Sasi Tharoor: ପ୍ରଧାନମନ୍ତ୍ରୀଙ୍କୁ ଜନ୍ମଦିନ ଶୁଭେଚ୍ଛା ବାର୍ତ୍ତାରେ ଥରୁର୍‌ଙ୍କ ବ୍ୟାକରଣ ତ୍ରୁଟି

Sep 18, 2026 - 22:10
Sasi Tharoor: ପ୍ରଧାନମନ୍ତ୍ରୀଙ୍କୁ ଜନ୍ମଦିନ ଶୁଭେଚ୍ଛା ବାର୍ତ୍ତାରେ ଥରୁର୍‌ଙ୍କ ବ୍ୟାକରଣ ତ୍ରୁଟି

"ନୂଆଦିଲ୍ଲୀ: ଇଂରାଜୀ ଭାଷା ଉପରେ ଭଲ ଦଖଲ ଥିବା ବରିଷ୍ଠ କଂଗ୍ରେସ ସାଂସଦ ଶଶୀ ଥରୁର ଗତକାଲି ପ୍ରଧାନମନ୍ତ୍ରୀ ନ‌ରେନ୍ଦ୍ର ମୋଦୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ।

ମୋଦୀଙ୍କ ପାଇଁ ଥରୁର୍‌ ସୋସିଆଲ ମିଡିଆରେ ପୋଷ୍ଟ୍‌ କରିଥିବା ଶୁଭେଚ୍ଛା ବାର୍ତ୍ତାରେ ସାମାନ୍ୟ ବ୍ୟାକରଣଗତ ତ୍ରୁଟି ରହିଯାଇଥିଲା।

ଥରୁର ତାଙ୍କ ବାର୍ତ୍ତାରେ "ଅନ୍‌ ହିଜ୍‌" ବଦଳରେ "ଇନ୍‌ ହିଜ୍‌" ଲେଖି ଦେଇଥିଲେ।

ଥରୁରଙ୍କ ବାର୍ତ୍ତା ଥିଲା "ୱାର୍ମ ଗ୍ରିଟିଙ୍ଗ୍‌ସ ଟୁ ପ୍ରାଇମ୍‌ ମିନିଷ୍ଟର୍‌ ନରେନ୍ଦ୍ର ମୋଦୀ ଇନ୍‌ ହିଜ୍‌ ସେଭେନ୍‌ଟିସିକ୍ସଥ୍‌ ବାର୍ଥଡେ"।Advertisment ଆହୁରି ପଢନ୍ତୁ: America: ପୁଅ ସହ ଯୌନ ସମ୍ପର୍କ ରଖିଥିବା ସ୍ବୀକାର କଲେ ଆମେରିକୀୟ ମହିଳା: ଘରୋଇ ବିବାଦରୁ ସାମ୍ନାକୁ ଆସିଲା ଘଟଣା ତେବେ ଥରୁର୍‌ଙ୍କର ଏହି ତ୍ରୁଟିକୁ ସୋସିଆଲ ମିଡିଆ ୟୁଜର୍‌ମାନେ ଧରି ଦେଇଥିଲେ।

ଜଣେ ୟୁଜର୍ ଥରୁର୍‌ଙ୍କ ଏହି ତ୍ରୁଟିକୁ ହାଇଲାଇଟ୍‌ କରି ଲେଖିଥିଲେ, "ଥରୁର୍‌ ବି ଭୁଲ୍‌ କରିପାରନ୍ତି।

ସେ ଲେଖିଥିଲେ, ଶଶୀଜୀ ଏକ ବ୍ୟାକରଣଗତ ତ୍ରୁଟି କରିଛନ୍ତି।

ଥରୁର ମଧ୍ୟ ଏହି ତ୍ରୁଟିକୁ ସ୍ବୀକାର କରିବା ସହ ଜବାବ ‌ଦେଇ କହିଛନ୍ତି ଯେ ହଁ ଅନ୍‌ ହିଜ୍‌ ବାର୍ଥଡେ୍‌ରେ ଅନ୍ ବଦଳରେ ଇନ୍‌ ହୋଇଯାଇଛି।

ଅନ୍ୟ କିଛି ୟୁଜର୍‌ ମଧ୍ୟ ଥରୁର୍‌ଙ୍କ ଏହି ତ୍ରୁଟିକୁ ନେଇ ପୋଷ୍ଟ୍‌ କରିଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)