SBI ଉପରେ ସାଇବର ଆଟାକ୍: ୩୮୯୭ ଗ୍ରାହକଙ୍କ ଡ଼ାଟା ଲିକ୍
ନନ୍ଦିଘୋଷ ବ୍ୟୁରୋ: ବ୍ୟାଙ୍କ ଉପରେ ସାଇବର ଆଟାକ୍ । ଭାରତୀୟ ଷ୍ଟେଟ ବ୍ୟାଙ୍କ ବା ଏସବିଆଇରେ ଏକ ବଡ଼ ଧରଣର ଡ଼ାଟା ଲିକ୍ ଖବର ସାମ୍ନାକୁ ଆସିଛି । ଫଳରେ ୩,୮୯୭ ଗ୍ରାହକଙ୍କ ଡ଼ାଟା ଡ଼ାର୍କ ୱେବରେ ଲିକ୍ ହୋଇଥିବା ଜଣାପଡ଼ିଛି । ସାଇବର ଠକ ଗ୍ରାହକଙ୍କ ବ୍ୟକ୍ତିଗତ ଚିହ୍ନଟ ତଥ୍ୟ ବା ପିଆଇଏଫକୁ ଚୋରି କରି ଡ଼ାର୍କ ୱେବରେ ଅପଲୋଡ଼ କରିଥିବା ନେଇ ଏସବିଆଇ ପକ୍ଷରୁ ସୂଚନା ମିଳିଛି । କିନ୍ତୁ ଏହି ଘଟଣା ବ୍ୟାଙ୍କର ଅପରେସନ, ଆର୍ଥିକ ପ୍ରଦର୍ଶନ କିମ୍ବା ବ୍ୟବସାୟକୁ ଆଦୌ ପ୍ରଭାବିତ କରିପାରି ନଥିବା ଏସ୍ବିଆଇ ସଫେଇ ଦେଇଛି।
ଏନେଇ ବ୍ୟାଙ୍କ ପକ୍ଷରୁ କୁହାଯାଇଛି, ସାଇବର ଇନସିଡ଼େଣ୍ଟ ରେସପନ୍ସ ଓ କଣ୍ଟେନମେଣ୍ଟ ପ୍ରୋଟୋକଲକୁ ସକ୍ରିୟ କରାଯାଇଛି । ଏହା ସହ ସିଇଆରଟି-ଇନ୍ ଦ୍ବାରା ସ୍ବୀକୃତିପ୍ରାପ୍ତ ଏକ ସ୍ବାଧୀନ ସାଇବର ସୁରକ୍ଷା ଏଜେନ୍ସି ଅଭିଯୋଗ ହୋଇଥିବା ତଥ୍ୟ ଉଲ୍ଲଂଘନ କେଉଁ ପ୍ରକାରର ଓ ଏହାର ପରିସର ନିର୍ଣ୍ଣୟ କରିବା ପାଇଁ ନିୟୋଜିତ ହୋଇଛି। ଏନେଇ ତଦନ୍ତ ଚାଲିଛି । ପରିସ୍ଥିତି ଉପରେ କଡ଼ା ନଜର ରଖାଯାଇଛି ଓ ନିୟମ ଅନୁଯାୟୀ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ବ୍ୟାଙ୍କ କହିଛି । ଗ୍ରାହକଙ୍କ ଡାଟା ଲିକ୍ ଖବର ଗ୍ରାହକଙ୍କ ମଧ୍ୟରେ ଚିନ୍ତା ସୃଷ୍ଟି କରୁଛି। ଏହି ଘଟଣା ଦ୍ବାରା ବ୍ୟାଙ୍କ କାର୍ଯ୍ୟ ବାଧ୍ୟାପ୍ରାପ୍ତ ହେବ ନାହିଁ ବୋଲି ବ୍ୟାଙ୍କ ପକ୍ଷରୁ କୁହାଯାଇଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
