Saudi Arabia: ୟେମେନ ନିକଟରେ ସାଉଦି ଆରବ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ୨ ଅଧିକାରୀ ମୃତ
"ରିୟାଦ: ସାଉଦି ଆରବର ଦକ୍ଷିଣ-ପଶ୍ଚିମ ନଜରାନ ଅଞ୍ଚଳରେ ଏକ ସାଉଦି ନ୍ୟାସନାଲ ଗାର୍ଡ ଗୁଇନ୍ଦା ସାମରିକ ହେଲିକପ୍ଟର ଏଏଚ-୬ଆଇ ଦୁର୍ଘଟଣାଗ୍ରସ୍ତ ହୋଇଛି।
ଏଥିରେ ଥିବା ଉଭୟ ଅଧିକାରୀଙ୍କର ମୃତ୍ୟୁ ଘଟିଛି।
ସାଉଦି ନେତୃତ୍ୱାଧୀନ ମିଳିତ ଦଳର ମୁଖପାତ୍ର ମେଜର ଜେନେରାଲ ତୁର୍କି ଅଲ-ମାଲିକୀ ଘଟଣାର ସତ୍ୟତା ପ୍ରମାଣିତ କରି କହିଛନ୍ତି ଯେ, ଏକ ଯାନ୍ତ୍ରିକ ତ୍ରୁଟି ହେଲିକପ୍ଟର ଦୁର୍ଘଟଣାର କାରଣ।Advertisment ଯାନ୍ତ୍ରିକ ତ୍ରୁଟି ନା ହୁତିଙ୍କ ଗୁଳି ମାଡ଼!
ୟେମେନ ସୀମା ନିକଟରେ ସାଉଦି ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି।
ଏଥିରେ ହୁତି ବିଦ୍ରୋହୀଙ୍କ ସମ୍ପୃକ୍ତି ଥିବା ନେଇ ପ୍ରଶ୍ନ ଉଠିଛି।
କାରଣ ଏହି ଅଞ୍ଚଳକୁ ହୁତି ବିଦ୍ରୋହୀ ବାରମ୍ବାର ଟାର୍ଗେଟ କରିଥାନ୍ତି।
୫ ୟୁରୋପୀୟ ଦେଶରେ ସ୍ଥିତି ଅଣାୟତ୍ତ"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
