Shardiya Navratri: ନବରାତ୍ରୀର ୭ମ ଦିବସ: ସାହସ ଓ ଅଭୟର ପ୍ରତୀକ ମା' କାଳରାତ୍ରୀ

Oct 17, 2026 - 06:02
Shardiya Navratri: ନବରାତ୍ରୀର ୭ମ ଦିବସ: ସାହସ ଓ ଅଭୟର ପ୍ରତୀକ ମା' କାଳରାତ୍ରୀ

"ଓଡ଼ିଶା ସମେତ ସାରାଦେଶରେ ଚାଲିଛି ନବରାତ୍ର ବା ନବଦିନାତ୍ମକ ଶକ୍ତି ପୂଜା।

ନବରାତ୍ରର ନଦଦିନରେ ମା"ଙ୍କର ନଅଟି ସ୍ୱରୂପର ଆରାଧନା କରାଯାଏ।

୭ମ ଦିନରେ ଭଗବତୀ ଆଦ୍ୟାଶକ୍ତିଙ୍କୁ ଆବାହନ କରାଯାଏ ମା" କାଳରାତ୍ରୀ ରୂପରେ।

ମା" କାଳରାତ୍ରୀ ହେଉଛନ୍ତି ଶକ୍ତି, ସାହସ ଓ ଅଭୟର ପ୍ରତୀକ।

ତାଙ୍କର ଭୟଙ୍କର ରୂପ ଦୁଷ୍ଟ ଶକ୍ତିର ବିନାଶ କରୁଥିବା ବେଳେ ଭକ୍ତଙ୍କ ପାଇଁ ସେ ଅତ୍ୟନ୍ତ ମଙ୍ଗଳକାରିଣୀ।

ଏଥିପାଇଁ ମା"ଙ୍କୁ "ଶୁଭଙ୍କରୀ" ନାମରେ ମଧ୍ୟ ଅଭିହିତ କରାଯାଏ।Advertisment ନବଦୁର୍ଗାଙ୍କ ସପ୍ତମ ରୂପ ହେଲେ ମା' କାଳରାତ୍ରୀ।

ସେ ଅତ୍ୟନ୍ତ ଉଗ୍ର ରୂପା, କିନ୍ତୁ ଭକ୍ତମାନଙ୍କ ପାଇଁ ସେ ଶୁଭ ଓ ମଙ୍ଗଳଦାୟିନୀ।

ତାଙ୍କର ବର୍ଣ୍ଣ କୃଷ୍ଣ, ବିଶାଳ ଦେହ, ବିକଳ କେଶ, ତିନିଟି ନୟନ ଓ ଅଗ୍ନିସ୍ପୁଲିଙ୍ଗ ପ୍ରସ୍ତୁତ କରୁଥିବା ଶ୍ୱାସ – ଏହିଭଳି ଭୟଙ୍କର ରୂପରେ ସେ ଦେଖାଯାନ୍ତି।

ମା" ଚତୁର୍ଭୁଜା।

ତାଙ୍କର ଦୁଇ ହାତରେ ଖଡ୍ଗ ଓ ଲୌହ କଣ୍ଟକ ରହିଥିବା ବେଳେ ଅନ୍ୟ ଦୁଇ ହାତ ଅଭୟ ଓ ବରଦ ମୁଦ୍ରାରେ ରହିଥାଏ।

ଗର୍ଦ୍ଦଭ ବା ଗଧ ହେଉଛି ମା"ଙ୍କ ବାହନ।  "ଶୁଭଙ୍କରୀ" ନାମରେ ମଧ୍ୟ ଅଭିହିତ ମା' କାଳରାତ୍ରୀଙ୍କୁ ଶୁଭଙ୍କରୀ ବୋଲି ମଧ୍ୟ କୁହାଯାଏ, କାରଣ ସେଇ ଭୟଙ୍କର ରୂପରେ ମଧ୍ୟ ଭକ୍ତମାନଙ୍କୁ ଶୁଭ, ସାହସ ଓ ରକ୍ଷା ପ୍ରଦାନ କରନ୍ତି।

ଦୁର୍ଗା ସପ୍ତମୀ ତିଥିରେ ତାଙ୍କର ପୂଜା କରାଯାଏ।

ହିନ୍ଦୁ ପୁରାଣ ଅନୁସାରେ, ସେଇ ଦେବୀ ଅସୁରମାନଙ୍କୁ ବିନାଶ କରି, ସତ୍ୟ ଓ ନ୍ୟାୟର ପଥକୁ ସ୍ଥାପିତ କରିଥିଲେ।

ତାଙ୍କର ପୂଜାରୁ ଭୟ, ବାଧା ଓ ଅଶୁଭ ପ୍ରଭାବ ଦୂର ହୋଇଥାଏ।

ମା କାଳରାତ୍ରୀଙ୍କ ସ୍ମରଣରେ ଭକ୍ତମାନେ ଅନ୍ଧକାର ଓ ଭୟକୁ ଜୟ କରି, ଆଲୋକ, ସାହସ ଓ ଆତ୍ମବଳର ସନ୍ଦେଶ ପାଆନ୍ତି।

Shardiya Navratri: ନବରାତ୍ରୀର ୬ଷ୍ଠ ଦିବସ: ମା'ଙ୍କର କାତ୍ୟାୟନୀ ବେଶ ମା" କାଳରାତ୍ରୀଙ୍କ ମନ୍ତ୍ର"ଓଁ ଦେବୀ କାଳରାତ୍ର୍ୟୈ ନମଃ।" ଧ୍ୟାନ-ଏକବେଣୀ ଜପାକର୍ଣ୍ଣପୂରା ନଗ୍ନା ଖରାସ୍ଥିତା ।ଲମ୍ବୋଷ୍ଠୀ କର୍ଣ୍ଣିକାକର୍ଣ୍ଣୀ ତୈଲାଭ୍ୟକ୍ତଶରୀରିଣୀ ॥ବାମପାଦୋଲ୍ଲସଲ୍ଲୋହଲତାକଣ୍ଟକଭୂଷଣା ।ବର୍ଦ୍ଧନମୂର୍ଦ୍ଧଧ୍ୱଜା କୃଷ୍ଣା କାଳରାତ୍ରୀର୍ଭୟଙ୍କରୀ ॥"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)