Semiconductor Project: ସିକସେମ୍‌ ସେମିକଣ୍ଡକ୍ଟର ପ୍ରକଳ୍ପକୁ ‘ଫାଲ୍‌ଟା’ ଏସ୍‌ଇଜେଡ୍‌ର ମଞ୍ଜୁରି

Sep 16, 2026 - 05:08
Semiconductor Project: ସିକସେମ୍‌ ସେମିକଣ୍ଡକ୍ଟର ପ୍ରକଳ୍ପକୁ ‘ଫାଲ୍‌ଟା’ ଏସ୍‌ଇଜେଡ୍‌ର ମଞ୍ଜୁରି

"ନୂଆଦିଲ୍ଲୀ/କୋଲକାତା: ସେମିକଣ୍ଡକ୍ଟର ଶିଳ୍ପ ସ୍ଥାପନ କ୍ଷେତ୍ରରେ ଓଡ଼ିଶା ଆଉ ପାଦେ ଆଗକୁ ବଢ଼ିଛି।

ଖୋରଧା ଜିଲ୍ଲା ଜଟଣୀ ତହସିଲ ଅନ୍ତର୍ଗତ ଅରିସଲ ମୌଜାରେ ଇଡକୋର ଇନ୍‌ଫୋଭାଲି-୨ରେ ସିକ୍‌ସେମ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ର ପ୍ରସ୍ତାବିତ ସେମିକଣ୍ଡକ୍ଟର ପ୍ରକଳ୍ପକୁ ଫାଲ୍‌ଟା ସ୍ବତନ୍ତ୍ର ଅର୍ଥନୈତିକ ଅଞ୍ଚଳ (ଏସ୍‌ଇଜେଡ୍‌) ସବୁଜ ସଙ୍କେତ ଦେଇଛି।

ଫାଲ୍‌ଟା ଏସ୍‌ଇଜେଡ୍‌ର ୟୁନିଟ୍‌ ଆପ୍ରୁଭାଲ କମିଟି (ୟୁଏସି) ଏହାର ୨୧୭ତମ ବୈଠକରେ ଉକ୍ତ ପ୍ରସ୍ତାବକୁ ମଞ୍ଜୁରି ଦେଇଛି।

୨୧.୮୮୯ ଏକର ପରିମିତ ଜମିରେ ହେବାକୁ ଥିବା ଏହି ପ୍ରକଳ୍ପରେ ସିଲିକନ୍‌ କାର୍ବାଇଡ୍‌ ସେମିକଣ୍ଡକ୍ଟର ଉପକରଣ ନିର୍ମାଣ ହେବ।

ଏଠାରେ ସିଲିକନ କାର୍ବାଇଡ ଡାୟୋଡ ଏବଂ ମସଫେଟ୍‌ସ ମଧ୍ୟ ଉତ୍ପାଦନ ହେବ।Advertisment Paddhati: କ୍ୟାରିୟର ବାଛିବାରେ ଆଉ ନୁହେଁ ଦ୍ୱନ୍ଦ୍ୱ, ଦିଗ ଦେଖାଇବ "ପଦ୍ଧତି" ପ୍ରକଳ୍ପରେ ୩୪୦୬.୨୫ କୋଟି ଟଙ୍କା ନିବେଶ ହେବାକୁ ଥିବାବେଳେ ପ୍ରାୟ ୧୨୭୦ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।

ବାର୍ଷିକ ୪.୮ ନିୟୁତ ସିଲିକନ୍‌ କାର୍ବାଇଡ୍‌ ଡାୟୋଡ ଏବଂ ୯୧.୨ ନିୟୁତ ସିଲିକନ୍‌ କାର୍ବାଇଡ୍‌ ମସ୍‌ଫେଟ୍‌ ଉତ୍ପାଦନ କ୍ଷମତା ଏହି କାରଖାନାର ରହିବ।

ଏହି କାରଖାନା ଓଡ଼ିଶା ଓ ଦେଶକୁ ଉଚ୍ଚମାନର ସେମିକଣ୍ଡକ୍ଟର କ୍ଷେତ୍ରରେ ସୁଦୃଢ଼ କରିବ।

ଉକ୍ତ ପ୍ରକଳ୍ପ ଦ୍ବାରା ଆସନ୍ତା ୫ ବର୍ଷ ମଧ୍ୟରେ ୭୦୪୩ କୋଟି ଟଙ୍କାର ରପ୍ତାନି ସୁଯୋଗ ସୃଷ୍ଟି ହେବ।

ସେହିଭଳି ୫ ବର୍ଷ ମଧ୍ୟରେ ଏହି ପ୍ରକଳ୍ପ ଦକ୍ବାରା ୪୫୨୩ କୋଯି ଟଙ୍କାର ନିଟ୍‌ ବିଦେଶୀ ମୁଦ୍ରା ଉପାର୍ଜନ ହେବ ବୋଲି କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।

AI: କେବଳ ଧନୀଙ୍କ ପାଇଁ ନୁହେଁ ଏଆଇ, ଭାରତରେ ସ୍ୱାସ୍ଥ୍ୟ ଓ କୃଷି କ୍ଷେତ୍ରରେ ବଡ଼ ପରିବର୍ତ୍ତନ ଆଣିବ: ବିଲ୍‌ ଗେଟ୍ସ"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)