School Vehicle: କାଡ଼ା କେନାଲ ଖାତକୁ ଓଲଟିଲା ସ୍କୁଲ ଗାଡ଼ି, ୫ ଛାତ୍ରଛାତ୍ରୀ ଅଳ୍ପକେ ବର୍ତ୍ତିଲେ

Aug 22, 2026 - 15:25
School Vehicle: କାଡ଼ା କେନାଲ ଖାତକୁ ଓଲଟିଲା ସ୍କୁଲ ଗାଡ଼ି, ୫ ଛାତ୍ରଛାତ୍ରୀ ଅଳ୍ପକେ ବର୍ତ୍ତିଲେ

"ବାଲିପାଟଣା: ବାଲିପାଟଣା ଥାନା ପମ୍ପାଲୋ ଚଣାହଟ୍ଟା ରାସ୍ତାରେ ଆଜି ଏକ ସ୍କୁଲ ଅଟୋ ଓଲଟି ପଡ଼ିଛି | ଗାଡ଼ିରେ ବସିଥିବା ୫ ଜଣ ଛାତ୍ର, ଛାତ୍ରୀ ଅଳ୍ପକେ ଉଦ୍ଧାର ପାଇଛନ୍ତି | ସୂଚନା ଅନୁସାରେ ବୁଧିପଡା ପୂରଣ ସ୍ଥିତ ଏକ ଘରୋଇ ସ୍କୁଲ ଛାତ୍ର, ଛାତ୍ରୀଙ୍କୁ ଛାଡିବା ପାଇଁ ଟାଟା ମ୍ୟାଜିକ ଅଟୋ ନଂ ଓଡି ୦୨ ଏଏନ ୩୯୫୨ ରେ ବାଲିପାଟଣା ଆସିଥିଲା |Advertisment ଅସାବଧାନତା ଯୋଗୁଁ ଦୁର୍ଘଟଣା ପମ୍ପାଲୋ ଚଣାହଟ୍ଟା ରାସ୍ତାର ବଳଭଦ୍ରପୁର ନିକଟରେ ବାମ ପଟ କାଡ଼ା କେନାଲ କୁ ହଠାତ ଓଲଟି ପଡ଼ିଥିଲା | ୫ ଜଣ ଛୋଟ ପିଲା ପାଣିରେ ପଡ଼ିଥିଲେ | ସେମାନଙ୍କ ଶରୀରରେ ସାମାନ୍ୟ ଆହତ ହୋଇଥିବା ଜଣା ପଡିଛି | ସ୍ଥାନୀୟ ଲୋକେ ସେମାନଙ୍କୁ ତୁରନ୍ତ ଉଦ୍ଧାର କରିଥିଲେ | ଛାତ୍ର, ଛାତ୍ରୀଙ୍କ ସ୍କୁଲ ବ୍ୟାଗ ପୋଷାକ, ଜୋତା ପାଣିରେ ବୁଡ଼ି ଯାଇଛି | ଡ୍ରାଇଭରଙ୍କ ଅସାବଧାନତା ଯୋଗୁଁ ଦୁର୍ଘଟଣା ହୋଇଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି | ଡ୍ରାଇଭର ଗାଡ଼ିଚଳାଉଥିବା ଅବସ୍ଥାରେ ଫୋନରେ ଗପି ଅନ୍ୟମନସ୍କ ହୋଇଥିବା ଛାତ୍ରଛାତ୍ରୀ କହିଛନ୍ତି | Flood: ବନ୍ୟା ପରିସ୍ଥିତିର ମୁକାବିଲା ନିମନ୍ତେ ସମ୍ପୂର୍ଣ୍ଣ ପ୍ରତିବଦ୍ଧ ରାଜ୍ୟ ସରକାର "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Master Data Analytics

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)