Sealed: ନିମ୍ନମାନର ଖାଦ୍ୟ ଓ ଅସ୍ବାସ୍ଥ୍ୟକର ପରିବେଶ: ୩ ହୋଟେଲ ସିଲ୍ କଲା ପ୍ରଶାସନ
"ଜଗତସିଂହପୁର: ନିମ୍ନମାନର ଖାଦ୍ୟ, ବାସୀ ଖାଦ୍ୟ ଓ ଅସ୍ବାସ୍ଥ୍ୟକର ପରିବେଶରେ ଖାଦ୍ୟ ତିଆରି ଅଭିଯୋଗରେ ଜଗତସିଂହପୁର ସହରର ୩ ହୋଟେଲ ଏବଂ ଜଳଖିଆ ଦୋକାନକୁ ସିଲ୍ କଲା ପ୍ରଶାସନ।
ସେଗୁଡିକ ହେଲା ଡାକବଙ୍ଗଳା ଛକରେ ଥିବା ବିଶ୍ବନାଥ କ୍ୟାଣ୍ଟିନ, ନାଳ ଅପରପାର୍ଶ୍ୱରେ ଥିବା ସ୍ବାଦ ଓ ଥାନା ଛକରେ ଥିବା ମହାଦେବ କ୍ୟାଣ୍ଟିନକୁ ସିଲ୍ କରାଯାଇଛି।
ଏଥି ସହିତ ବିଶ୍ବନାଥ କ୍ୟାଣ୍ଟିନକୁ ୫୦ ହଜାର ଟଙ୍କା, ମହାଦେବ କ୍ୟାଣ୍ଟିନକୁ ୨୬ ହଜାର ଟଙ୍କା ଜରିମାନା କରାଯାଇଛି।Advertisment ଜରିମାନା ଅର୍ଥ ପୌର ଦପ୍ତରରେ ଜମା କରିବାକୁ ନିର୍ଦ୍ଦେଶ ସେହିପରି ସ୍ବାଦ ହୋଟେଲକୁ ମଧ୍ଯ ଜରିମାନା କରା ଯାଇଥିବା ସୂଚନା ମିଳିଛି।
ଜରିମାନା ଅର୍ଥ ପୌର ଦପ୍ତରରେ ଜମା କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଜିଲ୍ଲାପାଳ ଜେ.
ସୋନାଲଙ୍କ ନେତୃତ୍ବରେ ଏସପି ଅଙ୍କିତ ବର୍ମା, ପୌର ଅଧିକାରୀ ଚଢଉରେ ସାମିଲ ଥିଲେ।
Crocodile: ଡଙ୍ଗା ଉପରକୁ ଚଢ଼ୁଥିବା ବେଳେ ବୃଦ୍ଧଙ୍କୁ ଟାଣିନେଲା କୁମ୍ଭୀର "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
