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)