School: ରିଭଲକଣା ଆବାସିକ ବିଦ୍ୟାଳୟ ବରିଷ୍ଠ ଛାତ୍ର କନିଷ୍ଠଙ୍କୁ ଅତ୍ୟାଚାର ଘଟଣା: ବିଦ୍ୟାଳୟରେ ପ୍ରବଳ ଉତ୍ତେଜନା

Aug 05, 2026 - 13:44
School: ରିଭଲକଣା ଆବାସିକ ବିଦ୍ୟାଳୟ ବରିଷ୍ଠ ଛାତ୍ର କନିଷ୍ଠଙ୍କୁ ଅତ୍ୟାଚାର ଘଟଣା: ବିଦ୍ୟାଳୟରେ ପ୍ରବଳ ଉତ୍ତେଜନା

"ରାୟଗଡା: ଗତକାଲି କୋଲନରI ବ୍ଲକ ରିଭଲକଣା ବିଦ୍ୟାଳୟରୁ ବରିଷ୍ଠ ଛାତ୍ର କନିଷ୍ଠ ଛାତ୍ରଙ୍କୁ ପିଟିବା ଘଟଣାରେ ବିଦ୍ୟାଳୟରେ ଆଜି ପ୍ରବଳ ଉତ୍ତେଜନା ଦେଖିବାକୁ ମିଳିଛି I କନିଷ୍ଠ ଛାତ୍ରଙ୍କ ଅଭିଭାବକମାନେ ଆଜି ବିଦ୍ୟାଳୟରେ ପହଞ୍ଚି  ପ୍ରଧାନ ଶିକ୍ଷକଙ୍କ ବଦଳି ସହ ସମସ୍ତ ସମ୍ପୃକ୍ତ ଛାତ୍ରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି I ବିଦ୍ୟାଳୟରେ ଉତ୍ତେଜନା ଲାଗିଥିବାରୁ ଘଟଣାସ୍ଥଳରେ ଚାନ୍ଦିଲି ଥାନା ଆଇଆଇସି ଉତ୍ତମ କୁମାର ସାହୁ, ଡିଡବ୍ଲ୍ୟୁ ଓ ଅସୀମା ରାଓ ଓ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ରହି ଅଭିଭାବକଙ୍କୁ ବୁଝାସୁଝା କରୁଛନ୍ତି I ଗତକାଲି ପ୍ରଶାସନ ତରଫରୁ କାର୍ଯ୍ୟାନୁଷ୍ଠାନ ପରେ ଦଶମ ଶ୍ରେଣୀର ଛାତ୍ରମାନେ ବିଦ୍ୟାଳୟ ଛାଡି ନିକଟସ୍ଥ ପାହାଡ଼ ଉପରକୁ ଚାଲି ଯାଇଥିବା ସୂଚନା ମିଳିଛି I ଅପରପକ୍ଷରେ ଦଶମ ଛାତ୍ରମାନେ ତଳ ଶ୍ରେଣୀର ଛାତ୍ରମାନଙ୍କୁ ଅକଥନୀୟ ଅତ୍ୟାଚାର କରିବା ସହ ସେମାନଙ୍କ ଲୁଗାପଟା ସଫା କରେଇବା ସହ ଅନ୍ୟାନ୍ୟ କାର୍ଯ୍ୟରେ ନିୟୋଜିତ କରୁଥିବା ଅଭିଯୋଗ କରିଛନ୍ତି I ଆଜି ଘଟଣାସ୍ଥଳକୁ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଉପାଧ୍ୟକ୍ଷା ମଞ୍ଜୁଳା ମିଣିଆକା ଉକ୍ତ ବିଦ୍ୟାଳୟରେ ଆଲୋଚନା ପାଇଁ ଯାଇଥିବା ଜଣାପଡିଛି I  Advertisment ଆହୁରି ପଢନ୍ତୁ: Ethanol policy: ଗଡ଼କରୀଙ୍କ ବିରୋଧରେ ଥିବା ଆପତ୍ତିଜନକ ପୋଷ୍ଟ ହଟାଇବାକୁ ବମ୍ବେ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଏବଂ ପଛୁଆବର୍ଗ ବିକାଶ ଓ ଉନ୍ନୟନ ବିଭାଗ (ମଙ୍ଗଳ) ବିଭାଗ ଦ୍ୱାରା ପରିଚାଳିତ ଆବାସିକ ବିଦ୍ୟାଳୟରେ ଦିନକୁ ଦିନ ହିଂସାତ୍ମକ ଆଚରଣ ବୃଦ୍ଧି ପାଉଛି I ଗତକାଲି ରାୟଗଡା ଜିଲ୍ଲାରୁ ଆସିଥିବା ଛାତିଥରା ଦୃଶ୍ୟରେ ବରିଷ୍ଠ ଛାତ୍ରମାନେ କନିଷ୍ଠ ଛାତ୍ରମାନଙ୍କୁ ପିଟିବା ଭଳି ଭିଡିଓ ସାମ୍ନାକୁ ଆସିଥିଲା ।

କୌଣସି କାରଣକୁ ନେଇ ରାୟଗଡା ଜିଲ୍ଲା କୋଲନରା ବ୍ଲକ ରିଭଲକଣା ହାଇସ୍କୁଲର ଦଶମ ଶ୍ରେଣୀର ଛାତ୍ର ୯ମ ଶ୍ରେଣୀର ଛାତ୍ରଙ୍କୁ ନଡିଆ ବାହୁଙ୍ଗା ଓ ବାଡିରେ ଅତ୍ୟନ୍ତ ନିର୍ଦ୍ଦୟ ଭାବେ ପିଟୁଥିଲେI ଏହି ଘଟଣା ୨ଦିନ ତଳର ହୋଇଥିବା ବେଳେ ଗତକାଲି ସାମ୍ନାକୁ ଆସିଥିଲା ।

ବିଦ୍ୟାଳୟର ଜଣେ ଛାତ୍ର ନବମ ଶ୍ରେଣୀର ୨୦ରୁ ଉର୍ଦ୍ଧ୍ବ ହଷ୍ଟେଲ ଅନ୍ତେବାସୀଙ୍କୁ ନଡିଆ ବାହୁଙ୍ଗା ଓ ବାଡ଼ିରେ ନିର୍ଧୁମ୍ ମାଡ଼ ମାରୁଥିବାର ଏକ ଭିଡିଓ  ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଥିଲI ।

ସୂଚନା ଅନୁଯାୟୀ, ନବମ ଶ୍ରେଣୀର କିଛି ଛାତ୍ର ସମ୍ପୃକ୍ତ ଛାତ୍ର ଓ ଅନ୍ୟ ଛାତ୍ରଙ୍କ ବିରୋଧରେ ଶିକ୍ଷକଙ୍କ ନିକଟରେ ଅଭିଯୋଗ କରିଥିଲେ।

ପରେ ଶିକ୍ଷକ ସମ୍ପୃକ୍ତ ଛାତ୍ରଙ୍କୁ ତାଗିଦ୍ କରିଥିବା କୁହାଯାଉଛି।

ଏଥିରେ ଉତ୍‌କ୍ଷିପ୍ତ ହୋଇ ସେ ଓ ତାଙ୍କର କିଛି ସହପାଠୀ ମିଶି ଗତ ରବିବାର ରାତିରେ ନବମ ଶ୍ରେଣୀର ୨୦ରୁ ଉର୍ଦ୍ଧ୍ବ ହଷ୍ଟେଲ ଅନ୍ତେବାସୀଙ୍କୁ ଅମାନବୀୟ ଭାବେ ମାଡ଼ ମାରୁଥିବା ଦେଖିବାକୁ ମିଳିଥିଲା ।

ଏନେଇ ବିଦ୍ୟାଳୟର ହଷ୍ଟେଲ ଦାୟିତ୍ବରେ ରହିଥିବା ଡମ୍ବରୁଧର ତ୍ରିପାଠୀ ସୂଚନା ପ୍ରଦାନ କରି କହିଛନ୍ତି ଉକ୍ତ ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ତାଙ୍କୁ ବିଦ୍ୟାଳୟରୁ ବହିଷ୍କାର କରାଯିବା ସହ ଥାନାରେ ଏଫଆଇଆର ଦିଆଯାଇଛି ।

ଆହୁରି ପଢନ୍ତୁ: AI Brain Mapping: ଏଆଇ ଓ ବ୍ରେନ୍ ମ୍ୟାପିଂ: ଏବେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କହିବ ମସ୍ତିଷ୍କର ସଠିକ୍ ବୟସ ଘଟଣା ସଂପର୍କରେ ଖବର ପାଇ କୋଲନରା ବ୍ଲକ ମଙ୍ଗଳ ସଂପ୍ରସାରଣ ଅଧିକାରୀ ଦେବାଶିଷ ମୁଣ୍ଡ ବିଦ୍ୟାଳୟକୁ ଯାଇ ତଦନ୍ତ କରିଥିଲେ ।

ଆଜି ପୁଲିସ ଟିମ ତଦନ୍ତ ପାଇଁ ଯାଇଥିବା ବେଳେ ୭ ଜଣ ଛାତ୍ର ନିଖୋଜ ହୋଇ ଯାଇଥିଲେ I ସ୍ଥାନୀୟ ଲୋକ ଚାରି ଛାତ୍ରଙ୍କୁ ବୁଝାସୁଝା କରି ଫେରାଇ ଆଣିଥିବାବେଳେ ୩ ଛାତ୍ର ଏଵେ ବି ନିଖୋଜ ଅଛନ୍ତି I ଘଟଣାକୁ ନେଇ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି I ଏଭଳି ଘଟଣା ବାରମ୍ବାର ହେଉଥିବାରୁ ମଙ୍ଗଳ ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟକଳାପକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି I "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।