Seva Sankalp Abhiyan: ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜନ୍ମଦିନରେ ‘ସେବା ସଂକଳ୍ପ ଅଭିଯାନ’
"ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଅବସରରେ "ସେବା ସଂକଳ୍ପ ଅଭିଯାନ"ରେ ଆଜି ରାଜଧାନୀର ବିଭିନ୍ନ ୍ରନୁଷ୍ଠାନ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
କିସ୍ ଓ କିଟ୍ ପକ୍ଷରୁ ଆଜି ସକାଳେ ଆୟୋଜିତ ରକ୍ତଦାନ ଶିବିରରେ ୩ହଜାର ପିଲା ସ୍ୱେଚ୍ଛାକୃତ ରକ୍ତଦାନ କରିଛନ୍ତି।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସେହି ରକ୍ତଦାନ ଶିବିରରେ ଯୋଗଦେଇ କିସ୍ ପିଲାଙ୍କ ସହ ଆଲୋଚନା କରିବା ସହ ସେମାନଙ୍କୁ ଉତ୍ସାହିତ କରିଥିଲେ।
ଏହା ପରେ କିସ୍ ପରିସରରେ କିସ୍ର ୪୦ ହଜାର ଛାତ୍ରଛାତ୍ରୀ କେକ୍ କାଟି ପ୍ରଧାନମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ।
ପରେ ଶ୍ରୀବାଣୀକ୍ଷେତ୍ର ଶ୍ରୀଜଗନ୍ନାଥ ମନ୍ଦିରରେ କିସ୍ର ଛାତ୍ରଛାତ୍ରୀମାନେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସୁସ୍ଥ, ନିରାମୟ ଓ ଦୀର୍ଘ ଜୀବନ କାମନା କରି ସମୂହ ଦୀପଦାନ କରିଥିଲେ।
ଏହା ସହ ଶ୍ରୀବାଣୀକ୍ଷେତ୍ର ବେଦ ସ୍କୁଲ୍ ବେଦାଧ୍ୟାୟୀଙ୍କ ଦ୍ୱାରା ବେଦପାଠ କରାଯାଇଥିଲା।
କାର୍ଯ୍ୟକ୍ରମରେ କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବା ସହ ପିଲାମାନଙ୍କୁ ମୋଦୀଙ୍କ ବିଷୟରେ କହିଥିଲେ।
ସେହିପରି ବାଲିଅନ୍ତା ଟଙ୍କପାଣି ବ୍ରିଜସ୍ଥିତ ମହାତ୍ମାଗାନ୍ଧୀଙ୍କ ସ୍ମାରକୀ ପୀଠ ନିକଟରେ ବିଜେପି ଭୁବନେଶ୍ୱର ଜିଲ୍ଲା ସାଂଗଠନିକ ସମ୍ପାଦିକା ଝିଲ୍ଲୀ ସାମନ୍ତରାୟଙ୍କ ତତ୍ତ୍ବାବଧାନରେ ୭୬ କିଲୋ ବୁନ୍ଦିଲଡ଼ୁ ବଣ୍ଟନ କରାଯାଇଛି।
ଏହି ଅବସରରେ ପୂର୍ବତନ ମନ୍ତ୍ରୀ ଡ.
ଅରବିନ୍ଦ ଢାଲି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।Advertisment Asian Games: ଏସିଆ କ୍ରୀଡ଼ା ମଧ୍ୟରାତ୍ରରେ ଅବ୍ୟବସ୍ଥା: ଜିମ୍ନାଷ୍ଟ ପ୍ରଣତି ଓ ପୁରୁଷ ପ୍ରଶିକ୍ଷକ ଅଶୋକଙ୍କୁ ଗୋଟିଏ ରୁମ୍ ଅନ୍ୟମାନଙ୍କ ମଧ୍ୟରେ ସନ୍ତୋଷ ସାହୁ, ବ୍ରହ୍ମାନନ୍ଦ ସ୍ୱାଇଁ, ଜଗନ୍ନାଥ ବେହେରା, ମିଟୁ ମହାରଣା, ଜଗବନ୍ଧୁ ମଲ୍ଲିକ, ବାସୁଦେବ ମଲ୍ଲିକ, ପବିତ୍ର ଭୋଇ, ସୁକାନ୍ତ ସେଠୀ, ଦୀନବନ୍ଧୁ ଭୋଇ, ସଂଜୀବ ସାମନ୍ତରାୟ, ସଞ୍ଜୟ ତ୍ରିପାଠୀ, ଦିଲୀପ ବେହେରା ଓ ଦେବାଶିଷ ଦାଶ ପ୍ରମୁଖ ଯୋଗଦେଇଥିଲେ।
ଏହା ସହିତ ସନ୍ଧ୍ୟାରେ ବିଭିନ୍ନ ଦେବାଦେବୀ ପୀଠରେ ସାମୂହିକ ଦୀପ ପ୍ରଜ୍ବଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
Life Imprisonment: ଗୁଣିଗାରେଡ଼ି ସନ୍ଦେହରେ ବାପ-ପୁଅଙ୍କୁ ହତ୍ୟା ମାମଲା , ୧୨ ଦୋଷୀଙ୍କୁ ଆଜୀବନ ସେହିପରି ଏକାମ୍ର କ୍ଷେତ୍ରର ବିଭିନ୍ନ ସ୍ଥାନରେ ପ୍ରଦୀପ ପ୍ରଜ୍ବଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।
ଲିଙ୍ଗରାଜ ମନ୍ଦିର, ମୁକ୍ତେଶ୍ୱର ମନ୍ଦିର, ରାଜାରାଣୀ ମନ୍ଦିର, ପର୍ଶୁରାମେଶ୍ୱର ମନ୍ଦିର, ଅନନ୍ତ ବାସୁଦେବ ମନ୍ଦିର, ବିନ୍ଦୁସାଗର କୁଳ, ବ୍ରହ୍ମେଶ୍ୱର ମନ୍ଦିର ଓ ବୋଇତାଳ ମନ୍ଦିର ସମେତ ବିଭିନ୍ନ ସ୍ଥାନରେ ଦୀପ ପ୍ରଜ୍ବଳନ କରାଯାଇଥିଲା।
କାର୍ଯ୍ୟକ୍ରମରେ ବିଜେପିର ପୂର୍ବତନ ସଭାପତି ସମୀର ମହାନ୍ତି, ବିଧାୟକ ବାବୁ ସିଂ, ଜିଲ୍ଲା ସଭାପତି ନିରଞ୍ଜନ ମିଶ୍ର, ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ଅରବିନ୍ଦ ଢାଲି, ଜଗନ୍ନାଥ ମହାପାତ୍ର, ରଶ୍ମି ମହାପାତ୍ର, ସଙ୍ଗୀତା ଦାସ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ।
ଏହି ସବୁ କାର୍ଯ୍ୟକ୍ରମଜୁ ସୁଭାଷିନୀ ପୁଷ୍ଟି, ମଦନମୋହନ ପ୍ରଧାନ, ତାପସ କୁମାର ଦଳେଇ, ହିମାଂଶୁ ଛୋଟରାୟ, ସୁରେନ୍ଦ୍ର ପ୍ରଧାନ, ନିର୍ମଳ ମୁଦୁଲି ଓ ଅରୁଣ ମହାପାତ୍ରଙ୍କ ସମେତ ବହୁ କର୍ମକର୍ତ୍ତା ପରିଚାଳନା କରିଥିଲେ।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
