SCO Meeting: ଆତଙ୍କବାଦ ଉପରେ କୌଣସି ଦୋମୁହାଁ ମାନଦଣ୍ଡ ରହିବା ଉଚିତ୍ ନୁହେଁ: ରାଜନାଥ ସିଂହ

Oct 20, 2026 - 14:07
SCO Meeting: ଆତଙ୍କବାଦ ଉପରେ କୌଣସି ଦୋମୁହାଁ ମାନଦଣ୍ଡ ରହିବା ଉଚିତ୍ ନୁହେଁ: ରାଜନାଥ ସିଂହ

"ଦୁଶାନବେ:  ତାଜିକିସ୍ତାନର ରାଜଧାନୀ ଦୁଶାନବେରେ ସାଂଘାଇ ସହଯୋଗ ସଂଗଠନ (ଏସସିଓ)ରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆତଙ୍କବାଦ ଉପରେ ଭାରତର ଆଭିମୁଖ୍ୟକୁ ଦୋହରାଇଛନ୍ତି।

ରାଜନାଥ କହିଛନ୍ତି ଯେ, ଆତଙ୍କବାଦ ଉପରେ କୌଣସି ଦୋମୁହାଁ ମାନଦଣ୍ଡ ରହିବା ଉଚିତ୍ ନୁହେଁ।

ସାର୍ବଭୌମତ୍ୱକୁ ସମ୍ମାନ ଦେବା ସହିତ ଦେଶ ଦେଶ ମଧ୍ୟରେ ପାରସ୍ପରିକ ଯୋଗାଯୋଗ ଅତ୍ୟନ୍ତ ଜରୁରୀ।Advertisment ଆତଙ୍କବାଦକୁ କୌଣସି ପ୍ରକାରେ ଯଥାର୍ଥ କରାଯାଇପାରିବ ନାହିଁ।

ଆତଙ୍କବାଦୀଙ୍କୁ ଆର୍ଥିକ ସହାୟତା, ସମର୍ଥନ କିମ୍ବା ନିରାପଦ ଆଶ୍ରୟ ଦେଉଥିବା ଲୋକଙ୍କ ପାଇଁ କୌଣସି ସ୍ଥାନ ରହିବା ଉଚିତ୍ ନୁହେଁ।

ଦୃଢ଼ ପ୍ରୟାସ ପାଇଁ ଆହ୍ୱାନ ଆତଙ୍କବାଦର ସମଗ୍ର ପରିବେଶକୁ ଦୂର କରିବା ପାଇଁ ସାମୂହିକ ଏବଂ ଦୃଢ଼ ପ୍ରୟାସ ପାଇଁ ସେ ଆହ୍ୱାନ ଦେଇଛନ୍ତି।

ଆତଙ୍କବାଦ ଶାନ୍ତି ଏବଂ ବିକାଶ ପାଇଁ ଏକ ଗମ୍ଭୀର ବିପଦ ସୃଷ୍ଟି କରେ।

ଏହା ନିର୍ଦ୍ଦୋଷ ଲୋକଙ୍କୁ ହତ୍ୟା କରେ, ନିବେଶ ଏବଂ ବାଣିଜ୍ୟକୁ ବାଧା ଦିଏ ଏବଂ ଯୁବପିଢ଼ିଙ୍କୁ ସୁଯୋଗରୁ ବଞ୍ଚିତ କରେ ବୋଲି ରାଜନାଥ କହିଛନ୍ତି।

Dussehra Security: ଦିଲ୍ଲୀ ଉତ୍ସବ ମଇଦାନରେ ରାବଣ ପୋଡ଼ି: ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗସ୍ତ ପାଇଁ ତ୍ରିସ୍ତରୀୟ ସୁରକ୍ଷା ବଳୟ ରାଜନାଥ ସିଂହ ଆତଙ୍କବାଦ ଉପରେ ତାଙ୍କ ବକ୍ତବ୍ୟ ଦେବା ସମୟରେ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଏବଂ ଉପ-ପ୍ରଧାନମନ୍ତ୍ରୀ ଇସାକ ଦାର ମଧ୍ୟ ଉପସ୍ଥିତ ଥିଲେ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)