San Francisco: ପୁଣି ସାନଫ୍ରାନସିସ୍କୋରେ ଅ-ତିଥି ରଥଯାତ୍ରା: ଶ୍ରୀଲ ପ୍ରଭୁପାଦଙ୍କ ଧାରାକୁ ମାନିଲେ ନାହିଁ
"ପୁରୀ: ପୁଣି ବିଦେଶରେ ପାଳିତ ହୋଇଛି ଅ-ତିଥି ରଥଯାତ୍ରା।
ଆମେରିକାର ସାନଫ୍ରାନସିସ୍କୋରେ ଗତ ୨୩ ତାରିଖରେ ଅଦିନିଆ ରଥଯାତ୍ରା ପାଳନ କରାଯାଇଛି।
ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଶ୍ରୀଲ ପ୍ରଭୁପାଦ ନିଜେ ୬୦ ବର୍ଷ ତଳେ ଏହି ସାନଫ୍ରାନସିସ୍କୋ ସହରରେ ମୂଳପୀଠକୁ ଅନୁସରଣ ପୂର୍ବକ ନିର୍ଦ୍ଦିଷ୍ଟ ତିଥିରେ ରଥଯାତ୍ରା ଆରମ୍ଭ କରିଥିଲେ।
ମାତ୍ର ତାଙ୍କ ଅନୁଗାମୀମାନେ ଭକ୍ତି, ଶାସ୍ତ୍ର ଅପେକ୍ଷା ନିଜ ସୁବିଧା ଓ ମନମାନିକୁ ଗୁରୁତ୍ବ ଦେଇ ଅ-ତିଥିରେ ରଥଯାତ୍ରା ଆୟୋଜନ କରିଛନ୍ତି।
Advertisment Bank account: ପିଏମ୍ ଜନଧନ ଯୋଜନାରେ ଆକାଉଣ୍ଟ ସଂଖ୍ୟା ୫୯ କୋଟି ଟପିଲା ଖାଲି ସାନଫ୍ରାନସିସ୍କୋ ନୁହେଁ, ଅଗଷ୍ଟ ୨୨ ତାରିଖରେ କାନାଡ଼ାର ବର୍ଲିଂଟନ ସହର, ୟୁରୋପର ଦୁଇଟି ସହର, ଜର୍ମାନୀର ଲେପଜିଗ ସହର, ନରୱେର ଓସ୍ଲୋ ସହର ସମେତ ଅନ୍ୟ ୪ଟି ସ୍ଥାନରେ ଅ-ତିଥିରେ ରଥଯାତ୍ରା ପାଳନ କରାଯାଇଛି।
ଅଦିନିଆ ରଥଯାତ୍ରା ସମଗ୍ର ବିଶ୍ବରେ ଜଗନ୍ନାଥପ୍ରେମୀଙ୍କ ଭାବାବେଗକୁ ଆଘାତ ଦେଇଛି।
ଏହି ଅ-ତିଥି ରଥଯାତ୍ରାକୁ ବିରୋଧ କରି ଶତାଧିକ ଓଡ଼ିଆଙ୍କ ସ୍ବାକ୍ଷର ସମ୍ବଳିତ ଦାବିପତ୍ର ଗତ ଜୁଲାଇ ୨୦ ତାରିଖରେ ଇସ୍କନକୁ ଦିଆଯାଇଥିଲା।
କାଲିଫର୍ଣ୍ଣିଆ ସେଣ୍ଟଜୋସସ୍ଥିତ ଜଗନ୍ନାଥ କଲଚରାଲ ଓ ଏଜୁକେସନାଲ ସେଣ୍ଟରର ସଭାପତି ଡ.
ସୂର୍ଯ୍ୟ ପଟ୍ଟନାୟକ ଏହି ଅତିଥି ରଥଯାତ୍ରା ବନ୍ଦ ରଖିବାକୁ ଇସ୍କନ ବର୍କେଲର ସଭାପତି ଜଗନ୍ନାଥ ସ୍ବାମୀ ଦାସଙ୍କୁ ମେଲ୍ ଯୋଗେ ପଠାଇଥିଲେ।
Weather: ଚୀନର ସତର୍କ ସୂଚନା; ନେପାଳରେ ୩ ଦିନ ମଧ୍ୟରେ ପୁଣି ବନ୍ୟା ଆଶଙ୍କା ଏହା ସତ୍ତ୍ବେ ବେଖାତିର କରି ସେଠାରେ ରଥଯାତ୍ରା ସେମାନଙ୍କ ସୁବିଧା ଅନୁସାରେ ଅ-ତିଥିରେ ପାଳନ କରାଗଲା।
ଇସ୍କନର ଏହି ମନମାନୀରେ ରୋକ ଲଗାଇବାକୁ ଦିଲ୍ଲୀସ୍ଥିତ ଓଡ଼ିଆ ଫୋରମ ପକ୍ଷରୁ ୧ ହଜାରରୁ ଅଧିକ ଓଡ଼ିଆଙ୍କ ସ୍ବାକ୍ଷର ସମ୍ବଳିତ ଅନୁରୋଧପତ୍ର ରାଷ୍ଟ୍ରପତିଙ୍କୁ ପ୍ରଦାନ କରାଯାଇସାରିଛି।
ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ବିଦେଶ ମନ୍ତ୍ରୀଙ୍କ ପକ୍ଷରୁ ଇସ୍କନର ପଶ୍ଚିମବଙ୍ଗ ମାୟାପୁରସ୍ଥିତ ଇସ୍କନକୁ ଏ ସଂକ୍ରାନ୍ତରେ ଆଲୋଚନା ପାଇଁ ଡାକି ଅ-ତିଥି ରଥଯାତ୍ରାରେ ରୋକ ଲଗାଇବାକୁ ନିର୍ଦ୍ଦେଶ ଦେବାକୁ ଦାବି ହୋଇଛି।
ତୁରନ୍ତ ରାଜ୍ୟ ସରକାର ଏଥିରେ ହସ୍ତକ୍ଷେପ କରନ୍ତୁ।
ଯେପରି ଦୀଘା ଜଗନ୍ନାଥ ମନ୍ଦିରରୁ "ଧାମ" ଶବ୍ଦ ଉଠେଇ ଦେଲେ, ସେମିତି ତୁରନ୍ତ କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ଲୋଡି, ସବୁଦିନ ପାଇଁ ଇସ୍କନ୍ର ଏହି ଅ-ତିଥି ସ୍ନାନଯାତ୍ରା ଓ ରଥଯାତ୍ରା ବନ୍ଦ କରିବାକୁ ନିବେଦନ କରାଯାଇଛି।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
