Salandi Canal: ଅଧାପନ୍ତରିଆ ସାଳନ୍ଦୀ କେନାଲ କାମ ପାଇଁ ଜଳବନ୍ଦୀ ୧୫ ପରିବାର, ଘରେ ପଶିଲା ପାଣି

Sep 26, 2026 - 11:46
Salandi Canal: ଅଧାପନ୍ତରିଆ ସାଳନ୍ଦୀ କେନାଲ କାମ ପାଇଁ ଜଳବନ୍ଦୀ ୧୫ ପରିବାର, ଘରେ ପଶିଲା ପାଣି

"ସୋର: ସୋର ବ୍ଲକ କେଶରୀପୁର ପଞ୍ଚାୟତ ମଧ୍ୟଦେଇ ଯାଇଥିବା ସାଳନ୍ଦୀ କେନାଲର କାମ ଏବେବି ଶେଷ ହୋଇନାହିଁ।

ଫଳରେ କେନାଲରେ ପାଣି ନିଷ୍କାସନ ନହେବାରୁ ପାଣି ଉଛୁଳି ଲୋକଙ୍କ ଘରେ ପଶିଥିବା ଦେଖିବାକୁ ମିଳିଛି।Advertisment ସୂଚନା ମୁତାବକ; ଦୀର୍ଘଦିନ ଧରି ଚାଲିଥିବା ସାଳନ୍ଦୀ କେନାଲର କାମ ଏବେବି ଶେଷ ହୋଇପାରିନାହିଁ।

ଫଳରେ ପାଣି ନିଷ୍କାସନର ରାସ୍ତା ଖୋଲିନଥିବାରୁ ଅନେକ ସମୟରେ ସ୍ଥାନୀୟ ଲୋକେ ନାହିଁ ନଥିବା ଅସୁବିଧାକୁ ସମ୍ମୁଖିନ ହେଉଛନ୍ତି।

ଗତକାଲି ଠାରୁ ଉପର ମୁଣ୍ଡରୁ ଅତ୍ୟଧିକ ପାଣି କେନାଲରେ ଆସିବା ଫଳରେ ସୋର ବ୍ଲକ କେଶରୀପୁର ପଞ୍ଚାୟତ କୁଶଗଡିଆ ଗ୍ରାମରେ କେନାଲ ପାଣି ପଶିଥିଲା।

ପାଣିର ମାତ୍ରା ଏତେ ଅଧିକ ଥିଲା ଯେ କୁଶଗଡିଆ ଗ୍ରାମର କୃଷ୍ଣ ମଳିକ, ମହେନ୍ଦ୍ର ମଳିକ, କୈଳାଶ ମଳିକ ଓ କରୁଣାକର ମଳିକଙ୍କ ସମେତ ୧୫ଟି ପରିବାରର  ଲୋକଙ୍କ ଘରେ ପାଣି ପଶବାରୁ  ଘରେ ଥିବା ଆସବାବ ପତ୍ର ଓ ଖାଦ୍ୟସାମଗ୍ରୀ ନଷ୍ଟ ହୋଇଛି।

ଫଳରେ ଲୋକେ ନାହିଁ ନଥିବା ଅସୁବିଧାକୁ ସମ୍ମୁଖିନ ହୋଇଛନ୍ତି।

ଖବର ପାଇ କେଶରୀପୁର ପଞ୍ଚାୟତର ସରପଞ୍ଚ ନରେନ୍ଦ୍ର ବିଶ୍ୱାଳ ଓ ମୁକେଶ ମଲିକ ଘଟଣା ସ୍ଥଳରେ ପହଞ୍ଚି ଲୋକମାନଙ୍କୁ ସହାୟତା ଯୋଗାଇବାକୁ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି।

ମାତ୍ର  ଖବର ଲେଖାଯିବା ପର୍ଯ୍ୟନ୍ତ ସୋର ବିଡ଼ିଓ ସୁବ୍ରତ ବେହେରା ଘଟଣା ସ୍ଥଳରେ ପହଞ୍ଚି ନଥିବା ବେଳେ ସରପଞ୍ଚ ଓ ସମିତି ସଭ୍ୟ ମିଳିତ ଭାବେ ଲୋକମାନଙ୍କୁ ଶୁଖିଲା ଖାଦ୍ୟ ପ୍ରଦାନ କରିଥିବା ଦେଖାଯାଇଛି।

ଏପରି ସମୟରେ ସୋର  ବିଡ଼ିଓ ଲୋକଙ୍କୁ ସହଯୋଗ କରୁନଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।

Gold Shop Robbery: ସୁନା ଦୋକାନରୁ ବଡ଼ ଧରଣର ଲୁଟ୍: ସଟର ତାଡ଼ି ସୁନା, ରୁପା ଓ ଟଙ୍କା ନେଇଗଲେ ଦୁର୍ବୃତ୍ତ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)