Shardiya Navratri: ନବରାତ୍ରିର ୫ମ ଦିବସ: ମାତା ସ୍କନ୍ଦମାତା

Oct 15, 2026 - 06:13
Shardiya Navratri: ନବରାତ୍ରିର ୫ମ ଦିବସ: ମାତା ସ୍କନ୍ଦମାତା

"ଓଡ଼ିଶା ସମେତ ସାରାଦେଶରେ ଆରମ୍ଭ ହୋଇଛି ନବରାତ୍ର ବା ନବଦିନାତ୍ମକ ଶକ୍ତି ପୂଜା।

ନବରାତ୍ରର ନଦଦିନରେ ମା"ଙ୍କର ନଅଟି ସ୍ୱରୂପର ଆରାଧନା କରାଯାଏ।

୫ମ ଦିନରେ ମାତାଙ୍କୁ ସ୍କନ୍ଦମାତା ରୂପରେ ଉପସନା କରାଯାଏ।

ମା" ସ୍କନ୍ଦମାତା ମାତୃତ୍ୱ, ସ୍ନେହ, କରୁଣା ଓ ମମତାର ପ୍ରତୀକ।Advertisment ନବଦିନାତ୍ମକ ପୂଜାର ପଞ୍ଚମ ଦିନରେ ସ୍କନ୍ଦମାତାଙ୍କ ଉପାସନା କରାଯାଏ।

ଦେବସେନାପତି କୁମାର କାର୍ତ୍ତିକେୟଙ୍କୁ ସ୍କନ୍ଦ ବୋଲି କୁହାଯାଏ।

ମା ପାର୍ବତୀ କାର୍ତ୍ତିକେୟଙ୍କ ମାତା ହେବାରୁ ତାଙ୍କୁ ସ୍କନ୍ଦମାତା ବୋଲି କୁହାଯାଏ।

ଗ୍ରହମଣ୍ଡଳ ମଧ୍ୟରୁ ବୁଧଗ୍ରହ ମା" ସ୍କନ୍ଦମାତାଙ୍କ ଦ୍ୱାରା ପରିଚାଳିତ।

ସୁଖଶାନ୍ତି ଓ ଐଶ୍ୱର୍ଯ୍ୟ ବୃଦ୍ଧି ଭଗବତୀ ସ୍କନ୍ଦମାତାଙ୍କ ପୂଜାକଲେ ପରିବାରରେ ଅଶାନ୍ତି,କଳହ ଦୂର ହୋଇ ସୁଖଶାନ୍ତି ବିରାଜମାନ କରିଥାଏ।

ଗୃହରେ କଳହ,ପରସ୍ପର ମଧ୍ୟରେ ଅବିଶ୍ୱାସ ଓ ଦେ୍ୱଷ ଉତ୍ପନ୍ନ ହେଲେ ମା" ସ୍କନ୍ଦମାତାଙ୍କ ଶରଣାପନ୍ନ ହେବା ଆବଶ୍ୟକ।

ମାଙ୍କ କୃପାରୁ ପରିବାର ସଦସ୍ୟଙ୍କ ମଧ୍ୟରେ ସ୍ନେହ ସୌହାର୍ଦ୍ଦ ବଢ଼ିବା ସହ ସୁଖଶାନ୍ତି ଓ ଐଶ୍ୱର୍ଯ୍ୟ ବୃଦ୍ଧି ହୋଇଥାଏ।

ମାତଙ୍କର ତିନୋଟି ନୟନ ଦେବୀ ଚତୁର୍ଭୁଜା ଉପର ଦୁଇ ହସ୍ତରେ ପଦ୍ମ, ତଳ ବାମ ହସ୍ତରେ ଶିଶୁ କାର୍ତ୍ତିକେୟଙ୍କୁ ଧରିଥାନ୍ତି।

ଦକ୍ଷିଣ ହସ୍ତଟି ଅଭୟ ମୁଦ୍ରାରେ ଥାଏ।

ଗୌରବର୍ଣ୍ଣା ଦେବୀ ସିଂହ ବାହନା ଓ ପଦ୍ମ ଉପରେ ବିରାଜମାନ କରନ୍ତି।

ମାତଙ୍କର ତିନୋଟି ନୟନ।

Shardiya Navratri: ନବରାତ୍ରୀର ୪ର୍ଥ ଦିବସ: ମା'ଙ୍କର କୁଷ୍ମାଣ୍ଡା ବେଶ ମା" ସ୍କନ୍ଦମାତାଙ୍କ ମନ୍ତ୍ରଓଁ ଦେବୀ ସ୍କନ୍ଦମାତାୟୈ ନମଃ ॥ଧ୍ୟାନ-ସିଂହାସନଗତା ନିତ୍ୟଂ ପଦ୍ମାଶ୍ରିତ କରଦ୍ୱୟା ।ଶୁଭଦାସ୍ତୁସଦା ଦେବୀ ସ୍କନ୍ଦମାତା ଯଶସ୍ୱିନୀ ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)