18 SEPTEMBER 2026

Welcome!

Unlock your personalized experience.
Sign Up

Sara's Hobbies: ସାରାଙ୍କ ସଉକ

Sep 18, 2026 - 07:27
Sara's Hobbies: ସାରାଙ୍କ ସଉକ

ବଲିଉଡ୍‌ ଅଭିନେତ୍ରୀ ସାରା ଅଲି ଖାନ୍‌ ଖ୍‌ୁବ୍‌ ଭ୍ରମଣପ୍ରିୟ। ସେ ତାଙ୍କ ମାଆ ଅମୃତା ସିଂହଙ୍କୁ ବହୁବାର ନିଜର ପ୍ରିୟ ଭ୍ରମଣ ସାଥୀ ବୋଲି ବିଭିନ୍ନ ସ୍ଥାନରେ କହିଛନ୍ତି। ନିକଟରେ କାର୍ଯ୍ୟବ୍ୟସ୍ତତା ସତ୍ତ୍ବେ ସାରା ସମୟ ବାହାର କରି ମାଆ ଅମୃତାଙ୍କ ସହ ପାହାଡ଼ରେ ଛୁଟି କାଟୁଥିବାର ନଜର ଆସିଛନ୍ତି। ସୁଇଜରଲ୍ୟାଣ୍ଡର ସ୍ୱିସ୍‌ ଆଲ୍‌ପସ୍‌ରେ ସାରା ଓ ଅମୃତାଙ୍କର ଅନେକଗୁଡ଼ିଏ ଫଟୋ ସୋସିଆଲ୍‌ ମିଡିଆରେ ଦେଖିବାକୁ ମିଳିଛି। ସେଠାରେ ଥିବା ହ୍ରଦ, ହିମବାହ ଓ ପାର୍ବତ୍ୟ ଉପତ୍ୟକାର ମନୋରମ ଦୃଶ୍ୟକୁ ମାଆଙ୍କ ସହ ଉପଭୋଗ କରୁଛନ୍ତି ସାରା।

AFC Champions League 2: ଏଏଫ୍‌ସି ଚାମ୍ପିଅନ୍ସ ଲିଗ୍‌-୨: ଇଷ୍ଟ ବେଙ୍ଗଲକୁ ଐତିହାସିକ ପଏଣ୍ଟ୍‌

ସାରା ସେୟାର୍‌ କରିଥିବା ପୋଷ୍ଟର ସବୁଠାରୁ ଆକର୍ଷଣୀୟ ଦିଗଟି ହେଉଛି ସେ ଲେଖିଥିବା କ୍ୟାପ୍‌ସନ୍‌। ଇନ୍‌ଷ୍ଟାଗ୍ରାମ୍‌ରେ ମାଆଙ୍କ ସହ ଛୁଟି ବିତାଉଥିବାର ଫଟୋ ପୋଷ୍ଟ୍‌ କରି ‘‘ପିସ୍‌ ଆଣ୍ଡ୍‌ ପାହାଡ଼ = ମମି ଆଣ୍ଡ୍‌ ମାଉ‌େଣ୍ଟନ୍‌’’ ବୋଲି ଲେଖିଛନ୍ତି, ଯାହାର ଅର୍ଥ, “ଶାନ୍ତି ଓ ପାହାଡ଼ = ମା’ ଓ ପର୍ବତ”। ତେବେ, ଏହା ମାଆଝିଅଙ୍କର ପ୍ରଥମ ସୁଇଜର୍‌ଲାଣ୍ଡ୍‌ ଗସ୍ତ ନୁହେଁ। ୟା ପୂର୍ବରୁ ସେମାନଙ୍କୁ ଇଣ୍ଟରଲାକେନ୍‌ ଓ ଗଷ୍ଟାଡ୍‌ରେ ବୁଲିବାର ଦେଖିବାକୁ ମିଳିଥିଲା। ଅନେକ ସମୟରେ ସାରାଙ୍କ ଭାଇ ଇବ୍ରାହିମ ଅଲି ଖାନ୍‌ ମଧ୍ୟ ସେମାନଙ୍କ ସହ ଭ୍ରମଣରେ ସାମିଲ ହୋଇଥାନ୍ତି। 

WSC: ଦକ୍ଷତା ବିକାଶର ମଡେଲ ଭାବେ ‘ବିଶ୍ୱ ଦକ୍ଷତା କେନ୍ଦ୍ର’କୁ ନୀତି ଆୟୋଗର ପ୍ରଶଂସା

ମା’ଙ୍କ ସହ ଛୁଟିର ଏହି ସୁନ୍ଦର ମୁହୂର୍ତ୍ତଗୁଡ଼ିକୁ ସାରା ସୋସିଆଲ୍‌ ମିଡିଆରେ ବାଣ୍ଟିବା ପରେ ତାଙ୍କ ପ୍ରଶଂସକମାନେ ମଧ୍ୟ ଏହାକୁ ପସନ୍ଦ କରୁଛନ୍ତି। କାର୍ଯ୍ୟ ଦୃଷ୍ଟି‌ରୁ ଦେଖିଲେ ସାରାଙ୍କ ଆଗାମୀ ଫିଲ୍ମ ‘ଉଡ଼ତା ତୀର’ ଅକ୍‌ଟୋବର ୯ରେ ମୁକ୍ତିଲାଭ କରିବ ବୋଲି ସୂଚନା ରହିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)