Security Rules: ଇଟାଲୀରେ ହିଂସାତ୍ମକ ପ୍ରଦର୍ଶନ ପାଇଁ କଠୋର ଦଣ୍ଡ, ନାବାଳକଙ୍କ ଭୁଲ୍‌ ପାଇଁ ଅଭିଭାବକ ଦେବେ କ୍ଷତିପୂରଣ

Oct 21, 2026 - 19:42
Security Rules: ଇଟାଲୀରେ ହିଂସାତ୍ମକ ପ୍ରଦର୍ଶନ ପାଇଁ କଠୋର ଦଣ୍ଡ, ନାବାଳକଙ୍କ ଭୁଲ୍‌ ପାଇଁ ଅଭିଭାବକ ଦେବେ କ୍ଷତିପୂରଣ

"ମିଲାନ: ହିଂସାତ୍ମକ ପ୍ରଦର୍ଶନ, ଦୋକାନ ଲୁଟ୍‌ ଓ ସରକାରୀ ତଥା ବେସରକାରୀ ସମ୍ପତ୍ତି ନଷ୍ଟ କରିବା ଘଟଣା ଉପରେ ରୋକ୍‌ ଲଗାଇବାକୁ ଇଟାଲୀ ସରକାର କଠୋର ସୁରକ୍ଷା ନିୟମ ଲାଗୁ କରିଛନ୍ତି।

ନୂଆ ନିୟମ ଅନୁସାରେ, ହିଂସାତ୍ମକ ପ୍ରଦର୍ଶନରେ ଭାଗ ନେଇ ସାଧାରଣ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କଲେ ୫ ବର୍ଷ ପର୍ଯ୍ୟନ୍ତ ଜେଲ୍‌ ଓ ୨୦ ହଜାର ୟୁରୋ (ଭାରତୀୟ ମୁଦ୍ରାରେ ପ୍ରାୟ ୨୧ ଲକ୍ଷ ଟଙ୍କା) ପର୍ଯ୍ୟନ୍ତ ଜରିମାନା ହୋଇପାରିବ।

ନାବାଳକମାନେ ଭଙ୍ଗାରୁଜା କିମ୍ବା ଲୁଟ୍‌ପାଟ୍‌ କଲେ ସେମାନଙ୍କ ଅଭିଭାବକଙ୍କୁ କ୍ଷତିପୂରଣ ଦେବାକୁ ପଡ଼ିବ।Advertisment ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କ ସରକାର ମଙ୍ଗଳବାର ଏହି ନୂଆ ସୁରକ୍ଷା ଅଧ୍ୟାଦେଶକୁ ଅନୁମୋଦନ କରିଛନ୍ତି।

ଉତ୍ତର ଇଟାଲୀର ବିଭିନ୍ନ ସହର, ବିଶେଷକରି ମିଲାନରେ ଗତ ସପ୍ତାହାନ୍ତରେ ହୋଇଥିବା ହିଂସାକାଣ୍ଡ ପରେ ସରକାର ଏହି ପଦକ୍ଷେପ ନେଇଛନ୍ତି।

ମେଲୋନି କହିଛନ୍ତି ଯେ ଭଙ୍ଗାରୁଜା ଓ ଚୋରିକୁ ଆନ୍ଦୋଳନର ନାମ ଦିଆଯାଇପାରିବ ନାହିଁ।

ଏହା ଅପରାଧ ଏବଂ ଏହାର ଜବାବ ଦୃଢ଼ ଭାବେ ଦିଆଯିବ।

ଦଙ୍ଗା, ଲୁଟ୍‌ପାଟ୍‌ ଓ ପୋଡ଼ାଜଳା ଅକ୍ଟୋବର ୧୭ ଓ ୧୮ ତାରିଖରେ ମିଲାନରେ ହୋଇଥିବା ପ୍ରଦର୍ଶନ ସମୟରେ ଉତ୍ତ୍ୟକ୍ତ ଯୁବକମାନେ ଦୋକାନର କାଚ ଭାଙ୍ଗିବା, ସାମଗ୍ରୀ ଲୁଟିବା ଓ ଗାଡ଼ି ଆଦିରେ ନିଆଁ ଲଗାଇବା ଭଳି ଘଟଣା ଘଟାଇଥିଲେ।

ପୁଲିସ ସହ ମଧ୍ୟ ସେମାନଙ୍କ ସଂଘର୍ଷ ହୋଇଥିଲା।

ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ପୁଲିସ ଲୁହବୁହା ଗ୍ୟାସ୍‌ ପ୍ରୟୋଗ ଓ ପାଣିମାଡ଼ କରିଥିଲା।

ଦୁଇ ଦିନର ହିଂସାକାଣ୍ଡରେ ୧୦୦ରୁ ଅଧିକ ପୁଲିସ କର୍ମଚାରୀ ଆହତ ହୋଇଥିବା ଅଧିକାରୀମାନେ କହିଛନ୍ତି।

ପ୍ରାୟ ୫୦ ଜଣଙ୍କୁ ଗିରଫ କରାଯାଇଥିବାବେଳେ ସେମାନଙ୍କ ମଧ୍ୟରେ ୩୦ରୁ ଅଧିକ ନାବାଳକ ଥିବା ରିପୋର୍ଟରେ ଉଲ୍ଲେଖ ରହିଛି।

ନୂଆ ନିୟମରେ ୧୪ରୁ ୧୭ ବର୍ଷ ବୟସର ନାବାଳକଙ୍କୁ ନେଇ ଆଇନଗତ ବ୍ୟବସ୍ଥା କଠୋର କରାଯାଇଛି।

୧୪ ବର୍ଷରୁ ଅଧିକ ବୟସର ଜଣେ ନାବାଳକ ନିଜ କାର୍ଯ୍ୟର ପରିଣାମ ବୁଝିବାକୁ ସକ୍ଷମ ବୋଲି ଧରାଯିବ।

ଏହା ସହିତ ସନ୍ଦେହ ହେଉଥିବା ୧୪ରୁ ୧୭ ବର୍ଷର ଯୁବକଙ୍କୁ ଅପରାଧ ନ କରିଥିଲେ ମଧ୍ୟ ପୁଲିସ ଅଟକ ରଖିପାରିବ।

ଘଟଣା ପରେ ମେଲୋନି ସରକାରଙ୍କ କଡ଼ା ପଦକ୍ଷେପ ତେବେ ଏଥିପାଇଁ ସେମାନେ ବିପଦ ସୃଷ୍ଟି କରିପାରନ୍ତି ବୋଲି ପ୍ରମାଣ ରହିବା ଆବଶ୍ୟକ।

ନାବାଳକଙ୍କ ମାମଲାର ବିଚାର ପାଇଁ ଅଧିକ ବିଚାରପତି ନିଯୁକ୍ତି ଓ ଅଟକ କେନ୍ଦ୍ରର କ୍ଷମତା ବଢ଼ାଇବାକୁ ମଧ୍ୟ ସରକାର ଯୋଜନା କରିଛନ୍ତି।

ଏହି ଅଧ୍ୟାଦେଶ ତୁରନ୍ତ କାର୍ଯ୍ୟକାରୀ ହୋଇଥିଲେ ମଧ୍ୟ ୬୦ ଦିନ ମଧ୍ୟରେ ସଂସଦର ଅନୁମୋଦନ ଆବଶ୍ୟକ।

ଅନ୍ୟପକ୍ଷରେ ଇଟାଲୀରେ ବଢ଼ୁଥିବା ଜୀବନଯାପନ ଖର୍ଚ୍ଚ, ଘରଭଡ଼ା ଓ କମ୍‌ ଦରମାକୁ ନେଇ ଲୋକଙ୍କ ଅସନ୍ତୋଷ ମଧ୍ୟ ଜାରି ରହିଛି।

ଅକ୍ଟୋବର ୩୦ରେ ଦେଶବ୍ୟାପୀ ଧର୍ମଘଟ ପାଇଁ ମଧ୍ୟ ଆହ୍ୱାନ ଦିଆଯାଇଛି।

Bollywood Actors: ସଲମାନଙ୍କୁ ମାରିବା ଯୋଜନା ବିଫଳ ହେବା ପରେ ଟାଇଗରଙ୍କୁ ଟାର୍ଗେଟ୍‌, ୭ ଗିରଫ"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)