Sharad Pawar Likely to Back the Delimitation Bill: ମନ ବଦଳାଉଛନ୍ତି ଶରଦ ପାୱାର, ସୀମା ପୁନଃନିର୍ଦ୍ଧାରଣ ବିଲକୁ କରିବେ ସମର୍ଥନ !

Jul 15, 2026 - 15:38
Sharad Pawar Likely to Back the Delimitation Bill: ମନ ବଦଳାଉଛନ୍ତି ଶରଦ ପାୱାର, ସୀମା ପୁନଃନିର୍ଦ୍ଧାରଣ ବିଲକୁ କରିବେ ସମର୍ଥନ !

ମହାରାଷ୍ଟ୍ରର ବର୍ଷୀୟାନ ନେତା ଶରଦ ପାୱାର ଏବେ ମନ ବଦଳାଉଥିବାର ଜଣାପଡିଛି । ସେ ତାଙ୍କର ପରବର୍ତ୍ତୀ ରାଜନୈତିକ ପଦକ୍ଷେପ ନେବାକୁ ପ୍ରସ୍ତୁତ ହୋଇଗଲେଣି । ଶରଦ ପାୱାରଙ୍କ ନେତୃତ୍ୱାଧୀନ ଏନସିପି ମୋଦି ସରକାରଙ୍କ ବିବାଦୀୟ ସୀମା ନିର୍ଦ୍ଧାରଣ ବିଲ୍ କୁ ସମର୍ଥନ କରିବାକୁ ପ୍ରସ୍ତୁତ ଥିବା ଜଣାପଡିଛି ।

ଯଦି ଏହା ନିଶ୍ଚିତ ହୁଏ, ତେବେ ଗତ ସଂସଦ ଅଧିବେଶନରେ ବିରୋଧୀ ଦଳଗୁଡ଼ିକ ଏହି ବିଲ୍ ବିରୋଧରେ ଏକାଠି ଭୋଟ ଦେବା ପରେ ପାୱାରଙ୍କ ଏହି ପଦକ୍ଷେପ ବିରୋଧୀଙ୍କ ମଧ୍ୟରେ ଫାଟ ସୃଷ୍ଟି କରିବ ।  

ଗଣମାଧ୍ୟମ ସୂଚନା ଅନୁଯାୟୀ,  ଏନସିପିର ଉଭୟ ଗୋଷ୍ଠୀର ବରିଷ୍ଠ ନେତାମାନେ ଶରଦ ପାୱାରଙ୍କ ସ୍ୱର୍ଗତ ପୁତୁରା ଅଜିତ ପାୱାରଙ୍କ ପତ୍ନୀ ସୁନେତ୍ର ପାୱାରଙ୍କ ନେତୃତ୍ୱରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ସହ ଗୁପ୍ତ ବୈଠକ କରିଥିଲେ।

ଏହି ଘଟଣା ଏନସିପିର ପୁନର୍ମିଳନ ଏବଂ କେନ୍ଦ୍ରରେ ଏନଡିଏକୁ କୌଣସି ପ୍ରକାରେ ସମର୍ଥନ ପ୍ରଦାନ କରିବାର କଳ୍ପନାଜଳ୍ପନାକୁ ପୁଣି ଚର୍ଚ୍ଚାର ପରିସରକୁ ଆଣିଛି ।
ଏକ ସାମ୍ବାଦିକ ସମ୍ମିଳନୀରେ ଏନସିପି (ଶରଦ ପାୱାର) ସାଂସଦ ସୁପ୍ରିୟା ସୁଲେ ଏହି ଚର୍ଚ୍ଚାକୁ ଅସ୍ୱୀକାର କରିଛନ୍ତି । ତେବେ ଏହା ମଧ୍ୟ କହିଛନ୍ତି ଯେ ବିଲ୍ ର ରୂପରେଖ ଜଣାପଡିବା ପରେ  ଆମ ଦଳ ଯାହା କିଛି ନିଷ୍ପତ୍ତି ନେବ । 
"ଯଦି ସରକାର ସମସ୍ତ ରାଜ୍ୟରେ ୫୦ ପ୍ରତିଶତ ଆସନ ବୃଦ୍ଧି ପାଇଁ ବ୍ୟବସ୍ଥା କରନ୍ତି ଏବଂ ଏହାର କାର୍ଯ୍ୟାନ୍ୱୟନର ସ୍ପଷ୍ଟ ରୂପରେଖ ଦିଅନ୍ତି, ତେବେ ଆମେ ଏହାକୁ ସମର୍ଥନ କରିବୁ," ସୁଲେ ସାମ୍ବାଦିକମାନଙ୍କୁ କହିଛନ୍ତି। 
ଏହି ପରିସ୍ଥିତି ଦଳର ପୂର୍ବ ସ୍ଥିତିକୁ ପ୍ରତିଫଳିତ କରେ ଏବଂ ଗତ ଏପ୍ରିଲରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଦେଇଥିବା ପ୍ରତିଶ୍ରୁତି ସହିତ ସମାନ । ସେତେବେଳେ ସେ କହିଥିଲେ ଯେ ସରକାର ସମସ୍ତ ରାଜ୍ୟରେ ଲୋକସଭା ଆସନରେ ସମାନ ୫୦ ପ୍ରତିଶତ ବୃଦ୍ଧି ପାଇଁ ବିଲ୍ ସଂଶୋଧନ କରିବାକୁ ଇଚ୍ଛୁକ ଏବଂ ସୀମା ନିର୍ଦ୍ଧାରଣ ପ୍ରକ୍ରିୟା ଦ୍ୱାରା କୌଣସି ରାଜ୍ୟ ବଞ୍ଚିତ ହେବେ ନାହିଁ । 

"ଯଦି ଏହି ବିଲ୍କୁ ବିରୋଧ କରିବାର କାରଣ ହେଉଛି ୫୦ ପ୍ରତିଶତ ବୃଦ୍ଧି ହେବା ଉଚିତ, ତେବେ ଆଲୋଚନାକୁ ଗୋଟିଏ ଘଣ୍ଟା ପାଇଁ ବନ୍ଦ କରନ୍ତୁ, ଏବଂ ମୁଁ ଏହି ବିଲରେ ଏକ ସଂଶୋଧନ ଆଣିବି," ଲୋକସଭାରେ ବିତର୍କ ସମୟରେ ଅମିତ ଶାହ କହିଥିଲେ।

ମଙ୍ଗଳବାର ଦିନ ବରିଷ୍ଠ କଂଗ୍ରେସ ନେତା ପି ଚିଦାମ୍ବରମ ଦାବି କରିଥିଲେ ଯେ ବିଜେପି ପ୍ରସ୍ତାବିତ ସମ୍ବିଧାନ (୧୩୧ତମ ସଂଶୋଧନ) ବିଲ୍ ପାଇଁ ଶରଦ ପାୱାରଙ୍କ ନେତୃତ୍ୱାଧୀନ ଏନସିପି ଏବଂ ଡିଏମକେର ସମର୍ଥନ ପାଇବାକୁ ଚେଷ୍ଟା କରୁଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।