SCB: ଏସ୍ସିବିରେ ୪ ମହିଳାଙ୍କ ବିରଳ ଅସ୍ତ୍ରୋପଚାର: ମହିଳାଙ୍କ ଶରୀରରେ ପୁରୁଷ ଯୌନାଙ୍ଗ
କଟକ: ଏସ୍ସିବି ପ୍ଲାଷ୍ଟିକ୍ ସର୍ଜରି ବିଭାଗରେ ଚାରି ଜଣ ମହିଳାଙ୍କ ବିରଳ ଅସ୍ତ୍ରୋପଚାର କରାଯାଇଛି। ହରମୋନ୍ ଜନିତ ସମସ୍ୟା ପାଇଁ ଜନ୍ମରୁ ଏହି ମହିଳାଙ୍କ ଗୁପ୍ତାଙ୍ଗ ପୁରୁଷଙ୍କ ଭଳି ହୋଇଥିବାରୁ ଏହାକୁ ନେଇ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ପ୍ଲାଷ୍ଟିକ ସର୍ଜରି ବିଭାଗରେ ସଫଳ ଅସ୍ତ୍ରୋପଚାର ଫଳରେ ସେମାନେ ଏବେ ସ୍ବାଭାବିକ ଭାବେ ଜୀବନ ବିତାଇପାରିବେ ବୋଲି କୁହାଯାଇଛି। ପ୍ରତି ୫ରୁ ୧୦ ହଜାର ଶିଶୁଙ୍କ ମଧ୍ୟରୁ ଜଣେ ଏହି ରୋଗରେ ପୀଡ଼ିତ ହୋଇଥାନ୍ତି। ଏହାକୁ ଡାକ୍ତରୀ ଭାଷାରେ ‘ଜନ୍ମଗତ ଆଡ୍ରେନାଲ୍ ହାଇପରପ୍ଲେସିଆ’ କୁହାଯାଏ। ଏହାଦ୍ବାରା ଗର୍ଭାଶୟ ଓ ଓଭାରି(ଅଣ୍ଡାଶୟ) ବିକାଶରେ ମଧ୍ୟ ସମସ୍ୟା ହୋଇଥାଏ। ଫଳରେ ଏହି ରୋଗରେ ଆକ୍ରାନ୍ତ ମହିଳା ଗର୍ଭବତୀ ହେବାରେ ସମସ୍ୟା ହୋଇଥାଏ।
Cricket: କାଉଣ୍ଟି ଖେଳିବେ କୁଳଦୀପ ଯାଦବ
ଓଡ଼ିଶାର ତିନି ଜଣ ଓ ଝାଡ଼ଖଣ୍ଡର ଜଣେ ମହିଳା ଏଭଳି ବିରଳ ରୋଗରେ ଆକ୍ରାନ୍ତ ହୋଇ ଏସ୍ସିବିରେ ପହଞ୍ଚିଲେ। ଜନ୍ମରୁ ସେମାନଙ୍କ ହରମୋନ୍ ଜନିତ ସମସ୍ୟା ଯୋଗୁ ସେମାନଙ୍କ ଗୁପ୍ତାଙ୍ଗ ପୁରୁଷଙ୍ଗ ଭଳି ହୋଇଥିଲା। ଏହି ଯୌନାଙ୍ଗ ପାଖାପାଖି ୮ରୁ ୧୦ ସେଣ୍ଟିମିଟର ଲମ୍ବର ହୋଇଥିଲା। ଏଭଳି ସମସ୍ୟା ଯୋଗୁ ଏହି ମହିଳାଙ୍କ ପରିସ୍ରା ଦ୍ବାର ଏବଂ ଗର୍ଭାଶୟ ବିକାଶରେ ମଧ୍ୟ ସମସ୍ୟା ହୋଇଥିଲା। ଏହି ରୋଗ ଯୋଗୁ ମହିଳାଙ୍କ ସ୍ବର ପୁରୁଷଙ୍କ ଭଳି ଶୁଭୁଥିଲା। ମୁହଁରେ ଦାଢ଼ି ବି ଉଠିଯାଇଥିଲା। ଫଳରେ ସେମାନେ ମାନସିକ ଚାପରେ ରହୁଥିଲେ। ଏମାନେ ପ୍ରଥମେ ଏସ୍ସିବି ଏଣ୍ଡ୍ରୋକ୍ରିନୋଲଜି ଏବଂ ପ୍ରସୂତି ଓ ସ୍ତ୍ରୀରୋଗ ବିଭାଗରେ ଡାକ୍ତରଙ୍କୁ ଦେଖାଇବା ପରେ ଶେଷରେ ପ୍ଲାଷ୍ଟିକ୍ ସର୍ଜରି ବିଭାଗରେ ଭର୍ତ୍ତି ହୋଇଥିଲେ। ପ୍ଲାଷ୍ଟିକ୍ ସର୍ଜରି ବିଭାଗରେ ବିଭାଗୀୟ ମୁଖ୍ୟ ପ୍ରଫେସର ଡାକ୍ତର ବିଶ୍ବଜିତ ମିଶ୍ରଙ୍କ ନେତୃତ୍ବରେ ଏକ ଡାକ୍ତରୀ ଟିମ୍ ଗଠନ କରାଯାଇ ଏହି ଚାରି ମହିଳାଙ୍କ ସଫଳତାର ସହିତ ଅସ୍ତ୍ରୋପଚାର କରାଯାଇଥିଲା। ପ୍ଲାଷ୍ଟିକ ସର୍ଜରି ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଷ୍ଟେରଏଡ୍ ତିଆରି ହେଉଥିବା ଏନ୍ଜାଇମ୍ ଅଭାବରୁ ଶରୀରରେ ଅନେକ ପରିବର୍ତ୍ତନ ଆସିଥାଏ। ଜେନେଟିକ୍ ମ୍ୟୁଟେସନ୍ ଯୋଗୁ ଏହି ରୋଗ ହୋଇଥାଏ। ଏଥିଯୋଗୁ ଜନ୍ମ ପରେ କିମ୍ବା ଶିଶୁର ବିକାଶ ପରେ କୌଣସି ସମୟରେ ଏହାର ପ୍ରଭାର ଶରୀରରେ ଦେଖାଯାଏ। ଏହା ଏକ ଜନ୍ମଗତ ରୋଗ ହୋଇଥିବାରୁ ଆଡ୍ରେନାଲ୍ ଗ୍ରନ୍ଥି ଠିକ୍ ଭାବେ ହରମୋନ୍ ତିଆରି କରିପାରେ ନାହିଁ। ଶରୀରରେ ପୁରୁଷ ହରମୋନ ବୃଦ୍ଧି ପାଏ।
Protest: ସିଜେପି ଆନ୍ଦୋଳନକାରୀଙ୍କ ବିରୋଧରେ କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ହେବନି
ପ୍ରଫେସର ଡାକ୍ତର ବିଶ୍ବଜିତ ମିଶ୍ର କହିଛନ୍ତି ଯେ, ପ୍ଲାଷ୍ଟିକ ସର୍ଜରି କେବଳ ବର୍ଣ୍ଣ ଓ ଟ୍ରମା ମଧ୍ୟରେ ସୀମିତ ହୋଇନାହିଁ। ଶରୀରର ଯେକୌଣସି ଅଙ୍ଗର ପରିବର୍ତ୍ତନ ଆବଶ୍ୟକ ହେଉଥିଲେ ପ୍ଲାଷ୍ଟିକ ସର୍ଜରି ମାଧ୍ୟମରେ ଠିକ୍ କରାଯାଇପାରିବ। ଜନ୍ମରୁ ପୁରୁଷଙ୍କ ଭଳି ଗୁପ୍ତାଙ୍ଗ ଯୋଗୁ ସେମାନେ ସ୍କୁଲ ଯିବା ସମୟରେ ସମସ୍ୟାର ସାମନା କରିଥାନ୍ତି। ଅନେକ କ୍ଷେତ୍ରରେ ଲଜ୍ଜାବୋଧ ଯୋଗୁ ଡାକ୍ତରଙ୍କ ପରାମର୍ଶ ନେବାରେ ସମସ୍ୟା ହୋଇଥାଏ। ଏବେ ଏସ୍ସିବି ପ୍ଲାଷ୍ଟିକ ସର୍ଜରି ବିଭାଗରେ ସମ୍ପୂର୍ଣ୍ଣ ମାଗଣାରେ ଅସ୍ତ୍ରୋପଚାର ସଫଳତାର ସହିତ କରାଯାଇପାରୁଥିବା ପ୍ରଫେସର ଡାକ୍ତର ମିଶ୍ର କହିଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।