Seva Sankalp campaign: ସେବା ସଂକଳ୍ପ ଅଭିଯାନରେ ମାଗଣା ହେଲମେଟ୍ ବଣ୍ଟନ କାର୍ଯ୍ୟକ୍ରମ

Oct 17, 2026 - 01:22
Seva Sankalp campaign: ସେବା ସଂକଳ୍ପ ଅଭିଯାନରେ ମାଗଣା ହେଲମେଟ୍ ବଣ୍ଟନ କାର୍ଯ୍ୟକ୍ରମ

"ବାରିପଦା (ବଟକୃଷ୍ଣ ବିହାରୀ): ସେବା ସଂକଳ୍ପ ଅଭିଯାନ ଅବସରରେ ମୟୂରଭଞ୍ଜ ଜିଲ୍ଲାର ଶୁଳିଆପଦା ବ୍ଲକ୍ ଅନ୍ତର୍ଗତ ବଡ଼ ଦେଉଳିଠାରେ ସଡ଼କ ସୁରକ୍ଷା ସମ୍ପର୍କରେ ଜନସଚେତନତା ସୃଷ୍ଟି ଏବଂ ଦୁଇଚକିଆ ଯାନ ଚାଳକଙ୍କୁ ହେଲମେଟ୍ ବ୍ୟବହାର ପାଇଁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ଏକ ମାଗଣା ହେଲମେଟ୍ ବଣ୍ଟନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

ଏଥିରେ ଓଡ଼ିଶା ସରକାରଙ୍କ ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ଓ ସାଧାରଣ ଉଦ୍ୟୋଗ ବିଭାଗ ମନ୍ତ୍ରୀ ଡ଼ଃ କୃଷ୍ଣଚନ୍ଦ୍ର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ସଡ଼କ ସୁରକ୍ଷାର ଗୁରୁତ୍ୱ ଉପରେ ନିଜର ବକ୍ତବ୍ୟ ରଖିଥିଲେ।Advertisment ମୁଖ୍ୟ ଅତିଥି ଡ଼ଃ ମହାପାତ୍ର ତାଙ୍କ ଅଭିଭାଷଣରେ, ସଡ଼କ ସୁରକ୍ଷା ପ୍ରତ୍ୟେକ ନାଗରିକଙ୍କ ଦାୟିତ୍ୱ।

ଦୁଇଚକିଆ ଯାନ ଚଳାଇବା ସମୟରେ ନିୟମିତ ହେଲମେଟ୍ ବ୍ୟବହାର ଏବଂ ଟ୍ରାଫିକ୍ ନିୟମ ପାଳନ ଦୁର୍ଘଟଣାଜନିତ ମୃତ୍ୟୁ ଓ ଗୁରୁତର ଆଘାତର ଆଶଙ୍କା କମାଇବାରେ ସହାୟକ ହୁଏ।

ସମସ୍ତେ ନିଜ ସୁରକ୍ଷା ସହ ଅନ୍ୟମାନଙ୍କ ସୁରକ୍ଷା ପ୍ରତି ମଧ୍ୟ ସଚେତନ ରହିବା ଆବଶ୍ୟକ” ବୋଲି ସେ ମତ ପ୍ରକାଶ କରିଛନ୍ତି।

କାର୍ଯ୍ୟକ୍ରମରେ ଜିଲ୍ଲାପାଳ ହେମକାନ୍ତ ସୟ୍, ଆରକ୍ଷୀ ଅଧୀକ୍ଷକ ବରୁଣ ଗୁଣ୍ଟୁପାଲ୍ଲୀ, ବାରିପଦା ଉପଜିଲ୍ଲାପାଳ କସ୍ତୁରୀ ପଣ୍ଡା, ଶୁଳିଆପଦା ବିଡ଼ିଓ ଲକ୍ଷ୍ମୀ ସାଗର ମାଝୀ ଏବଂ ତହସିଲଦାର ନାରାନ ହାଁସଦା ପ୍ରମୁଖ ଉପସ୍ଥିତ ଥିଲେ।

ଏହି ଅବସରରେ ଯାତାୟାତକାରୀଙ୍କୁ ମାଗଣାରେ ହେଲମେଟ୍ ବଣ୍ଟନ କରାଯାଇଥିଲା।

ହେଲମେଟ୍ ବ୍ୟବହାର ଏବଂ ଟ୍ରାଫିକ୍ ନିୟମ ପାଳନ ଦ୍ୱାରା ସଡ଼କ ଦୁର୍ଘଟଣାରେ ମୁଣ୍ଡରେ ଆଘାତ ଓ ମୃତ୍ୟୁର ଆଶଙ୍କା ହ୍ରାସ କରାଯାଇପାରିବ ବୋଲି ଏଥିରେ ସଚେତନ କରାଯାଇଥିଲା।

ଏଥିସହ ଟ୍ରାଫିକ୍ ନିୟମ ପାଳନ କରିବା ଓ ଦାୟିତ୍ୱପୂର୍ଣ୍ଣ ଭାବେ ଯାନ ଚାଳନା କରିବା ପାଇଁ ଆହ୍ୱାନ ଦିଆଯାଇଥିଲା।

ସମଗ୍ର କାର୍ଯ୍ୟକ୍ରମକୁ ଆଞ୍ଚଳିକ ପରିବହନ ଅଧିକାରୀ, ବାରିପଦା ପ୍ରଶାନ୍ତ କୁମାର ପରିଡ଼ା ପ୍ରତ୍ୟକ୍ଷ ଭାବେ ସଂଯୋଜନା କରିଥିଲେ।

କାର୍ଯ୍ୟକ୍ରମରେ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ, ବାରିପଦାର ସମସ୍ତ ଅଧିକାରୀ ଓ କର୍ମଚାରୀ ସକ୍ରିୟ ଅଂଶଗ୍ରହଣ କରି ସଫଳ ଆୟୋଜନରେ ସହଯୋଗ କରିଥିଲେ।

Supreme Court Recruitment : ସୁପ୍ରିମକୋର୍ଟରେ ଚାକିରି ସୁଯୋଗ"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)