Separate Road Accidents ପୃଥକ୍ ସଡ଼କ ଦୁର୍ଘଟଣାରେ ୨ ମୃତ, ୧୦ ଗୁରୁତର

Jul 24, 2026 - 22:37
Separate Road Accidents ପୃଥକ୍ ସଡ଼କ ଦୁର୍ଘଟଣାରେ ୨ ମୃତ, ୧୦ ଗୁରୁତର

"ବୈପାରିଗୁଡା (ଅମରେନ୍ଦ୍ର ପରିଚ୍ଛା):  କୋରାପୁଟ ଜିଲ୍ଲା ବୈପାରିଗୁଡା ଅଞ୍ଚଳରେ ପୃଥକ୍ ପୃଥକ୍ ୫ଟି ସଡ଼କ ଦୁର୍ଘଟଣାରେ ଦୁଇଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୧୦ ଜଣ ଗୁରୁତର ଆହତ ହୋଇଛନ୍ତି।

ଉଭୟ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।Advertisment Bike accident ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା: ଜଣେ ମୃତ, ୪ ଗୁରୁତର ସୂଚନା ଅନୁସାରେ, ବୈପାରିଗୁଡା ବ୍ଲକ୍‌ ଅନ୍ତର୍ଗତ କାଠପଡ଼ା ପଞ୍ଚାୟତର ସଦରମହକୁମା ଗ୍ରାମର ରାମ ସିଂ ପରଜା (୨୫) ବାହୁଡ଼ା ଯାତ୍ରା ଦେଖି ଘରକୁ ଫେରୁଥିବା ବେଳେ ଲକ୍ଷ୍ମୀପୁର ଛକ ନିକଟରେ ଏକ ଅଜଣା ଗାଡ଼ି ତାଙ୍କୁ ଧକ୍କା ଦେଇଥିଲା।

ଧକ୍କା ଏତେ ଜୋରଦାର ଥିଲା ଯେ ରାମ ସିଂଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା।

ଦୁର୍ଘଟଣା ପରେ ଗାଡ଼ିଟି ଫେରାର ହୋଇଯାଇଥିବା ଜଣାପଡ଼ିଛି।

Accident: ବିଲ ଭିତରକୁ ଓଲଟିଲା ବସ୍‌, ଭିତରେ ଥିଲେ ୫୦ ଯାତ୍ରୀ, ୧୫ ଆହତ ସେହିପରି ଅନ୍ୟ ଏକ ଦୁର୍ଘଟଣା ବାତ୍ରୀପୁଟ ଛକ ନିକଟରେ ଘଟିଛି।

କାଠପଡା ପଞ୍ଚାୟତର ମୂଷାପଦର ଗ୍ରାମର ମାଝୀ ଖିଲ (୪୮) ଜଣେ ସାଥୀଙ୍କ ସହ ବାଇକ୍ ଯୋଗେ ଘରକୁ ଫେରୁଥିବା ବେଳେ ଏକ ଅଜଣା ଗାଡ଼ି ସେମାନଙ୍କ ବାଇକ୍‌କୁ ଧକ୍କା ଦେଇଥିଲା।

ଏହି ଦୁର୍ଘଟଣାରେ ମାଝୀ ଖିଲଙ୍କର ମୃତ୍ୟୁ ଘଟିଥିବାବେଳେ ତାଙ୍କ ସହଯାତ୍ରୀ ଗୁରୁତର ଆହତ ହୋଇଛନ୍ତି।

ସେହିପରି ଅନ୍ୟ ୫ଟି ବାଇକ୍ ଦୁର୍ଘଟଣାରେ ଦଶ ଆହତଙ୍କୁ ପ୍ରାଥମିକ ଚିକିତ୍ସା ପରେ ଉନ୍ନତ ଚିକିତ୍ସା ପାଇଁ ଜୟପୁର ଜିଲ୍ଲା ହସପିଟାଲକୁ ସ୍ଥାନାନ୍ତର କରାଯାଇଛି।

ଖବର ପାଇ ବୈପାରିଗୁଡା ପୋଲିସ ଉଭୟ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।

ଦୁର୍ଘଟଣା ଘଟାଇଥିବା ଅଜଣା ଗାଡ଼ିଗୁଡ଼ିକର ସନ୍ଧାନ ଜାରି ରହିଛି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।