School: ବୋଡ଼େନ ସରକାରୀ ପ୍ରାଥମିକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପାଣି ଘେରରେ

Jul 29, 2026 - 15:09
School: ବୋଡ଼େନ ସରକାରୀ ପ୍ରାଥମିକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପାଣି ଘେରରେ

"ବୋଡ଼େନ /କରଙ୍ଗାମାଲ: ବୋଡ଼େନ ସଦର ମହକୁମାରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବର୍ତ୍ତମାନ ଲଗାଣ ବର୍ଷାରେ ଆଣ୍ଠୁଏରୁ ଅଧିକ ପାଣି ଭରି ରହିଛି।Advertisment ବ୍ଲକ ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ପ୍ରତ୍ୟେକ ଶ୍ରେଣୀ କୋଠରୀ ମଧ୍ୟରେ ପାଣି ପଶି ଅବସ୍ଥା ଶୋଚନୀୟ ହୋଇପଡିଛି।

ଆଜି ଜିଲ୍ଲାପାଳ ବର୍ଷା ଯୁଗୁ ଛୁଟି ଘୋଷଣା କରିଥିବାରୁ ପିଲାମାନେ ବଞ୍ଚିଗଲେ, ନହେଲେ ପିଲାମାନେ ସ୍କୁଲ ଆସି ଠିଆ ହୋଇ ରହିଥାନ୍ତେ।

ସ୍କୁଲ ପରିସର ରୋଡ଼ରୁ ତଳକୁ ରହିଥିବାରୁ ସ୍କୁଲ ପରିସରରୁ ପାଣି ବାହାରକୁ ନିଷ୍କାସନ ହୋଇପାରୁନି, ଫଳରେ ଏହି ଅବସ୍ଥା ହେଉଛି ।

ବୋଡ଼େନ ସଦରର ସମସ୍ତ ପୁଅଝିଅ ଏଠି ପାଠ ପଡ଼ିବାକୁ ଆସନ୍ତି, ଏଠାରେ ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ରହିଛି।

ଏହିପରି ଲଗାଣ ବର୍ଷା ଲାଗି ରହିଲେ ପିଲାମାନଙ୍କର କିପରି ଶିକ୍ଷାଦାନ ହୋଇପାରିବ।

ଏଥିପ୍ରତି ତୁରନ୍ତ ବ୍ଲକ ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।

Electricity Staff: ଆଦିବାସୀଙ୍କ ଉପରେ ବିଦ୍ୟୁତ୍ କର୍ମଚାରୀଙ୍କ ଜୁଲୁମ୍, କୁକୁଡ଼ା ଓ ଟଙ୍କା ନେବାର ଭିଡିଓ ଭାଇରାଲ୍ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।